ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ପାର କରିଥିବାବେଳେ ୪ହଜାର ୯୭୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନ ଗଡିବା ସହ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୫ ଜଣଙ୍କ ମୁଣ୍ଡ ନେଇଛି କୋରନା ଭାଇରସ । ସାମ୍ନାକୁ ଆସିଛି ୭ ହଜାର ୯୬୪ ପଜିଟିଭ କେସ୍‌ ରେକର୍ଡ । ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ୪ହଜାର ୯୭୦ ଟପିଲାଣି । ତେବେ ଆଶ୍ୱସ୍ତିର କଥା ହେଉଛି ବର୍ତ୍ତମାନ ୮୨ ହଜାର ୩୭୦ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ହଜାର ୪୨୨ଟି ଆକ୍ଟିଭ୍‌ ମାମଲା ରହିଛି ।

ରିପୋର୍ଟ ଅନୁଯାୟୀ ଏନେଇ  ମହାରାଷ୍ଟ୍ରରେ ସ୍ଥିତି ସବୁଠୁ ଉଦ୍‌ବେଗଜନକ । ୬୨ ହଜାର ୨୨୮ ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ୯୮ ଜଣଙ୍କ ଜୀବନ ନେଇଛି ମହାମାରୀ । ତାମିଲନାଡୁରେ ୨୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗୁଜରାଟରେ ୧୫ ହଜାର ୯୩୪ଟି ପଜିଟିଭ କେସ୍ ରହିଥିବା ବେଳେ ୯୮୦ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.