Below header

ପ୍ରଥମଥର ଫ୍ଲାଇଟରେ ଯାଉଛନ୍ତି ଯଦି ଧ୍ୟାନରେ ରଖନ୍ତୁ ୧୩ଟି କଥା, ମଙ୍ଗଳମୟ ହେବ ଆପଣଙ୍କ ଯାତ୍ରା

ଜୀବନରେ କୌଣସି ନା କୌଣସି କାମ କାହା ନା କାହା ପାଇଁ ନିଶ୍ଚୟ ଭାବରେ ନୂଆ ହୋଇଥାଏ । ଅନେକ ସମୟରେ କିଛି ଅଲଗା କରିବାର ଖୁସି ବି ଥାଏ ତ କେବେ କେବେ କିଛି ଭୁଲ୍ ହେବାର ଭୟ ମଧ୍ୟ ଥାଏ । କିଛି ଏମିତି ମିଶା ମିଶି ଅନୁଭବ ପ୍ରଥମ ଥର ବିମାନଯାତ୍ରା କରୁଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ଆସିଥାଏ । ଯଦି ଆପଣ ବି ପ୍ରଥମ ଥର ବିମାନ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ବାସ୍ ଯିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

– ପ୍ରଥମ ଥର ବିମାନଯାତ୍ରା ସମସ୍ତଙ୍କ ନୂଆ ଅନୁଭବ ହୋଇଥାଏ । ତେଣୁ ଏୟାରପୋର୍ଟର ନିୟମ କାନୁନ୍ ବୁଝିବା ପାଇଁ ଫ୍ଲାଇଟ୍ ସମୟର ପ୍ରାୟ ୨ ଘଂଟା ପୂର୍ବରୁ ପହଂଚିବାକୁ ଚେଷ୍ଟା କରନ୍ତୁ । ଯାହା ଫଳରେ ପରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

– ଫ୍ଲାଇଟ୍ ଟିକେଟର ସଫ୍ଟ କପି ସହ ହାର୍ଡ କପି ମଧ୍ୟ ସାଥିରେ ରଖିବା ଉଚିତ୍ । ଏହା ସହ ସୁରକ୍ଷା ପାଇଁ ମୋବାଇଲରେ ମଧ୍ୟ ଟିକେଟର ସମସ୍ତ ସୂଚନା ରଖନ୍ତୁ ।

– ଯାତ୍ରାରେ ଯିବା ପୂର୍ବରୁ ନିକଟରେ ପରିଚୟ ପତ୍ର ରଖିବା ଭୁଲନ୍ତୁ ନାହିଁ । ଅନ୍ତର୍ଦେଶୀୟ ଯାତ୍ରା ପାଇଁ ଆଧାର କାର୍ଡ ଜରୁରୀ ହୋଇଥିବା ବେଳେ ଅନ୍ତର୍ଜାତୀୟ ଯାତ୍ରା ପାଇଁ ପାର୍ସପୋର୍ଟ ଜରୁରୀ ହୋଇଥାଏ ।

– ଏୟାରପୋର୍ଟରେ ଚେକ୍ ଇନ୍ ପୂର୍ବରୁ ଗେଟ୍ ନିକଟରେ ହିଁ ଆଧାର୍ କାର୍ଡ, ଭୋଟର ଆଇଡି କାର୍ଡ ଏବଂ ପାସପୋର୍ଟର ଯାଂଚ ହୋଇଥାଏ । ଏହା ପରେ ହିଁ ଆପଣ ଏୟାରପୋର୍ଟ ଭିତରକୁ ଯାଇପାରିବେ ।

– ଏହି ପ୍ରକ୍ରିୟା ପୁରା ହେବା ପରେ ଭିତରକୁ ଯାଉ ଯାଉ ଆପଣଙ୍କୁ ଏୟାରଲାଇନର ଲଗେଜ୍ ସ୍କ୍ରିନିଙ୍ଗ ବେଲ୍ଟ ନିକଟରେ ଯାଇ ନିଜ ଜିନିଷର ସ୍କାନ୍ କରିବାକୁ ପଡିବ । ସ୍କାନ୍ ହେବା ପରେ ଏୟାରଲାଇନ୍ କର୍ମଚାରୀ ଏହାକୁ ଏକ୍ କରିଦିଅନ୍ତି, ଯାହାକୁ ଯାତ୍ରା ପୁରା ହେବା ପରେ ଖୋଲା ଯାଇପାରିବ । ଯଦି ଆପଣଙ୍କ କୌଣସି ବ୍ୟାଗର ଓଜନ ୧୫ କିଲୋରୁ ଅଧିକ ତେବେ ସେଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।

– ଯାତ୍ରା କରିବା ସମୟରେ ନିଜ ହ୍ୟାଣ୍ଡ ବ୍ୟାଗରେ ଛୁରୀ, ରେଜର୍ କିମ୍ବା ବ୍ଲେଡ୍ ଭଳି ଜିନିଷ ରଖନ୍ତୁ ନାହିଁ । କାରଣ ସୁରକ୍ଷା ଯାଂଚ୍ ସମୟରେ ଏହାକୁ ବାହାର କରିଦିଆଯିବ ।

– ଲଗେଜ୍ ସ୍କାନ୍ ହେବା ପରେ ଏୟାରଲାଇନ୍ସ କାଉଂଟରରେ ବୋର୍ଡିଂ ପାସ୍ ନେବାକୁ ପଡିବ । ଇ – ଟିକେଟ୍ ଏବଂ ପରିଚୟ ପତ୍ର ଦେଖାଇବା ପରେ ଆପଣଙ୍କୁ ବୋର୍ଡିଂ ପାସ୍ ଦେଇଦିଆଯିବ । ଏହା ପରେ ଆପଣଙ୍କ ଲଗେଜକୁ ଓଜନ ମାପି ତାକୁ ଫ୍ଲାଇଟରେ ରଖିବା ପାଇଁ ପଠାଇଦିଆଯିବ ।

– ବୋର୍ଡିଂ ପାସ୍ ପରେ ଆପଣଙ୍କୁ ସୁରକ୍ଷା ଯାଂଚ୍ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଏହି ସମୟରେ ଜ୍ୟାକେଟ୍, ଫୋନ୍ ଏବଂ ଲାପଟପ୍ ଭଳି ସମସ୍ତ ଜିନିଷକୁ ଟ୍ରେରେ ରଖି ସ୍କାନ୍ କରାଯାଏ । ସୁରକ୍ଷାକୁ ଆଖି ଆଗରେ ରଖି ଆପଣଙ୍କର ମଧ୍ୟ ସ୍କାନିଂ କରାଯିବ । ସବୁ କିଛି ଠିକ୍ ଥିଲେ ଆପଣଙ୍କୁ ଯାତ୍ରା ପାଇଁ ପଠାଯିବ ।

– ଫ୍ଲାଇଟର ସମସ୍ତ ସୂଚନା ବୋର୍ଡିଂ ପାସରେ ଦିଆଯାଇଥାଏ ।

– ଏହା ପରେ ଏୟାରଲାଇନ୍ ବୋର୍ଡିଂର ଘୋଷଣା କରିଥାଏ । ଯାହା ପରେ ଆପଣ ଫ୍ଲାଇଟରେ ଯାଇ ବସିପାରିବେ ।

– ଏ ସମସ୍ତ ପ୍ରକ୍ରିୟା ପାଇଁ ପ୍ରାୟ ୪୫ ମିନିଟରୁ ୧ ଘଂଟା ସମୟ ଲାଗିଥାଏ । ପ୍ରଥମ ଯାତ୍ରା ହୋଇଥିଲେ ଏସବୁ ଜିନିଷ ବୁଝିବା ପାଇଁ ଟିକେ ସମୟ ଲାଗେ । ତେଣୁ ଫ୍ଲାଇଟ୍ ସମୟର ଦୁଇ ଘଂଟା ପୂର୍ବରୁ ଏୟାରପୋର୍ଟରେ ପହଂଚିଯାଆନ୍ତୁ ।

– ପ୍ଲେନରେ ବସିବା ସମୟରେ ଫୋନ୍ ଅଫ୍ କରି ଦିଅନ୍ତୁ ଏବଂ ସେଲଫି ନିଅନ୍ତୁ ନାହିଁ । ନଚେତ୍ ଗାଳି ଶୁଣି ପାରନ୍ତି ।

– ଫ୍ଲାଇଟରୁ ଓହ୍ଲାଇବା ସମୟରେ ତରତର ହୁଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.