ସୁନା ପ୍ରତି ଭାରତୀୟମାନଙ୍କର ଖାସ୍ ଦୁର୍ବଳତା ରହିଛି। ସେ ବିବାହ ହେଉ କି ବ୍ରତଘର, କାହାକୁ ଉପହାର ଦେବା ପାଇଁ ହେଉ କି କୌଣସି ପାର୍ଟି କିମ୍ବା ଫଙ୍କସନ୍, ସବୁ ଜାଗାରେ ଆବଶ୍ୟକ ପଡ଼ିଥାଏ ସୁନା। କିନ୍ତୁ ଆପଣ ଜାଣିଛନ୍ତି କି, ଜଣା ଅଜାଣତରେ ଆମେ ସୁନା ସହ ଜଡ଼ିତ ଟ୍ୟାକ୍ସର ନିୟମଗୁଡ଼ିକୁ ଅଣଦେଖା କରିଦେଇଥାଉ। ଏହି ଅଣଦେଖା ଅନେକ ସମୟରେ ଆପଣଙ୍କୁ ଭାରି ପଡ଼ିଥାଏ। ଇନ୍କମ ଟ୍ୟାକ୍ସ ଡିପାର୍ଟମେଣ୍ଟରୁ କେତେଥର ନୋଟିସ୍ ଆସିଯାଉଥିବା ବେଳେ ପେନାଲ୍ଟିର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା, ସୁନା ସହ ଜଡ଼ିତ ଇନ୍କମ ଟ୍ୟାକ୍ସ ନିୟମ ସମ୍ବନ୍ଧରେ।
ଘରେ ସୁନା ରଖିବାର ଲିମିଟ୍
• ଘରେ ସୁନା ରଖିବାର କୌଣସି ଲିମିଟ୍ ନାହିଁ।
• ସୁନା କିଣିବା ଉପରେ ପକ୍କା ବିଲ୍ ଅର୍ଥାତ୍ ଇନ୍ଭଏସ୍ ହେବା ଜରୁରୀ। ଇନ୍କମ ଟ୍ୟାକ୍ସ ବିଭାଗ ତରଫରୁ ଯାଞ୍ଚ ବେଳେ ଇନ୍ଭଏସ୍ କାମରେ ଆସିବ।
• ବର୍ଷକୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ଥିଲେ ଘରେ ରଖିଥିବା ସୁନାର ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ରିଟର୍ନରେ ଦେବାକୁ ପଡ଼ିବ। ରିଟର୍ନରେ ଆସେଟ୍ସ ଏବଂ ଲିୟାବିଲିଟି ବିକଳ୍ପରେ ସୁନାର ମୂଲ୍ୟ ଭରନ୍ତୁ।
• ଇନ୍କମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏକ ସର୍କୁଲାରରେ କହିଥିଲା, ଯଦି କାହା ଘରେ ଛାନ୍ଭିନ୍ ହୁଏ ଏବଂ ସୁନା ମିଳେ, ତା’ହେଲେ ଏହାର କିଛି ଲିମିଟ୍ସ ଅଛି। ବିବାହିତ ମହିଳାଙ୍କୁ ୫୦୦ ଗ୍ରାମ ସୁନା ରଖିବାର ଅନୁମତି ଅଛି। ସେଠି ଅବିବାହିତ ଯୁବତୀଙ୍କ ପାଇଁ ୨୫୦ ଗ୍ରାମ ଏବଂ ପୁରୁଷଙ୍କ ପାଇଁ ୧୦୦ ଗ୍ରାମ ସୁନା ରଖିବାର ନିୟମ ରହିଛି।
ସୁନା କ୍ରୟ-ବିକ୍ରୟ ଉପରେ ଟ୍ୟାକ୍ସ
ସୁନା ବିକ୍ରି ଉପରେ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲାଗିଥାଏ। ୩ ବର୍ଷ ପୂର୍ବରୁ ସୁନା ବିକିବା ଉପରେ ଶର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲାଗିବ। ଯଦି ୩ ବର୍ଷ ପରେ ବିକିବେ, ତା’ହେଲେ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲାଗିବ। ଏହା ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ପଡ଼ିବ।
ସରକାର ବଦଳାଇଲେ ସୁନାଗହଣା ସହ ଜଡ଼ିତ ନିୟମ
ଭାରତରେ ସୁନା ଜୁଏଲେରୀ ଏବଂ କଳାକୃତିଗୁଡ଼ିକ ପାଇଁ BIS ହଲ୍ମାର୍କିଙ୍ଗ୍ ଅନିବାଯ୍ୟର୍। ଏ ନେଇ କେନ୍ଦ୍ର ସରକାର ୧୫ ଜାନୁୟାରୀ ୨୦୨୦ରେ ଅଧିସୂଚନା ମଧ୍ୟ ଜାରି କରିବେ। ଅଧିସୂଚନା ଜାରି କରିବାର ଠିକ୍ ୧ ବର୍ଷ ପରେ ଅର୍ଥାତ୍ ୧୫ ଜାନୁୟାରୀ ୨୦୨୧ରୁ ସୁନାଗହଣା ଉପରେ BIS ହଲ୍ମାର୍କିଙ୍ଗ୍ ଅନିବାଯ୍ୟର୍ ହେବ। BIS ହଲ୍ମାର୍କିଙ୍ଗ୍ ଅନିବାଯ୍ୟର୍ ହେବା ପରେ ଯଦି କେହି ଜୁଏଲର୍ ନିୟମକୁ ଅଣଦେଖା କରିବେ, ତା’ହେଲେ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ସହ ୧ ବର୍ଷ ପଯ୍ୟର୍ନ୍ତ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାଛଡ଼ା ଜରିମାନା ରୂପରେ ସୁନାର ଦାମ୍ର ୫ ଗୁଣା ପଯ୍ୟର୍ନ୍ତ ଟଙ୍କା ଦେବାର ନିୟମ ରହିଛି।