Below header

ସିଲିଣ୍ଡରରେ ଲାଗି ଯାଇଥିଲା ନିଆଁ, ଦେଖନ୍ତୁ କିପରି ନିଜ ଜୀବନ ସହିତ ଖେଳି ପୋଲିସ ଜଣକ ବଞ୍ଚାଇଲେ ଗରିବର ଘର

ପୋଲିସଙ୍କୁ ସବୁବେଳେ ହିରୋର ନାମ ଦିଆଯାଇଥାଏ କାରଣ ତାଙ୍କର କାମ ହିଁ ଠିକ ସେହିପରି ହୋଇଥାଏ । ନିଜ ଜୀବନ ସହିତ ଖେଳି ସେମାନେ ସମସ୍ତଙ୍କୁ ସୁରକ୍ଷା ଦେଇଥାନ୍ତି । ଠିକ ସେହିପରି ଏକ ତାଜା ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ପୋଲିସ କନେଷ୍ଟବଳ ନିଜ ଜୀବନ ସହିତ ଖେଳି ଜଣେ ଗରୀବର ଘର ଜଳିଯିବାରୁ ଉଦ୍ଧାର କରିଛନ୍ତି ।

ସୋସିଆଲ ମିଡିଆରେ ଜଣେ ପୋଲିସ କନେଷ୍ଟବଳଙ୍କ ବାହାଦୁରିର ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ଛୋଟ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଛି ଏବଂ ଏହାକୁ ଲିଭାଇବା ପାଇଁ ପୋଲିସକର୍ମୀ ଜଣକ ଅତ୍ୟନ୍ତ ହୁସିଆର ହୋଇ କାମ କରୁଛନ୍ତି । ପ୍ରଥମେ ସେ ଏକ ଠେଙ୍ଗା ସାହାଯ୍ୟରେ ସିଲିଣ୍ଡରଟିକୁ ଉପରୁ ତଳକୁ ଆଣିଥିଲେ । ଆଉ ତାପରେ ଏକ କମ୍ବଳକୁ ପାଣିରେ ଭିଜାଇ ତାକୁ ଜଳୁଥିବା ସିଲିଣ୍ଡର ଉପରେ ଢାଙ୍କି ଦେଇଥିଲେ ଯାହାଦ୍ୱାରା ନିଆଁ ଲିଭିଯାଇଥିଲା ।


ଏହି ଭିଡିଓକୁ ରାହୁଲ ଶ୍ରୀବାସ୍ତବ ନାମକ ଜଣେ ଟ୍ୱିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ “ତାଙ୍କର ସାହସ ଜଣେ ଗରିବ ଲୋକର ଘର ଜଳିଯିବାକୁ ରୋକି ଦେଇଛି” । ସୋସିଆଲ ମିଡିଆରେ ଲୋକେ ଏହି ବହାଦୁର ପୋଲିସ କନେଷ୍ଟବଳଙ୍କର ବହୁତ ତାରିଫ କରୁଛନ୍ତି । ଏହି ଭିଡକୁ ବହୁତ ପସନ୍ଦ କରୁଥିବା ସହିତ ଏଥିରେ ନିଜ ନିଜର ମତ ମଧ୍ୟ ରଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.