ବିଦେଶ ଯିବା ଇଚ୍ଛା ହୋଇଯାଏ ପୂର୍ଣ୍ଣ, ଯଦି ଏଠାରେ ପ୍ରସାଦ ରୂପରେ ଚଢ଼ାଯାଏ ଉଡା ଜାହାଜ

ଭାରତରେ ଦେବାଦେବୀଙ୍କ ବହୁତ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିର ଭିତରେ ଲୁଚି ରହିଛି ଅନେକ ଅଦ୍ଭୁତ କାହାଣୀ । ଏମିତି ବି ମନ୍ଦିର ରହିଛି ଯେଉଁଠି ମନସ୍କାମନା ପୂର୍ଣ୍ଣ କରିବା ପାଇଁ କିଛି ସ୍ୱତନ୍ତ୍ର ପୂଜା ବିଧି ରହିଛି । ଏମିତି ଏକ ଧର୍ମ ପୀଠ ରହିଛି ପଞ୍ଜାବର ଜଳନ୍ଧର ଜିଲ୍ଲାରେ । ଏଠାରେ ରହିଛି ସନ୍ଥ ବାବା ନୀହାଲ ସିଂ ଜୀ ଗୁରୁଦ୍ୱାର । ଯେଉଁଠି ଶ୍ରଦ୍ଧାଳୁ ଖେଳଣା ଉଡା ଜାହାଜ ପ୍ରସାଦ ବା ଭୋଗ ରୂପରେ ଚଢ଼ାନ୍ତି । ମାନ୍ୟତା ରହିଛି ଯେ ଏହି ଗୁରୁଦ୍ୱାରରେ ପ୍ରସାଦ ରୂପରେ ଉଡ଼ା ଜାହାଜ ଚଢ଼ାଉଥିବା ଶ୍ରଦ୍ଧାଳୁଙ୍କ ବିଦେଶ ଯାତ୍ରା କରିବାର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

gurudwar
photo credit: patrika.com

ସନ୍ଥ ବାବା ନୀହାଲ ସିଂ ଜୀଙ୍କ ଗୁରୁଦ୍ୱାର ପ୍ରତି ଲୋକଙ୍କ ଗଭୀର ଆସ୍ଥା ରହିଛି । ଏହି ଗୁରୁଦ୍ୱାରକୁ ହବାଇ ଜାହାଜ ଗୁରୁଦ୍ୱାର ଭାବେ ମଧ୍ୟ ଜଣାଯାଏ ।
ଏହି ଗୁରୁଦ୍ୱାର ସମ୍ପର୍କରେ କୁହାଯାଏ ଯଦି ଆପଣ ଭିଜା କିମ୍ବା ପାସ୍‌ପୋର୍ଟ ପ୍ରସ୍ତୁତ କରିପାରୁ ନାହାଁନ୍ତି । ତେବେ ଏହି ଗୁରୁଦ୍ୱାରରେ ଖେଳଣା ଉଡ଼ା ଜାହାଜ ଚଢ଼ାଇଲେ କାମ ପୂର୍ଣ୍ଣ ହୋଇଯାଇଥାଏ । ଖାଲି ସେତିକି ନୁହେଁ, ଆପଣଙ୍କ ବିଦେଶ ଯିବାର ସବୁ ଅସୁବିଧା ଦୂର ହୋଇଯାଇଥାଏ । ଏହି ଗୁରଦ୍ୱାରକୁ ସପ୍ତାହ ସାରା ତ ଶ୍ରଦ୍ଧାଳୁ ଆସନ୍ତି । ହେଲେ ରବିବାର ଏଠାକୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି ।

ଯେଉଁ ଲୋକଙ୍କର ସ୍ୱପ୍ନ ବିଦେଶରେ ଚାକିରି କରିବାକୁ କିମ୍ବା ପାଠ ପଢ଼ିବାକୁ ଥାଏ, ସେମାନେ ସନ୍ଥ ନୀହାଲ ସିଂ ଜୀ ଗୁରୁଦ୍ୱାରକୁ ଏକ ଉଡ଼ା ଜାହାଜ ଚଢ଼ାଇବାକୁ ନିଶ୍ଚିତ ଆସିଥାନ୍ତି । ଯେଉଁ ଲୋକ ଏଠାକୁ ଶ୍ରଦ୍ଧା ପୂର୍ବକ ଦର୍ଶନ ପାଇଁ ଆସିଥାନ୍ତି, ସେମାନଙ୍କର ମଧ୍ୟ ବିଦେଶ ଯିବାରେ କୌଣସି ଅସୁବିଧା ହୋଇନଥାଏ ।

ଏହି ଗୁରୁଦ୍ୱାର ଅତି କମରେ ୧୫୦ ବର୍ଷର ପୁରୁଣା । ଏଠାରେ ଭକ୍ତଙ୍କ ଦ୍ୱାରା ଚଢ଼ା ଯାଉଥିବା ଖେଳନାକୁ ଗୋଟିଏ ଦିନ ଏକତ୍ର କରାଯାଏ । ଏହାକୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଏଠାରେ ଥିବା ସବୁ ଦୋକନରେ ଖେଳଣା ଉଡା ଜାହାଜ ବିକ୍ରି କରାଯାଏ । କାରଣ ଏଠାରେ ଉଡ଼ା ଜାହାଜ ଉପରେ ଶ୍ରଦ୍ଧାଳୁଙ୍କ ବିଶେଷ ଡିମାଣ୍ଡ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.