ବାପାଙ୍କ ଟେଷ୍ଟିସରେ ଥିଲା ସମସ୍ୟା ଲଗାଉଥିଲେ ଟେଷ୍ଟୋଷ୍ଟିରନ ଜେଲ, ଶିଶୁପୁତ୍ରର ବଢ଼ିଗଲା ଯୌନାଙ୍ଗ

କଥାରେ ଅଛି ଆପଣ ଯାହା କରିବେ ଆପଣଙ୍କ ପିଲା ମଧ୍ୟ ସେଇଆ ଶିଖିବ । ଏହା ଆମେ ନିତିଦିନିଆ ଘଟଣାରୁ ବି ଦେଖୁଥିବା । ବିଶେଷକରି ଛୋଟ ପିଲାଙ୍କ କଥା ଯଦି କହିବା ତେବେ ସେମାନେ ବଡ ମାନଙ୍କୁ କେତେ ଫଲୋ କରନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ସବୁବେଳେ ବଡମାନଙ୍କ ଭଲ ଗୁଣକୁ ଯେ ପିଲା ଗ୍ରହଣ କରନ୍ତି ତା ନୁହେଁ ବରଂ କିଛି ଖରାପକୁ ବି ଗ୍ରହଣ କରିନିଅନ୍ତି । ଫଳରେ ପରବର୍ତ୍ତୀ ସମୟରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟେ । ସେମିତି ଏକ ଘଟଣା ଶୁଣିଲେ ଆପଣ ଚମକି ପଡିବେ ।

କୌଣସି ପିଲାଙ୍କ ମଧ୍ୟରେ ମ୍ୟାଚୁରିଟି ଆସେ ୧୨ରୁ ୧୬ବର୍ଷ ମଧ୍ୟରେ । ଏହି ସମୟରେ ସେମାନଙ୍କ ଯୌନାଙ୍ଗ କିମ୍ବା ଶରୀର ମଧ୍ୟରେ ପରିବର୍ତ୍ତନ ନଜର ଆସେ । କିନ୍ତୁ ଏହି ପରିବର୍ତ୍ତନ କେବଳ ୨ବର୍ଷର ଶିଶୁ ମଧ୍ୟରେ ଦେଖିବାକୁ ମିଳିଛି । ବ୍ରିଟେନରେ ଏହି ମାମଲା ସାମନାକୁ ଆସିଛି । ପିଲା ମଧ୍ୟରେ ଏଭଳି ଲକ୍ଷଣ ଦେଖିବା ପରେ ମାଆ ଆଶ୍ଚର୍ଯ୍ୟ ହେବା ପରେ ଚିନ୍ତାରେ ପଡିଯାଇଥିଲେ । ତାଙ୍କର କହିବା କଥା କି ଏହା କୌଣସି ସାମାନ୍ୟ କଥା ନୁହେଁ । ଶରୀରରେ ଯୌବନର ଲକ୍ଷଣ ଓ ତା ସହ ଅଙ୍ଗ ଜନ ବଡିବା ବି ବହୁତ ହି ଚିନ୍ତାଜନକ । ବ୍ରିଟେନର ଏହି ପିଲାମଧ୍ୟରେ ହେଉଥିବା ପରିବର୍ତ୍ତନକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେମାନଙକ୍ର କହିବା କଥା କି ଏହା ଏକ ଦୁର୍ଲଭ ମାମଲା ଅଟେ ।

ପିଲାର ମାଆଙ୍କର କହିବା କଥା କି ପିଲାଟିର ଶରୀରରେ ଯେଉଁ ପରିବର୍ତ୍ତନ ଦେଖିବାକୁ ମିଳିଲା ତାକୁ ଦେଖି ସେ ଚମକି ପଡିଲେ । ପିଲାଟିର ଯୌନାଙ୍ଗରେ କେଶ ବଢିବାରେ ଲାଗିଥିଲା । ଏମିତିକି ଲିଙ୍ଗର ଆକାର ମଧ୍ୟ ବଢିବାରେ ଲାଗିଥିଲା । ଯାହା ସାମାନ୍ୟ ବିଲକୁଲ ବି ନଥିଲା । ପିଲାର ଲମ୍ବ ଓ ଓଜନ ବି ବହୁ ଶୀଘ୍ର ବଢିବାରେ ଲାଗିଛି । ମାତ୍ର ୧ବର୍ଷର ବୟସରେ ପିଲାର ଓଜନ ୧୨କିଲୋ ଥିଲା । ବିଶେଷଜ୍ଞଙ୍କ କହିବା କଥା କି ୨ବର୍ଷ ପିଲା ମଧ୍ୟରେ ଏଭଳି କିଛି ହେବା ନିଶ୍ଚୟ ଦୁର୍ଲଭ ଘଟଣା ।

ଏକ ରିପୋର୍ଟ ହିସାବରେ ମାମଲା ସାମନାକୁ ଆସିବା ପରେ ପିଲାଟିର ବ୍ଲଡ ଯାଞ୍ଚ କରାଗଲା । ବ୍ଲଡ ଟେଷ୍ଟରେ ଏହା ସାମନାକୁ ଆସିଲା କି ପିଲା ମଧ୍ୟରେ ସେକ୍ସ ହରମୋନ ଟେଷ୍ଟୋଷ୍ଟିରନର ମାତ୍ରା ବହୁ ଅଧିକ ରହିଛି । ଏହି ହରମୋନ ପୁରୁଷଙ୍କ ମଧ୍ୟରେ ଅଧିକ ମାତ୍ରାରେ ହୋଇଥାଏ । କିନ୍ତୁ ଗୋଟିଏ ପିଲା ମଧ୍ୟରେ ଏଭଳି ହରମୋନର ମାତ୍ରା ନିଶ୍ଚୟ ଚିନ୍ତା ବଢାଇଲା ପରି ।
ଏହି ମାମଲାର ଯାଞ୍ଚ କରୁଥିବା ଡାକ୍ତରଙକ୍ର ମାନିବା କଥା କି ପିଲାର ଏହି ସ୍ଥିତି ଆର୍ଟିଫିସିଆଲ ଟେଷ୍ଟୋଷ୍ଟିରନର ସମ୍ପର୍କରେ ଆସିବା ଦ୍ୱାରା ହୋଇପାରେ । ଏହା ଏଥିପାଇଁ କୁହାଯାଉଛି କି ପିଲାଟିର ପିତାଙ୍କୁ ଟେଷ୍ଟିସ ସହ ଯୋଡା ରୋଗ ପୂର୍ବରୁ ଥିଲା । ଯେଉଁଥିପାଇଁ ସେ ବହୁ ବର୍ଷରୁ ପ୍ରତ୍ୟେକ ଦିନ ସ୍କିନରେ ଟେଷ୍ଟୋଷ୍ଟିରନର ଜେଲ ବ୍ୟବହାର କରୁଥିଲେ ।

ଏହି ଜେଲର ପ୍ରୟୋଗ କରିବା ପାଇଁ ଏହାକୁ କାନ୍ଧ, ବାହୁ ଅଥବା ପେଟରେ ଲଗାଯାଏ । ଏହା କରିବା ଦ୍ୱାରା ସ୍କିନ ଏହାକୁ ଶୁଖାଇନିଏ ବା ଭିତରକୁ ଟାଣିନିଏ । ଏହା ହୋଇଥାଇପାରେ କି ବ୍ୟକ୍ତି ଜଣକ ଏହାକୁ ଲଗାଇଥିବେ ଓ ଏହା ପିଲାର ସମ୍ପର୍କରେ ଆସିଥିବ । ଯାହାଫଳରେ ଏହି ଜେଲର ପ୍ରଭାବ ପିଲା ଉପରେ ପଡିଲା ।

ଏହା ପୂର୍ବରୁ ୨୦୦୭ରେ ଏକ ଏଭଳି ମାମଲା ସାମନାକୁ ଆସିଥିଲା । ଅଲ୍ଵାମାର ୧୬ମାସର ଏକ ପିଲା ମଧ୍ୟରେ ଏଭଳି ହିଁ ଲକ୍ଷଣ ଦେଖାଯାଇଥିଲା । ତାହା ମଧ୍ୟ ଅଜାଣତରେ ଟେଷ୍ଟୋଷ୍ଟିରନର ସମ୍ପର୍କରେ ଆସିଥିଲା । ଏହା ପରେ ୨୦୦୮ରେ ଟେକ୍ସାସର ଜଣେ ୨ବର୍ଷର ପିଲା ମଧ୍ୟରେ ବି ଏଭଳି ଲକ୍ଷଣ ନଜର ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.