Below header

୫ ଜୁନରୁ ଶନିଙ୍କ ଓଲଟା ଚଳନ ଆରମ୍ଭ, ୫ ରାଶି ଉପରେ ହେବ ଧନ ବର୍ଷା, ୩ ରାଶି ଉପରେ ପଡ଼ିବ ଭାରୀ

ଶନି ଗ୍ରହ ବହୁତ ଧିମା ଗତିରେ ଚାଲୁଥିବା ଗ୍ରହ, ଆଜିଠୁ ବା ୫ ଜୁନରୁ ଏହି ଗ୍ରହ କୁମ୍ଭ ରାଶିରେ ବକ୍ରି ହୋଇ ଚଳନ କରିବେ । ଶନିଙ୍କ ବକ୍ର ଚାଲ୍‌ ପ୍ରଭାବ ସବୁ ୧୨ ରାଶି ଉପରେ ପଡିବ । ଏହି ଚଳନ ଯୋଗୁ କିଛି ରାଶି ଉପରେ ଶୁଭ ପ୍ରଭାବ ତ କିଛି ରାଶି ଉପରେ ଅଶୁଭ ପ୍ରଭାବ ପକାଇବ । ଜ୍ୟୋତିଷରେ ଶନି ଗ୍ରହକୁ ଜୀବନ, କ୍ୟାରିଅର ଓ ମାନସିକ ସହ ଜଡିତ ହୋଇ ରହିଥିବା କୁହାଯାଏ । ଏହା ମକର ଓ କୁମ୍ଭ ରାଶିର ସ୍ୱାମୀ ଗ୍ରହ ହୋଇଥାନ୍ତି । ଏହି ଗ୍ରହ ତୁଳାରେ ଉଚ୍ଚ ହୋଇଥିବା ବେଳେ ମେଷରେ ନୀଚ ହୋଇଥାନ୍ତି । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ଶନିଙ୍କୁ ଅଢ଼େଇ ବର୍ଷ ସମୟ ଲାଗିଥାଏ ।

ଶନିଙ୍କ ବକ୍ର ଚଳନ କେଉଁ ରାଶି ଉପରେ ପକାଇବ କେମିତି ପ୍ରଭାବ

ମେଷ ରାଶି : ଏହି ରାଶିଙ୍କ ପାଇଁ ଶନିଙ୍କ ବକ୍ର ଚଳନ ଶୁଭ ହେବ । ଆପଣଙ୍କ କ୍ୟାରିଅରରେ ଉନ୍ନତି ହେବ । ବେପାରରେ ଲାଭ ଓ ଚାକିରି ଆଶାୟୀଙ୍କ ପାଇଁ ଉତ୍ତମ ସମୟ ରହିବ ।

ବୃଷ ରାଶି : କ୍ୟାରିଅରେ ଶୁଭ ସମାଚାର ମିଳିବ । ଭାଗ୍ୟର ସହଯୋଗ ମିଳିବ ଓ ସୁଖ ସୁବିଧା ପ୍ରାପ୍ତ ହେବ ।

ମିଥୁନ ରାଶି : ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବାକୁ ହେବ । ଅଚାନକ କୌଣସି ରୋଗ ଦେଖାଦେବ । କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ ।

କର୍କଟ ରାଶି : ଆପଣଙ୍କ ଉପରେ ଶନି ଦେଢ଼୍ୟା ଚାଲୁଛି । ଶନିଙ୍କ ବକ୍ର ଗତି ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ସତର୍କ ରୁହନ୍ତୁ ।

ସିଂହ ରାଶି : ବୈବାହିକ ଜୀବନରେ ସମସ୍ୟା ରହିବ । ଭାଗ୍ୟର ସାଥ କମ ମିଳିବ । ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ହେବ । ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ । ଅଚାନକ ଧନ ପ୍ରାପ୍ତି ହୋଇପାରେ ।

କନ୍ୟା ରାଶି : କୌଣସି ପୁରୁଣା ରୋଗ ପୁଣି ଦେଖା ଦେଇପାରେ । କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ଅଲଗା ପରିଚୟ ତିଆରି କରିବାରେ ସମର୍ଥ ହେବେ । ଭଲ ରୋଜଗାର ହୋଇପାରେ ।

ତୁଳା ରାଶି : ପ୍ରେମୀ ଜୀବନରେ ଅସୁବିଧା ଦେଖାଦେଇପାରେ । ଘର ପରିବାରରେ ଦୁଶ୍ଚିନ୍ତା ଭାବ ରହିବ ।

ବିଚ୍ଛା ରାଶି : ଜମି ବାଡି ସମ୍ପର୍କିତ ବିବାଦ ହୋଇପାରେ । ବ୍ୟବସାୟ ଅନୂକୁଳ ରହିବ । ପରିଶ୍ରମରୁ ଅଚାନକ ଭଲ ଫଳ ପାଇବେ ।

ଧନୁ ରାଶି : ଭାଗ୍ୟ ସାଙ୍ଗ ଦେବ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ସୁଫଳ ପାଇବେ । କ୍ୟାରିଅରରେ ସଫଳତା ମିଳିବ ।

ମକର ରାଶି : ଏହି ରାଶି ବାଲାଙ୍କ ପାଇଁ ଶନି ସାଢ଼େ ସାତି ଚାଲୁଛି । ଘର ପରିବାରରେ ବାଦ ବିବାଦ ସ୍ଥିତି ହୋଇପାରେ । ସୁଖ ସୁବିଧା ବଢ଼ିବ ଓ ପ୍ରେମ ଜୀବନରେ ପରିବର୍ତ୍ତନ ଘଟିବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଶନି ସାଢ଼େ ସାତି ଚାଲୁଛି । ମାନସିକ ଦୁଶ୍ଚିନ୍ତା ମିଳିବାର ଯୋଗ ବନୁଛି । ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାରେ ଭଲ ନମ୍ବର ରଖିବାର ଯୋଗ ରହିଛି ।

ମୀନ ରାଶି : ଆପଣଙ୍କ ଉପରେ ଶନି ସାଢ଼େ ସାତି ଚାଲୁଛି । ଆର୍ଥିକ ଜୀବନରେ କଷ୍ଟ ଦେଖାଦେବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ହେବ । ଅଚାନକ ଖର୍ଚ୍ଚ ବଢ଼ିବ । ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.