Below header

ଶଙ୍ଖ ଧ୍ୱନି ଶରୀରକୁ ସୁସ୍ଥ ରଖିବା ସହ ସମାଜରୁ ନକାରାତ୍ମକ ଶକ୍ତିକୁ କରିଥାଏ ନଷ୍ଟ, ଜାଣନ୍ତୁ

ହିନ୍ଦୁଧର୍ମରେ ଏମିତି ଅନେକ ଜିନିଷ ରହିଛି ଯାହାର ବ୍ୟବହାର ଦ୍ୱାରା ଶରୀର ସୁସ୍ଥ ରହିବା ସହ ଘରେ ନକାରାତ୍ମକ ଶକ୍ତି ହ୍ରାସ ହୋଇଥାଏ । ଶଙ୍ଖ ନାମ ସମସ୍ତେ ଶୁଣିଥିବେ । ଏହାର ଅନେକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଏହା ସମାଜରୁ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ଶଙ୍ଖରେ ଭଗବାନ ବିଷ୍ଣୁ ବାସ କରନ୍ତି । ଏହାକୁ ପ୍ରିତଦିନ ଘରେ ପୂଜା କରାଯାଇଥାଏ । ଏହା ଘରେ ଶାନ୍ତି ବଜାୟ ରଖେ ।

କରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକ ନିରନ୍ତର ଭାବେ ଦେଶୀ ପଦ୍ଧତି ଆପଣାଉଛନ୍ତି । ଇମ୍ୟୁନି ସିଷ୍ଟମକୁ ମଜବୁତ କରିବା ପାଇଁ ନିରନ୍ତର ପ୍ରୟାସ ମଧ୍ୟ ଚାଲିଛି । ଆୟୁର୍ବେଦ ଓ ବିଜ୍ଞାନ ମତ ଅନୁଯାୟୀ, ଶଙ୍ଖରୁ ସକାରାତ୍ମକ ଉର୍ଜା ନିର୍ଗତ ହୋଇଥାଏ । ଯାହା ସମାଜ ପାଇଁ ମଙ୍ଗଳ ହୋଇଥାଏ । ଏହାକୁ ଫୁଙ୍କିବା ଦ୍ୱାରା ଶରୀରରେ ଅକ୍ସିଜେନ ଠିକ ଭାବେ ଚାଲିଥାଏ । ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ ।ଏହାସହ ଭଗବାନଙ୍କ ଆଶିର୍ବାଦ ସବୁବେଳେ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ସକାରାତ୍ମକ ଗୁଣ ସଂପର୍କରେ..

– ଏହାକୁ ପୂଜା କରିବା ସହ ନୀତିଦିନ ଫୁଙ୍କିବା ଉଚିତ । ସୁସ୍ଥ ରହିବା ପାଇଁ ଏହାକୁ ପ୍ରାଣାୟମରେ ବ୍ୟବହାର କରିବା ଦ୍ୱାରା ଏହା ବେଶ ଭଲ ଫଳ ଦେଇଥାଏ ।

0765
pc: jeenasikho.com

ଶଙ୍ଖକୁ ଫୁଙ୍କିବା ଦ୍ୱାରା ଏହା ଶରୀରରେ ରକ୍ତଚାପରେ ଅନିୟମିତତା, ହୃଦଘାତ, ରକ୍ତ ସର୍କରା ଓ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳେ ।

– ଫୁସଫୁସ ସୁସ୍ଥ ରହିଥାଏ । ଏହାସହ ଗଳା ମଧ୍ୟ ସୁସ୍ଥ ରୁହେ ।

– ମନ ଅଶାନ୍ତ ରହିଲେ ଶଙ୍ଖକୁ ପାଣିରେ ରଖି ପୂଜା କରନ୍ତୁ ।

– ଏହାର ଧ୍ୱନି ସ୍ନାୟୁ ତନ୍ତ୍ରକୁ ସକ୍ରିୟ କରିଥାଏ ।

– ଘରର ସମସ୍ତ ନକାରାତ୍ମକ ଶକ୍ତିକୁ ହ୍ରାସ କରିଥାଏ ।

– ଏହାଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.