ଭଲ ଖବର : ମାତ୍ର ୧୦୦୦ ଟଙ୍କାରେ ମିଳିବ ଅକ୍ସଫୋର୍ଡର କରୋନା ଭ୍ୟାକସିନ

ସାରାବିଶ୍ୱ ନିଜ କାୟାରେ କବଳିତ କରିଛି ମହାମାରୀ କରୋନା। ଏଥିରୁ ବଞ୍ଚିବା ପାଇଁ ସବୁ ଦେଶ ଡହଳବିକଳ ହେଲେଣି। ଚଳିତବର୍ଷ ପ୍ରତ୍ୟେକ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଟୀକା ପ୍ରସ୍ତୁତିରେ ସବୁ ଦେଶ ନିଜ କୌଶଳ ଲଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର କରୋନା ମହାମାରୀକୁ ରୋକିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟୀକା ଉପରେ ଧ୍ୟାନ ରହିଛି । ଏହି ଟୀକାର ମାନବ ପରୀକ୍ଷଣ ସରିଛି ଏବଂ ଭଲ ଫଳାଫଳ ବାହାରିଛି । ତେବେ ଏହି ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ସରିଥିବା ବେଳେ ଅକ୍ସଫୋର୍ଡ ୟୁନିଭରସିଟି ଟୀକା ମଧ୍ୟ ଭାରତରେ ଉତ୍ପାଦିତ ହେବ। ତେବେ ଏହି ଟୀକାର ଦାମ ଭାରତୀୟ ବଜାରରେ ୧୦୦୦ ଟଙ୍କାରେ ବିକ୍ରି କରାଯିବ ବୋଲି ସୂଚନା ମିଳିଛି।

 Andrew Pollardm

ତେବେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ କୋଭିଡଙ୍କ ସହ ସଂଘର୍ଷ କରୁଥିବାରୁ ଏହାର ମୂଲ୍ୟ ସର୍ବନିମ୍ନ ସ୍ତରରେ ରଖାଯିବ। ଏଥିରେ କୌଣସି ଲାଭ ଆଶା ରଖାଯିବ ନାହିଁ। ତେଣୁ ଭାରତରେ ଏହାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ହୋଇପାରେ ବୋଲି ଅକ୍ସଫୋର୍ଡର ନିର୍ଦ୍ଦେଶକ ଆଣ୍ଡ୍ରିୟୁ ପୋର୍ଲାଡ କହିଛନ୍ତି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ କୋରୋନା ସଙ୍କଟ ଦେଇ ଗତି କରୁଛି। ତେଣୁ ଟୀକା ପାଇଁ ଚାହିଦା ବହୁତ ଅଧିକ ହେବ ।

covid

ଟୀକାର କ’ଣ ରହିବ ପ୍ରତିକ୍ରିୟା :

ଅକ୍ସଫୋର୍ଡର ନିର୍ଦ୍ଦେଶକ ଆଣ୍ଡ୍ରିୟୁ ପୋର୍ଲ ।ଡଙ୍କ କହିବା ମୁତାବକ, ଏହି ଟୀକା ବା ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ କୌଣସି ସର୍ଟକଟ ନିଆଯାଇନାହିଁ। କ୍ଲିନିକାଲ ଟ୍ରାଏଲ ପୂର୍ବ ପ୍ରକ୍ରିୟା ଭଳି କରାଯାଉଛି। ତେଣୁ କ୍ୱାଲିଟି ଉପରେ କୌଣସି ପ୍ରଭାବ ପଡିବ ନାହିଁ। ତେଣୁ ଏହାର କୌଣସି ପ୍ରତିକ୍ରିୟା ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.