Below header

ଖୁବ୍‌ ଶୀଘ୍ର ବଦଳିବ କରୋନାରେ ବ୍ୟବହୃତ ଅନେକ ଔଷଧ, ଏମିତି କହିଲେ ଗବେଷକ

ନୂଆଦିଲ୍ଲୀ :  କରୋନା ଭାଇରସ୍‌ ଯେଭଳି ଭାବେ ଦିନକୁ ଦିନ ତା’ର ରୂପ ବଦଳାଇବାରେ ଲାଗିଛି ଏହାକୁ ଦେଖି ଗବେଷକମାନେ ଦ୍ୱନ୍ଦ୍ୱ ଓ ଅସୁବିଧାରେ ପଡ଼ିଛନ୍ତି । ଏବେ ଚାଲିଥିବା କରୋନାର ୩ୟ ଲହରରେ କରୋନା ଭାଇ୍‌ରସ୍‌ ଏକ ଭିନ୍ନ ରୂପରେ ବହୁତ ମାରାତ୍ମକ ହୋଇଥିବାରୁ ଆଗରୁ ବ୍ୟବହୃତ ଔଷଧରେ ମଧ୍ୟ ପରିବର୍ତ୍ତନ କରିବାକୁ ଗବେଷକ ଚିନ୍ତା କରୁଛନ୍ତି ।

ଏଥିପାଇଁ ଏକ କମିଟି ପ୍ରଚଳିତ ବହୁ ଔଷଧ ଉପରେ ଗବେଷଣା ଜାରି ରଖିଛନ୍ତି । ପ୍ରଚଳିତ ଷ୍ଟ୍ରେନକୁ ଦୃଷ୍ଟିରେ ରଖି କେଉଁ ଔଷଧକୁ ବାହାର କରାଯିବ ଓ ଆଉ କେଉଁ ଔଷଧକୁ ଏଥିରେ ସଂଯୋଗ କରାଯିବ ତା’ର ଚିଠା ପ୍ରସ୍ତୁତ ଚାଲିଛି । ସବୁଠୁ ବଡ଼ ଚର୍ଚ୍ଚା ଚାଲିଛି ରେମଡେସିଭର ଇଂଜେକ୍‌ସନ୍‌କୁ ନେଇ ।

ବର୍ତ୍ତମାନର ଷ୍ଟ୍ରେନ୍‌କୁ ନଜରରେ ରଖି ଏହି ଇଂଜେକସନ୍‌କୁ ବ୍ୟବହାର କରାଯିବ କି ନାହିଁ ବିଚାର କରାଯାଉଛି । ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରେମଡେସିଭର ଉପରେ ପ୍ରଶ୍ନ ମଧ୍ୟ କରିଥିଲା । କରୋନା ଚିକିତ୍ସାରେ ଏହାର ଭୂମିକା ନାହିଁ ବୋଲି କହିଥିଲା ।

କମ୍‌ ପ୍ରଭାବିତ ଔଷଧକୁ କରୋନା ପ୍ରୋଟୋକଲ୍‌ରୁ ବାହାର କରାଯିବ :

କରୋନା ଚିକିତ୍ସାରେ ମେଡିସିନ ଓ ପ୍ରୋଟୋକଲ୍‌ କମିଟି ର ଚେୟାରମ୍ୟାନ୍‌ ଡାକ୍ତର ଏନ୍‌ କେ ଓରୋଡା କୁହନ୍ତି, ରୋଗ ଯେହେତୁ ନୂଆ ତେଣୁ ସବୁବେଳେ ଚିକିତ୍ସାର ତରିକା ଓ ମେଡିସିନ୍‌ କୁ ନେଇ ଗବେଷଣା ଜାରି ରହିବ । ଆବଶ୍ୟକ ପଡ଼ିଲେ ଏହାକୁ ପରିବର୍ତ୍ତନ କରାଯିବ । ସେହି ଅନୁଯାୟୀ କେଉଁ ଔଷଧ ଅଧିକ ଫଳପ୍ରଦ ଓ କିଏ କମ୍‌ ଫଳପ୍ରଦ ଏହାକୁ ଦୃଷ୍ଟିରେ ରଖି ଔଷଧକୁ ପରିବର୍ତ୍ତନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.