ଯାଜପୁର ଜିଲ୍ଲାରେ ଆବଶ୍ୟକ ପରିମାଣଠାରୁ କମ୍‌ ବର୍ଷା ରେକର୍ଡ, ଚିନ୍ତାରେ ଚାଷୀ

ଯାଜପୁର: ଯାଜପୁର ଜିଲ୍ଲାରେ ଆବଶ୍ୟକ ପରିମାଣଠାରୁ କମ୍‌ ବର୍ଷା। ଅଭାବି ବର୍ଷା ଚାଷୀକୂଳକୁ ଚିନ୍ତାରେ ପକାଇଛି। ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଫଳରେ ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜୁନ୍‌ ଓ ଜୁଲାଇ ମାସରେ ଆବଶ୍ୟକ ପରିମାଣଠାରୁ କମ୍‌ ବର୍ଷା ହୋଇଛି।

ଜିଲ୍ଲାର ୧୦ଟି ଯାକ ବ୍ଲକରେ ଜୁନ୍‌ ମାସରେ ହାରାହାରି ୧୭୨.୩୪ ମିମି ବର୍ଷା ହୋଇଥିବା ବେଳେ, ଜୁଲାଇ ମାସରେ ହାରାହାରି ୧୪୨.୯୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଆବଶ୍ୟକଠାରୁ କମ୍‌ ପରିମାଣର ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.