ୱେବ ଚ୍ୟାନେଲ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ମଞ୍ଚେଶ୍ୱର ଥାନାରେ ଦେଲେ ଏତଲା

ଭୁବନେଶ୍ବର : ୱେବ ଚ୍ୟାନେଲ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡ଼ିଆରେ ତାଙ୍କୁ ଖରାପ ଭାବେ ଚିତ୍ରଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ପ୍ରକୃତି ମିଶ୍ରଙ୍କ ପରିବାର ଲୋକଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି କରିବା ଦ୍ୱାରା ସେ ମାନସିକ ଚାପରେ ରହୁଥିବା କହିଛନ୍ତି ପ୍ରକୃତି।

PRAKRUTIକିଛିଦିନ ତଳେ ଫେସବୁକ୍‌ ଓ ଇନଷ୍ଟାଗ୍ରମରେ ,ଫଟୋ ସେୟାର କରି ଟ୍ରୋଲ ହୋଇଛନ୍ତି । ଯେଉଁଥିରେ ତାଙ୍କ ବନ୍ଧୁ ହସୁ ଥିବାବେଳେ ପାଖରେ ମଦ ବୋତଲ ଥିଲା । ଫଟୋ ସେୟାର କରି ପ୍ରକୃତି କ୍ୟାପସନ ଦେଇଥିଲେ ଯଦି ଆମେ ଉଭୟଙ୍କ ସମସ୍ୟା ସମ୍ପୂର୍ଣ୍ଣ ସମାଧାନ କରିପାରିବାନି, ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହିତ ରହି ପରସ୍ପରକୁ ସାହାଯ୍ୟ କରିପାରିବା । ଏହାକୁ ଏକ ୱେବ ଚ୍ୟାନେଲ ଖରାପ ଚିତ୍ରଣ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.