ଫନିକୁ ପୁରିଲାଣି ବର୍ଷେ: କିନ୍ତୁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ଏବେ ବି ଅନ୍ଧାର, ଏଯାଏଁ ହୋଇନାହିଁ ବିଦ୍ୟୁତ ସଂଯୋଗ

୨୦୧୯ ମଇ ୩ ତାରିଖରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଫନି। ପୁରୀରେ ଲ୍ୟାଣ୍ଡଫଲ କରି ଉଜାଡିଦେଇଥିଲା ଓଡିଶାର ଉପକୂଳବର୍ତ୍ତୀ ଅନେକ ଅଞ୍ଚଳ। ବହୁତ ଲୋକ ହରାଇଥିଲେ ଘର, ଅନେକ ହରାଇଥିଲେ ଜୀବନଜୀବିକା। ପ୍ରଳୟଙ୍କରୀ ବାତ୍ୟା ଫନିକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ପରିତାପର ବିଷୟ ଏହି କି ଯେ, ଏବେ ବି ଫନି ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ଅବହେଳିତ। କେଉଁଠି ଏପର୍ଯ୍ୟନ୍ତ ବିଦ୍ୟୁତ ସେବା ଠିକ୍‌ ହୋଇନି ତ ଆଉ କେଉଁଠି ଗଛ, ଆଉ ରାସ୍ତା ଏପର୍ଯ୍ୟନ୍ତ ଖରାପ ହୋଇ ପଡି ରହିଛି। ଏମିତି କିଛି ଅଞ୍ଚଳର ରହିଛି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ୨ କିମି ରୁ ଅଧିକ ବାଟ ଏବେ ବି ଘୋର ଅନ୍ଧକାରରେ। ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ କାହାର ମଧ୍ୟ ଦୃଷ୍ଟି ପଡୁନାହିଁ।

puri

ବାତ୍ୟା ଫନିରେ ପୁରୀ ସଂପୂର୍ଣ୍ଣ ଧ୍ୱଂସ ହୋଇ ଶ୍ରୀହୀନ ହୋଇପଡିଥିଲା ଶ୍ରୀକ୍ଷେତ୍ର। ପୁରୀ- କୋଣାର୍କ ମରୋଇନ ଡ୍ରାଇଭ ରାସ୍ତା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଥିଲା। ଏହି ରାସ୍ତାରେ ଥିବା ଏଲଟି ଲାଇନ, ୩୩ କେଭି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା। ପୁରୀ ଏକ ମାସରୁ ଅଧିକ ସମୟ ଅନ୍ଧକାରମୟ ହୋଇପଡିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ଓ ରାଜ୍ୟ ବାହାରର କୁଶଳୀ ଶ୍ରମିକମାନେ ଦିନ ରାତି ଏକ କରି ବିଦ୍ୟୁତ ଖୁଣ୍ଟ ସଜାଡିବା ଓ ତାର ଟାଣିବା ପାଇଁ। କିନ୍ତୁ ପୁରୀ- କୋଣାର୍କ ଅଞ୍ଚଳରେ ଏହି ଦୁଇ କିମି ରାସ୍ତା ଏବେ ବି ଅନ୍ଧକାରମୟ।

lig

ଏହି ଦୁଇ କିମି ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟର ବଲବଗୁଡିକ ଜଳୁନାହିଁ। ସେହିପରି ହାଇମାଷ୍ଟ ଲାଇଟ ଗୁଡିକ ମଧ୍ୟ ଅଚଳ ହୋଇପଡିଛି। କେବଳ ଏତିକି ନୁହେଁ, ମେରାଇନ ଥାନା ଛକରୁ ମାଳତୀପାଟପୁରକୁ ସଂଯୋଗ କରୁଥିବା ନୂଆ ବାଇପାସ ରାସ୍ତାରେ ଅନେକ ବିଦ୍ୟୁତ ଖୁଣ୍ଟି ଠିକ୍‌ ହୋଇ ନ ପାରି ପଡିରହିଛି। ଏମିତି ସମାନ ଦୃଶ୍ୟ ମେରାଇନ ଡ୍ରାଇଭ ରାସ୍ତାରେ ଦେଖିବାକୁ ମିଳିଛି। ବାତ୍ୟା ଫନିର ଏକ ବର୍ଷ ପରେ ମଧ୍ୟ ଅଲିଭା ଚିହ୍ନ ସ୍ପଷ୍ଟ ବାରି ହୋଇପଡିଛି। ଏହି ରାସ୍ତା କୋଣାର୍କ, ଗୋପ, କାକଟପୁର ଓ ଅସ୍ତରଙ୍ଗକୁ ସଂଯୋଗ କରୁଛି। ଏଥିପାଇଁ ଏଠିକାର ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ଅନ୍ଧାର ଯୋଗୁଁ ରାସ୍ତା ଦୁର୍ଘଟଣାରେ ଅନେକ ପଶୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ବିଭାଗୀୟ ସେସୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହାର ସମାଧାନ କରିନାହାନ୍ତି।

puri 1

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଗଲେ କିମ୍ବା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ବାତ୍ୟାର ବର୍ଷେ ପରେ ମଧ୍ୟ ବିଜୁଳି ଯୋଗାଣ ନହେବା ବିଭାଗର ଅପାରଗତା ଏବଂ ଉଦାସୀନତାକୁ ପଦାରେ ପକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.