Below header

ମହିଳାଙ୍କ ପାଇଁ ସବୁଠୁ ସହଜ ଗର୍ଭନିରୋଧକ ପ୍ରସ୍ତୁତ କଲେ ବୈଜ୍ଞାନିକ, ମାସକୁ ମାତ୍ର ଥରେ କରିବେ ସେବନ

କଣ୍ଟ୍ରାସେପ୍‌ଟିକ୍‌ ପିଲ୍‌ ବା ଗର୍ଭନିରୋଧକ ଔଷଧ ଖାଇବାକୁ ମନେ ରଖିବା ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା। ପ୍ରତିଦିନ କାମ ଚକ୍କରରେ ଏହି ଔଷଧ ଖାଇବାକୁ ମହିଳାମାନେ ଭୁଲିଯାଇଥାନ୍ତି। ଫଳରେ ଔଷଧ ଅନିୟମିତ ହୋଇଯାଏ ଓ ସଠିକ୍‌ ଭାବେ କାମ କରିପାରେ ନାହିଁ। ଫଳରେ ମହିଳାମାନେ ଗର୍ଭଧାରଣ କରିବସନ୍ତି। ମହିଳାଙ୍କ ଏହି ସମସ୍ୟାର ସମାଧାନ କରିବାକୁ ବୈଜ୍ଞାନିକମାନେ ଏକ ଏମିତି ଔଷଧ ବାହାର କରିଛନ୍ତି ଯାହାକୁ ଖାଇଲେ ମହିଳା ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ପାଇପାରିବେ।

ଦ ଗର୍ଜିୟନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ବୈଜ୍ଞାନିକମାନେ ଏକ ଏଭଳି ଗର୍ଭନିରୋଧକ ବଟିକା ବାହାର କରିଛନ୍ତି ଯାହାକୁ ମାସକୁ ମାତ୍ର ଥରେ ହିଁ ଖାଇବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ ଏହି ଜିଲୋଟିନ୍‌ କ୍ୟାପସୁଲ୍‌ର ପରୀକ୍ଷା ଏବେ ଘୁଷୁରୀଙ୍କ ଉପରେ କରାଯାଇଛି। ପରୀକ୍ଷାରୁ ଜଣାଯାଇଛି ଯେ କ୍ୟାପ୍‌ସୁଲରୁ ବାହାରୁଥିବା ପଲିମର ଷ୍ଟ୍ରକଚର ପେଟରେ ସର୍ବନିମ୍ନ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ ଓ ଗର୍ଭଧାରଣ ରୋକିବା ପାଇଁ ସିନ୍ଥେଟିକ୍‌ ହରମୋନ୍‌ ରିଲିଜ୍‌ କରିଥାଏ।

ବିଶେଷଜ୍ଞଙ୍କ କହିବାନୁସାରେ ପ୍ରତିଦିନ ଖାଉଥିବା ଗର୍ଭନିରୋଧକ ଅପେକ୍ଷା ଏହା ଅଧିକ ଉତ୍ତମ ଓ ସୁବିଧାଜନକ। ଏହି ଔଷଧ ଖାଇବା ପାଇଁ ମହିଳାଙ୍କୁ ଆଉ ଆଲାର୍ମ ଦେବାକୁ ପଡ଼ିବନାହିଁ କି ଗର୍ଭଧାରଣକୁ ନେଇ ଚିନ୍ତାରେ ରହିବାକୁ ପଡ଼ିବନାହିଁ। ରିପୋର୍ଟରେ କୁହାଯାଇଛି ଯେ ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୯ ଜଣ ନିୟମିତ ଗର୍ଭନିରୋଧକ ଔଷଧ ସେବନ କରିଥାନ୍ତିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.