Below header

ଶନି ସାଡେ ସାତି ଓ ଦେଢ଼୍ୟାରେ ପୀଡିତ ରାଶିର ଲୋକଙ୍କ ପାଇଁ ଶ୍ରାବଣ ଶନିବାର ହୋଇଥାଏ ଖାସ୍‌, ଏହି ଉପାୟ କଲେ ମିଳିବ ଲାଭ

ଯେମିତି ଶ୍ରାବଣ ସୋମବାରର ବିଶେଷ ମହତ୍ୱ ରହିଥାଏ ସେହପରି ଶ୍ରାବଣ ଶନିବାରର ମଧ୍ୟ ବିଶେଷ ମହତ୍ୱ ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଶ୍ରାବଣରେ ପ୍ରତ୍ୟେକ ଶନିବାର ଶନିଦେବଙ୍କ ସହ ମହାଦେବଙ୍କୁ ପୂଜା କରନ୍ତି, ତାଙ୍କୁ ଶନି ଦୋଷରୁ ରକ୍ଷା ମିଳିଥାଏ । ମାନ୍ୟତା ଅନୁସାରେ ଶନି ଦେବ ଭଗବାନ ଶିବଙ୍କ ଭକ୍ତ ଅଟନ୍ତି । ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ଏବେ ଚାଲୁଛି ଶନି ସାଡେ ସାତି ଓ ଦେଢ଼୍ୟା ।

ଜାଣନ୍ତୁ ଶନି ଦଶାର ଖରାପ ପ୍ରଭାବରୁ ବଂଚିବା ପାଇଁ ଶ୍ରାବଣ ଶନିବାର କରନ୍ତୁ ଏହି ଉପାୟ । ଏହି ସମୟରେ ଧନୁ, ମକର ଓ କୁମ୍ଭ ରାଶିବାଲାଙ୍କ ଉପରେ ଶନି ସାଡେ ସାତି ଚାଲୁଛି । ସେହିପରି ମିଥୁନ ଓ ତୁଳା ରାଶି ଉପରେ ଶନିଙ୍କ ଦେଢ଼୍ୟା ଚାଲୁଛି । ମୋଟରେ ଏହି ୫ ରାଶିଙ୍କ ଉପରେ ଶନିଙ୍କ ଦଶା ଚାଲୁଛି । ଶ୍ରାବଣ ଶନିବାର ଏହି ୫ ରାଶି ବାଲାଙ୍କ ପାଇଁ ଖାସ ରହିଛି । ଜାଣନ୍ତୁ କେଉଁ ଉପାୟରେ ଆପଣ ଶନିଙ୍କ ଖରାପ ପ୍ରଭାବରୁ ରକ୍ଷା ପାଇ ପାରିବେ ।

ଶନିବାର ଉପାୟ :

୧. ଶ୍ରାବଣ ପ୍ରତ୍ୟେକ ଶନିବାର ଶନି ମନ୍ଦିର ଜରୁର ଯାଆନ୍ତୁ ।

୨. ଶନି ଦେବଙ୍କ ପ୍ରତିମା ଉପରେ ସୋରିସ ତେଲ ଚଢ଼ାନ୍ତୁ ।

୩. ଓସ୍ତ ଗଛ ମୂଳେ ସନ୍ଧ୍ୟା ସମୟରେ ସୋରିସ ତେଲ ଦୀପ ଜଳାନ୍ତୁ ।

୪. ଶ୍ରାବଣ ଶନିବାରରେ ଶିବଜୀଙ୍କୁ ବିଧି ବିଧାନରେ ପୂଜା କରନ୍ତୁ ।

୫. ଶନି ଚାଲିଶା ସହ ଶିବ ଚାଳିଶା ମଧ୍ୟ ପଢ଼ନ୍ତୁ ।

୬. ଶନିବାର ଶିବ ତାଣ୍ଡବ ସ୍ତ୍ରୋତ୍ର ପାଠ କରନ୍ତୁ ।

୭. ଶ୍ରାବଣ ଶନିବାର ଛାୟା ପାତ୍ର ଦାନ କରନ୍ତୁ ।

୮. ଶିବ ଲିଙ୍ଗଙ୍କୁ ଅଭିଶେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.