Below header

ଜାଣି ଜଣାଇବାର ଅଭିନବ ପରିକଳ୍ପନା: କରୋନା ଯୁଦ୍ଧରେ ଯୋଦ୍ଧା ପାଲଟିଲା ତେନ୍ତୁଳିଆ ଗାଁ, ନିଆରା ଢଙ୍ଗରେ ବାଣ୍ଟିଲା ସଚେତନତା ବାର୍ତ୍ତା

ଭଞ୍ଜନଗର: ଗାଁର ପିଲାଠୁ ବୟଷ୍କ ସମସ୍ତଙ୍କର ଗୋଟିଏ ଚିନ୍ତା । ନିଜେ ଜାଣିବା ଓ ଅନ୍ଯକୁ ଜଣାଇବା । ମୁହଁରେ ମାସ୍କ ହାତରେ ଦୀପ । ଘଣ୍ଟ ବାଦ୍ଯ ହରିବୋଲ ହୁଳହୁଳି ଦେଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ଗ୍ରାମବାସୀ । କେମିତି ଯଥାଶୀଘ୍ର କରୋନା ମୁକ୍ତ ହେଉ ସାରା ବିଶ୍ବ। ଅଭିନବ ଶୈଳୀରେ ବାଣ୍ଟିଛନ୍ତି ବାର୍ତ୍ତା ।

jagannathଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ଅନ୍ତର୍ଗତ ତେନ୍ତୁଳିଆ ଗାଁର ଗ୍ରାମବାସୀ । ଗତକାଲି ସଂନ୍ଧ୍ଯାରେ ନିଜ ନିଜ ଘର ସାମ୍ନାରେ ଠିଆ ହୋଇ ପ୍ରାର୍ଥନା କରିଥିଲେ । ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଯୁବକ,ମହିଳା,ବୁଢା ବୁଢୀ ସମସ୍ତଙ୍କ ମନରେ ଏବଂ ମୁହଁରେ ସମାନ କଥା । ନିଜର ସୁରକ୍ଷା ସହ ପୃଥିବୀବାସୀଙ୍କ ସୁରକ୍ଷା । ସମସ୍ତେ ଯେମିତି କରୋନା ସଂକ୍ରମଣର ଭୟାବହତା ଓ ନିରାକରଣର ବାସ୍ତବତାକୁ ବୁଝିପାରିଛନ୍ତି ।

kirtanaବିଶେଷକରି ସଂଗରୋଧ କେନ୍ଦ୍ରରେ ରହିଥିବା ଏବଂ ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିଥିବା ପ୍ରବାସୀ ମାନେ ସତର୍କ ଓ ସଚେତନ ରହିବା ଦିଗରେ ସେମାନେ ଗରୁତ୍ବ ଦେଇଛନ୍ତି । ଏହାସହିତ ମୁହଁରେ ମାସ୍କ,ସାମାଜିକ ଦୁରତ୍ବ ଓ ଆବଶ୍ଯକ ନଥିଲେ ଘରୁ ନବାହାରିବାକୁ ଦୀପ ଜାଳି ଶପଥ ନେଇଛନ୍ତି ସମସ୍ତ ଗ୍ରାମବାସୀ । ତେବେ ଜାଣି ଜଣାଇବାର ଏହି ଅଭିନବ ପରିକଳ୍ପନା ପାଇଁ ଆଜି ତେନ୍ତୁଳିଆ ଗାଁ ଯୋଦ୍ଧା ପାଲଟିଛି । ଯାହାକି ଅନ୍ଯ ମାନଙ୍କ ପାଇଁ ଏକ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.