ଦୋକାନ ସିଲ୍‌ ବେଳେ କୋଙ୍କରଡ଼ାରେ ଉତ୍ତେଜନା, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକଙ୍କ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କୋଙ୍କରଡ଼ାରେ ଉତ୍ତେଜନା । ଦୋକାନ ସିଲ୍‌ ବେଳେ ତହସିଲଦାର, ସରପଞ୍ଚଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକ । ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ହୋହଲ୍ଲା କରିବା ସହ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି  ।

ସୂଚନା ଅନୁଯାୟୀ, କୋଙ୍କରଡାରେ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ କଣ୍ଟେଇନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ପରେ ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ପ୍ରକାର କଟକଣା କରାଯାଇଥିଲା । ତେବେ କଙ୍କୋରଡାରେ କୋଭିଡ୍ ନିୟକୁ ଉଲଙ୍ଘନ କରି ଦୋକାନ ବଜାର ଖୋଲିଥିବା ସଂପର୍କରେ ଖବର ପାଇ ତହସିଲଦାର ଅମିତ କୁମାର ନାୟକ ଗାଁରେ ପହଞ୍ଚିଥିଲେ ।

ଏକ ସପ୍ତାହ ତଳେ ଔଷଧ ଦୋକାନକୁ ମଧ୍ୟ ବନ୍ଦ କରାଯାଇଥିଲା । ଅପରପକ୍ଷେ  ମେଡିକାଲରେ ଡାକ୍ତର ନ ଥିବାରୁ ଅସୁବିଧା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅସନ୍ତୋଷ ଲାଗିରହିଥିଲା । ଆଜି ତହସିଲଦାର ପହଞ୍ଚିବା ପରେ ଲୋକମାନେ ସମସ୍ୟା ଦୂର କରିବା ପାଇଁ ଦାବି ଜଣାଇ ରାସ୍ତା ରୋକୋ କରିଥିଲେ । ଔଷଧ ଦୋକାନ ଖୋଲିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକୋ ପ୍ରତ୍ୟାହାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.