Below header

ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣାରେ ମୃତ ଅଭିଯୁକ୍ତଙ୍କ ଶେଷକୃତ୍ୟ କେବେ ? କାହାକୁ ଜଣାନାହିଁ

ହାଇଦ୍ରାବାଦ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପୋଡ଼ି ମାରିଦେବା ଘଟଣାରେ ଏନ୍‌କାଉଣ୍ଟର ହୋଇଥିବା ଅଭିଯୁକ୍ତଙ୍କ ଶବ ଏବେବି ପଡ଼ି ରହିଛି । ଘଟଣାକୁ ୧୦ ଦିନ ବିତି ଯାଇଛି ତଥାପି ସେମାନଙ୍କ ମୃତଦେହ ହସପିଟାଲରେ ଅଛି । ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ କେବେ ହସ୍ତାନ୍ତର କରାଯିବ ସେ ସମ୍ପର୍କରେ କିଛି ବି ସ୍ପଷ୍ଟ ସୂଚନା ମିଳୁ ନାହିଁ । ଅନ୍ୟପଟେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ଆଇଟି ଏନ୍‌କାଉଣ୍ଟର ଘଟଣାର ତଦନ୍ତ କରୁଛି ।

HYDERABAD-3ଗତ ୬ ତାରିଖ ଦିନ ଚାରି ଜଣ ଅଭିଯୁକ୍ତଙ୍କୁ ଦୁଷ୍କର୍ମ ଘଟଣା ଘଟିଥିବା ଜାଗାରେ ପୋଲିସ୍‌ ଏନ୍‌କାଉଣ୍ଟର କରି ମାରି ଦେଇଥିଲା । ସେହିଦିନ ହାଇକୋର୍ଟ ମୃତଦେହଗୁଡ଼ିକୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସୁପ୍ରିମ୍‌ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶବଗୁଡ଼ିକୁ ସଂରକ୍ଷିତ ରଖିବା ସହ ୬ ମାସ ଭିତରେ ତଦନ୍ତ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । କାରଣ ୪ ଜଣିଆ ତଦନ୍ତ କମିଟି ଶବଗୁଡ଼ିକର ଯାଞ୍ଚ କରିବ । ଏନ୍‌କାଉଣ୍ଟର ବେଳେ ପ୍ରକୃତରେ ପୋଲିସ୍‌ ନିଜ ସୁରକ୍ଷା ପାଇଁ ନା ଜାଣିଶୁଣି ସେମାନଙ୍କୁ ଗୁଳି ମାରିଛି, ସେ କଥାର ତଦନ୍ତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.