Below header

ସାପକୁ ଆକ୍ରମଣ କରି ହରାଇଲା ମୂଷା, ବିଶ୍ୱାସ ହେଉନଥିଲେ ଦେଖନ୍ତୁ

କୁହାଯାଏ ଯେଉଁଠି ସାପ ଥାଏ ସେଠି ମୂଷା ରହିବାର ପ୍ରଶ୍ନ ହିଁ ଉଠୁନି। ଆପଣ ବି ନିଜଦେଖିଥିବେ ଘର ଭିତରକୁ ସାପ ପଶିଗଲେ ଘରେ ଉତପାତ କରୁଥିବା ମୂଷାକୁ ମାରି ଖାଇଥାଏ। ଏଥିରେ ଘରେ ଥିବା ମୂଷାଙ୍କ ଉତପାତ ମଧ୍ୟ କମ୍ ହୋଇଥାଏ। କୁହାଯାଏ ଯେ ସାପର ଖାଦ୍ୟ ହେଉଛି ମୂଷା। ମୂଷାକୁ ଦେଖିଲେ ସାପ ତାକୁ ଖାଇବାକୁ କଳେବଳେ କୌଶଳ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ଦେଖାଇବୁ ତାହାକୁ ଦେଖିଲେ ଆପଣଙ୍କ ଏହି ଭାବନା ପୂରା ବଦଳିଯିବ। କାହିଁକିନା ଏଠି ଘଟିଛି ପୂରା ଅଲଗା ଦୃଶ୍ୟ , ସାପ ମୂଷାକୁ ନୁହେଁ ବରଂ ମୂଷା ଆକ୍ରମଣ କରୁଛି ସାପକୁ।

ଆଜ୍ଞା ହଁ ଦର୍ଶକବନ୍ଧୁ ଆପଣ ଯାହା ଶୁଣିଲେ ଏକଦମ ଠିକ ଶୁଣିଲେ ମୂଷା କରୁଛି ସାପକୁ ଆକ୍ରମଣ। ପ୍ରକ୍ରୁତରେ ଏମିତି ହେବା ପଛରେ ରହିଛି ଜଣେ ମାଆର ସାହସ ଏବଂ ମମତା। ଯେତେବେଳେ ଜଣେ ମା ପାଇଁ ତାର ପିଲାର ସୁରକ୍ଷା ଉପରେ କଥା ଆସେ ସେତେବେଳେ ସେ ଯେତେ ବି ଛୋଟ ଜୀବଟି ହେଉ ନା କାହିଁକି ଲଢ଼ିବାକୁ ହୋଇଯାଏ ପ୍ରସ୍ତୁତ। ମୂଷା ଛୋଟ ଜୀବଟି ହେଲେ ମଧ୍ୟ ବିରାଟ ବଡ ସାପ କବଳରୁ ନିଜ ଛୁଆକୁ ରକ୍ଷା କରିବାରେ ସଫଳ ହୋଇପାରିଛି। ମୂଷାଟି ସାପକୁ ଏମିତି ଆକ୍ରମଣ କରିଛି ଯେ ଭୂଲରେ ବି କେବେବି ସାପଟି ମୂଷା ଛୁଆର ପାଖ ମାଡିବନି।

snakeଗୋଟେ ସାପ କେମିତି ମୂଷା ଛୁଆକୁ ପାଟିରେ ଧରି ଦ୍ରୁତ ଗତିରେ ଚାଲିଯାଉଛି। ମାଆ ମୂଷା କଣ ନିଜ ପିଲାର ଏପରି ଅବସ୍ଥା ଦେଖିପାରିବ। ସେ ବି ନିଜ ପିଲାକୁ ବଞ୍ଚାଇବା ପାଇଁ ସାପ ପଛେ ପଛେ ଦୌଡୁଛି। ଆଉ ଏହି ଛୋଟ ଜୀବଟି ନିଜ ଜୀବନକୁ ଖାତିର ନ କରି ସାପ ଲାଞ୍ଜକୁ ବାରମ୍ବାର ଆକ୍ରମଣ କରୁଛି। ମୂଷାଟି ସେତେ ପର୍ଯ୍ୟନ୍ତ ସାପ ସହିତ ଲଢ଼େଇ କରୁଛି ଯେତେ ପର୍ଯ୍ୟନ୍ତ ସେ ତାର ଛୁଆକୁ ଉଦ୍ଧାର ନ କରିଛି। ଶେଷରେ ସାପଟି ମୂଷା ଆକ୍ରମଣର ଶିକାର ହୋଇ ମୂଷା ଛୁଆକୁ ଛାଡି ଭୟରେ ଚାଲି ଯାଉଛି।

ବାସ୍ତବରେ ଏ ଦୃଶ୍ୟ ଦେଖିବା ପରେ ଲାଗୁଛି ଯେ ଜଣେ ମାଆ ପାଇଁ ସବୁ କିଛି ସମ୍ଭବ ହୋଇପାରେ। ତେଣିକି ସେ ମଣିଷ ହୁଅନ୍ତୁ କିମ୍ବା ପଶୁ, ଛୁଆ ପାଇଁ ସବୁବେଳେ ତତ୍ପର ମାଆ। ସେଥିପାଇଁ ତ କୁହନ୍ତି ଦୁନିଆରେ ମାଆର ସ୍ଥାନ କେହି ବି ପୂରଣ କରିପାରିବେନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.