ଗଜପତିରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ : ପୁଣି ପିକଅପ ଭ୍ୟାନ୍ ସହ ୫ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ, ୨ ଗିରଫ 

ମୋହନ: କରୋନାକୁ ନେଇ ସାରା ରାଜ୍ୟ ଆତଙ୍କିତ ଥିବାବେଳେ ଗଜପତି ଜ଼ିଲ୍ଲାରେ କିନ୍ତୁ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଗତ କିଛି ଦିନ ଧରି ଜ଼ିଲ୍ଲା ର ଅଡବା, ମୋହନା ଏବଂ ରା. ଉଦୟଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ ଅନେକ ମାଫିଆଙ୍କୁ ଗିରଫ କରାଯାଇଛି।

ତେବେ ଗତକାଲି ବୁଧୁବାର ମୋହନା ପୋଲିସ ପକ୍ଷରୁ ରାଣିଖମା-ବାଲିପଙ୍କ ଜଙ୍ଗଲ ରାସ୍ତାରେ ପେଟ୍ରୋଲିଙ୍ଗ କରାଯିବା ବେଳେ ଏକ ବୋଲେରୋ ପିକଅପ ଭ୍ୟାନ୍ ନଂOD-04-N-3579 ରୁ ୧୨ କୁଇଣ୍ଟାଲ ୩୫ କେଜିର ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଉକ୍ତ ଗଞ୍ଜେଇ ଆଦିବାସୀ ଗ୍ରାମ ଗୁଡ଼ିକରୁ ସଂଗ୍ରହ କରି ପୁରୀ ଜ଼ିଲ୍ଲା କୁ ଚାଲାଣ କରାଯାଉଥିଲା। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ କଟକ ଜ଼ିଲ୍ଲା ମାହାଙ୍ଗା ଅଞ୍ଚଳର ପ୍ରମୋଦ କୁମାର ଜେନା ଏବଂ ଯାଜପୁର ଜ଼ିଲ୍ଲା ବାଲିଚନ୍ଦ୍ରପୁରର ପୂର୍ଣଚନ୍ଦ୍ର ବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।

coronaପୋଲିସ ଘନଘନ ଚଢ଼ାଉ କରି ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିବା ସହ ଜ଼ିଲ୍ଲା ତଥା ରାଜ୍ୟ ବାହାରର ବହୁ ଚାଲାଣକାରୀଙ୍କୁ ଗିରଫ କରିଛି । କିନ୍ତୁ ଗଜପତିରେ ରହି ବାହାରକୁ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିବା ଆଞ୍ଚଳିକ ମାଫିଆ ମାନଙ୍କୁ କେବେ ଗିରଫ କରି ଏହି ରାକେଟର ପର୍ଦାଫାଶ କରୁଛି ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.