ଅନ୍ୟ କେଉଁଠି ନୁହେଁ, ଆମ୍ବାଲା ଏୟାରବେସରେ ହିଁ କାହିଁକି ଲ୍ୟାଣ୍ଡିଙ୍ଗ କଲା ଫ୍ରାନ୍ସରୁ ଆସିଥିବା ଯୁଦ୍ଧ ବିମାନ “ରାଫେଲ”

ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ରାଫେଲ ବୁଧବାର ଭାରତରେ ଆସି ପହଞ୍ଚି ଯାଇଛି । ଫ୍ରାନ୍ସର “ମେରିଗେନିକ ଏୟାରବେଶ”ରୁ ପାଖାପାଖି ୭ ହଜାର କିଲୋମିଟର ଦୂରତା ଅତିକ୍ରମ କରି ୫ ଟି ଲଢୁଆ ବିମାନ ମଧ୍ୟରୁ ପ୍ରଥମଟି ବୁଧବାର ଦ୍ବିପହର ପାଖାପାଖି ୩ ଟା ୧୦ ମିନିଟ ସମୟରେ ବାୟୁସେନାର ଅମ୍ବଲା ଏୟାରବେଶ ଷ୍ଟେସନରେ ଲ୍ୟାଣ୍ଡ କରିଥିଲା । ପରେ ପରେ ୩ ଟା ୧୩ ମିନିଟ ସୁଦ୍ଧା ଅନ୍ୟ ସମସ୍ତ ବିମାନଙ୍କ ଲ୍ୟାଂଡିଙ୍ଗ ସରି ଯାଇଥିଲା । ୫ଟି ରାଫେଲ ସହ ଦୁଇଟି ଶୁଖୋଇ 30 MKI ମଧ୍ୟ ଆସିଛନ୍ତି । ବାୟୁସେନା ପ୍ରମୁଖ ଏୟାର ଚିଫ

new image

ମାର୍ଶଲ ଆରକେଏସ ଭଦୋରିୟାଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ୭ ଜଣ ପାଇଲଟଙ୍କ ଭବ୍ୟ ସ୍ୱାଗତ ମଧ୍ୟ କରିଥିଲେ । ଫ୍ରାନ୍ସରୁ ଆସିଥିବା ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇ ଥିଲେ ମଧ୍ୟ ଏନେଇ ଔପଚାରିକ ନୀତି ଅଗଷ୍ଟରେ ମାସରେ ହିଁ ଅନୁଷ୍ଠିତ ହେବ । କହିରଖିବା ଉଚିତ ହେବଯେ, ବାୟୁ ରୁ ବାୟୁରୁ ଆକ୍ରମଣ କରାଯାଉଥିବା ଏହା ହେଉଛି ବିଶ୍ବର ସବୁଠୁ ଘାତକ ବିମାନ । ତେବେ କାହିଁକି ରାଫେଲକୁ ନେଇ ଉଠୁଛି ଏତେ ଚର୍ଚ୍ଚା କଣ ରହିଛି ତାର ବିଶେଷତା । ଆଉ କେଉଁ କାରଣ ପାଇଁ ଆମ୍ବଲାରେ ହିଁ ଅବତରଣ କରାଗଲା ରାଫେଲ ? ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

୧. କୌଣସି ବି ଋତୁରେ ଶତ୍ରୁ ପକ୍ଷ ସୀମା ଲଙ୍ଘନ କରି ଆକ୍ରମଣ କରି ପରିବାର କ୍ଷମତା ଅଛି । ଏମିତିକି ହିମାଳୟ ପର୍ବତ ଉପରେ ବି ଏହା ଉଡିପାରିବ ।

Why Rafale jets are important for Indian Air Force

୨. ସବୁଠୁ ଜରୁରୀ କଥା ହେଉଛି ରାଫେଲକୁ କଡ଼ା ଟକ୍କର ଦେବା ଭଳି ଲଡାଖୁ ବିମାନ ଭାରତର ଚିର ଶତ୍ରୁ ଚିନ କିମ୍ବା ପାକିସ୍ତାନ ପାଖରେ ନାହିଁ ।

୩. ପାକିସ୍ତାନ ନିକଟରେ ଆମେରିକାରୁ ଆସିଥିବା ଏଫ -16 ଓ ଏଫ -17 ଅଛି ।

୪. ଲିବିୟା, ଇରାକ ଓ ସିରିୟା ପରି ଦେଶ ମାନଙ୍କରେ ରାଫେଲର ପାରିବାପଣିଆ ସାବ୍ୟସ୍ତ ହୋଇସାରିଛି ।

୫. ଭାରତ ନିଜ ଆବଶ୍ୟକତା ଅନୁଯାୟୀ ରାଫେଲରେ କିଛିଟା ପରିବର୍ତ୍ତନ ମଧ୍ୟ କରିଛି ।

୬. ଫ୍ରନ୍ସରୁ ଆସିଥିବା ପାଞ୍ଚଟି ବିମାନ ମଧ୍ୟରୁ ତିନୋଟି ଗୋଟିଏ ସିଲଟ ବେଲ୍ଟ ବିଶିଷ୍ଟ ହୋଇଥିବା ବେଳେ ଆଉ ଦୁଇଟି ଦୁଇ ସିଟ ବେଲ୍ଟ ବିଶିଷ୍ଟ ।

୭. ଏହାକୁ ଅମ୍ବାଲାର ୧୭ ତମ ସ୍କ୍ୱାର୍ଡ଼ନରେ ସାମିଲ କରାଯାଇଥିବା ବେଳେ ଏହାକୁ “ଗୋଲଡେନ ଏରୋଜ” ନାମରେ ଜଣାଯାଉଛି ।

Here's why India's Rafale fighter jet is a better choice for dogfight ...

କାହିଁକି ଆମ୍ବଲାରେ ହିଁ ଓଲ୍ହାଇଲା ରାଫେଲ:

ଚୀନ ଓ ପାକିସ୍ଥାନ ସହ ଜାରି ରହିଥିବା ସଂଘର୍ଷକୁ ନଜରରେ ରଖି ଯୋଧପୁର ବଦଳରେ ହରିୟାଣାର ଅମ୍ବଲାରେ ଲ୍ୟାଂଡିଙ୍ଗ କରାଯାଇଛି । ଆଉ ଏହି ଠାରୁ ସୀମାବର୍ତ୍ତୀ ଅଞ୍ଚଳ ଏଲଓସି, ଏଲଏସିରେ ଶୀଘ୍ର ପହଂଚି ପାରିବ ।

ଦ୍ଵିତୀୟତଃ ଅମ୍ବାଲା ଏୟାରବେସ ରାଜଧାନୀ ଦିଲ୍ଲୀ ଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଯାହାକି ରାଜନୀତିକ ଦୃଷ୍ଟି କୋଣରୁ ବି ବେଶ ଗୁରୁତ୍ୱପୂର୍ଣ୍ଣ । ଅମ୍ବାଲା ଦିଲ୍ଲୀର ୱେଷ୍ଟର୍ନ ଏୟାର କମାଣ୍ଡ ଅଧିକାରରେ ଆସିଥାଏ । ୨୦୧୯ ମସିହା ଫେବୃଆରୀ ମାସରେ ପାକିସ୍ତାନର ବାଳକୋଟ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ ପାଇଁ ମୀରାଜ ୨୦୦୦ ବି ଏହିଠାରୁ ହିଁ ଉଡିଥିଲା । ଏହାବାଦ ୧୯୯୯ ମସିହାର କାରଗିଲ ଯୁଦ୍ଧ ସମୟରେ ବି ଅମ୍ବାଲା ବେସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.