Below header

ବର୍ଷା ପାଣିରେ ଛୁଆଙ୍କୁ ବୁଡ଼ିଯାଉଥିବା ଦେଖି ଏମିତି ଜୀବନ ବଞ୍ଚାଇଲା ମା’ ମୂଷା, ଦେଖିଲେ ଆପଣ ବି କହିବେ ‘ମା’ ତୁଝେ ସଲାମ’; ଦେଖନ୍ତୁ ଭିଡିଓ

ମା’ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ସନ୍ତାନ ପାଇଁ ସାରା ଦୁନିଆ ସହ ମଧ୍ୟ ଲଢ଼େଇ କରିପାରେ। ସନ୍ତାନ ଉପରକୁ ବିପଦ ଆସିଲେ ମା’ ନିଜ ଜୀବନକୁ ବି ଭ୍ରୁକ୍ଷେପ କରିନଥାଏ। କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ଏହି ସମ୍ପର୍କ ସମାନ ଥାଏ। ପିଲା ପାଇଁ ମା’ ଯେକୌଣସି ବିପଦକୁ ବି ହସି ହସି ସାମ୍ନା କରିପାରେ। ଏବେ ଏମିତି ଏକ ମାତ୍ୱତ୍ୱ ଦେଖାଇଛି ମୂଷା। ସୋସିଆଲ ମିଡିଆରେ ଏକ ମୂଷାର ମନଛୁଆଁ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିକୁ ଦେଖିଲେ ଆପଣ ବି ଇମୋସନାଲ ହୋଇଯିବେ। ପ୍ରବଳ ବର୍ଷା ଯୋଗୁ ମୂଷା ଗାତରେ ପାଣି ପଶିଯାଇଥିଲା। ଫଳରେ ଗାତ ଭିତରେ ଥିବା ମୂଷାର ଛୁଆଗୁଡ଼ିକ ବୁଡ଼ି ଯାଇଥିଲେ। ମା’ ମୂଷାଟି ଛୁଆଙ୍କୁ ପାଣିରେ ବୁଡ଼ିଯାଉଥିବା ଦେଖି ନିଜ ଜୀବନକୁ ବାଜିରେ ଲଗାଇ ଗାତ ଭିତରେ ପଶି ଗୋଟିଏ ଗୋଟିଏ କରି ସମସ୍ତ ଛୁଆଙ୍କୁ ବାହାରକୁ ବାହାର କରିଥିଲା।

ଟ୍ଵିଟରରେ ଏହି ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ଅଫିସର ପ୍ରବୀଣ କାସ୍‌ବାନ୍‌ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ବର୍ଷା ହୋଇ ମୂଷାର ଗାତରେ ପାଣି ପଶିଯାଇଛି। ଏହା ଦେଖିବା ପରେ ମା’ ମୂଷାଟି ଗାତ ଭିତରକୁ ଯାଇ ଛୁଆମାନଙ୍କୁ ଗୋଟି ଗୋଟି କରି ପାଟିରେ ଧରି ଆଣି ସିଡ଼ି ଚଢ଼ି ଉପରେ ଶୁଖିଲାରେ ଛାଡ଼ୁଛି। ନିଜେ ବର୍ଷା ପାଣିରେ ଯା’ଆସ କରି ହାଲିଆ ହୋଇଯାଇଥିଲେ ବି ପୁଣିଥରେ ଝାଡ଼ିଝୁଡ଼ି ହୋଇ ଛୁଆଙ୍କୁ ବଞ୍ଚାଇବାକୁ ପାଣି ଭିତରୁ ଯାଉଛି। ଭିଡିଓ ଦେଖିଲେ ଜଣାପଡ଼ୁଛି ଯେ କେବଳ ମଣିଷ ନୁହେଁ ପଶୁ ଜନ୍ତୁଙ୍କର ମଧ୍ୟ ହୃଦୟ ଅଛି। ଜଣେ ମା’ ହିଁ ନିଜ ସନ୍ତାନ ପାଇଁ ଜୀବନକୁ ବାଜିରେ ଲଗାଇ ଦେଇପାରେ।

The communities on a mission to exterminate rats - BBC News

ଭିଡିଓ ସେୟାର କରି ପରବିନ୍‌ କ୍ୟାପସନ୍‌ରେ ଲେଖିଛନ୍ତି ‘ଏହି ଭିଡିଓ ଆପଣଙ୍କ ମନକୁ ଛୁଇଁଯିବ। ଏହି ମା’ର ରେସ୍‌କ୍ୟୁ ଅପରେସନ୍‌ ଦେଖନ୍ତୁ’। ଜୁଲାଇ ୨୧ ତାରିଖରେ ସେୟାର ହୋଇଥିବା ଭିଡିଓକୁ ଏବେ ଯାଏ ୨.୮୬ ଲକ୍ଷ ଥର ଦେଖାସରିଲାଣି। ସେହିପରି ୨୩ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି। ଏଥିସହ ୬ ହଜାରରୁ ଅଧିକ କମେଣ୍ଟ ମିଳିଛି। ଭିଡିଓରେ ଲୋକମାନେ ଇମୋସନାଲ କମେଣ୍ଟ ମଧ୍ୟ କରିଛନ୍ତି।

ଆସନ୍ତୁ ଦେଖିବା ସେଭଳି କେତେକ କମେଣ୍ଟ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.