Below header

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ତିନି ରଥର ସମସ୍ତ ଚକ ଅଖ ଡେରା କାମ

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ସମସ୍ତ ଚକ ଅଖ ଡେରା କାମ ଆରମ୍ଭ ହୋଇଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଡେରା ଆରମ୍ଭ ହୋଇଥିଲା । ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ ସହ ଅଖ ସଂଯୋଗ କରିଥିଲେ ଭୋଇ ସେବକ ।

ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚାରି ନାହାକା ଉଠିବା ପାଇଁ ଜୋରସୋରରେ କାମ ଚାଲିଛି । ରଥଖଳାରେ ଗୟଳ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥରେ ସମୁଦାୟ ଛୋଟ ବଡ଼ ହୋଇ ୩୨ଟି ଗୟଳ ଲାଗିବ । ଚଳିତ ବର୍ଷ ୧୧ ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ରଥକାମ ସରିବା ନେଇ ଆଶା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.