ବାହୁବଳୀ ନିର୍ଦ୍ଦେଶକଙ୍କ ପୂରା ପରିବାରକୁ କରୋନା, ଟ୍ଵିଟ୍‌ କରି ନିଜେ ସୂଚନା ଦେଲେ ରାଜାମୌଲି

ବାହୁବଳୀର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ପୂରା ପରିବାର ଏବେ କରୋନା କବ୍ଜାରେ। ଅମିତାଭ ବଚ୍ଚନଙ୍କ ପରେ ରାଜାମୌଲି ହେଉଛନ୍ତି ଦ୍ୱିତୀୟ ସେଲିବ୍ରିଟି ଯାହାର ପୂରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ବାହୁବଳୀର ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲି ନିଜେ ଟ୍ଵିଟ୍‌ କରି ଫ୍ୟାନ୍‌ଙ୍କୁ କହିଛନ୍ତି ଯେ କେବଳ ସେ ଏକା ନୁହେଁ ତାଙ୍କ ପୂରା ପରିବାର ମଧ୍ୟ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି।

ରାଜାମୌଲି କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଗତ କିଛି ଦିନ ହେବ ଜ୍ୱର ହୋଇଥିଲା। ଏବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ପୂରା ପରିବାର ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ରାଜାମୌଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ସେ ଓ ତାଙ୍କ ପରିବାର ଆଣ୍ଟିବଡ଼ି ଡେଭଲପ୍‌ ହେବାକୁ ଅପେକ୍ଷା କରିଛନ୍ତି। ଫଳରେ ସେମାନେ ପ୍ଲାଜ୍‌ମା ଦାନ କରିପାରିବେ।

rajamouli-baahubali

ସୂଚନାଯୋଗ୍ୟ ଯେ ରାଜାମୌଲିଙ୍କ ପରିବାରରେ ପତ୍ନୀ ରମା ରାଜାମୌଲିଙ୍କ ବ୍ୟତୀତ ଦୁଇଜଣ ପିଲା ଅଛନ୍ତି। ଏଥିସହ ତାଙ୍କ ବାପା ମଧ୍ୟ ଅଛନ୍ତି, ଯାହାଙ୍କ ବୟସ ୭୮ ବର୍ଷ। ଏଣୁ ଏବେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ପ୍ରକାଶ ଯେ ରାଜାମୌଲିଙ୍କ ବାପା ହିଁ ବାହୁବଳୀର କାହାଣୀ ଲେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.