Below header

ସାନ ଭାଇ ପାଇଁ ମାଡ ଖାଇ ମୁଣ୍ଡ ଫାଟିଲା ବଡ ଭାଇର, ଘଟଣା କଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ବିବେକ ଶୂନ୍ୟ ହୋଇଗଲାଣି ମଣିଷ । ମଣିଷ ଜନ୍ମ ପାଇ ବି ପଶୁଠାରୁ ହିଂସ୍ର ପାଲଟିଯାଉଛି । ହାତଗଣତି କିଛି ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ମାଡ ଖାଇବାକୁ ପଡିଛି । ଆଉ ମାଡ ଖାଇବା ପରେ  ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପାରାଦୀପ(କେନ୍ୟୁଜ୍): ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ବିବେକ ଶୂନ୍ୟ ହୋଇଗଲାଣି ମଣିଷ । ମଣିଷ ଜନ୍ମ ପାଇ ବି ପଶୁଠାରୁ ହିଂସ୍ର ପାଲଟିଯାଉଛି । ହାତଗଣତି କିଛି ଟଙ୍କା ପାଇଁ ଜଣେ ବ୍ୟକ୍ତିଙ୍କୁ ମାଡ ଖାଇବାକୁ ପଡିଛି । ଆଉ ମାଡ ଖାଇବା ପରେ  ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଦୁଇଶହ ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ । ଖାଲି ମାଡ ନୁହେଁ ଗ୍ରାହକଙ୍କ ମୁଣ୍ଡ ଫଟାଇଦେଲେ ଦୋକାନୀ । ଶେଷରେ ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ଗୁରୁତର ଗ୍ରାହକ ଜଣକ ପ୍ରଭାତ କୁମାର ଜେନା । ଏହି ଘଟଣାପରେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି ପ୍ରଭାତଙ୍କ ପରିବାର ଲୋକେ।

ସୂଚନା ଅନୁଯାୟୀ, ପାରାଦୀପ ଗଡ ଗ୍ରାମର ପ୍ରଶାନ୍ତ ଜେନା । ଯିଏ କିଛି ସାମଗ୍ରୀ କିଣିବାକୁ ନିମିଢି ବଜାରରେ ଥିବା ଦିଲ୍ଲିପ ସେନାପତିଙ୍କ ଦୋକାନକୁ ଯାଇଥିଲେ। ସେଠାରେ ପ୍ରଶାନ୍ତ ସଉଦା କିଣି ସାରିବା ପରେ ଦୋକାନୀଙ୍କୁ ପାଞ୍ଚ ଶହ ଟଙ୍କା ଦେଇଥିବାରୁ ଅବଶିଷ୍ଟ ଟଙ୍କା ମାଗିଥିଲେ। କିନ୍ତୁ ଦୋକାନୀ ଜଣକ ଦୁଇ ଶହ ଟଙ୍କା ନେଇଥିବା କହିଥିଲେ। ଟଙ୍କା ଦେବା ନେବାକୁ ନେଇ ଯୁକ୍ତିତର୍କ ଲାଗିବା ସମୟରେ ପ୍ରଶାନ୍ତ ନିଜର ଭାଇଙ୍କୁ ଡାକିଥିଲେ। ପ୍ରଶାନ୍ତଙ୍କ ଭାଇ ପଚାରିବା ସମୟରେ ଦୋକାନରେ କାମ କରୁଥିବା ପିଲା ଓ ମାଲିକ ମିଶି ଦୁଇ ଭାଇଙ୍କୁ ଏକ ପାଇପରେ ଆକ୍ରମଣ କରିଥିଲେ।

thana

ଯାହା ଫଳରେ ଘଟଣା ସ୍ଥଳରେ ପ୍ରଶାନ୍ତଙ୍କ ବଡଭାଇ ପ୍ରଭାତଙ୍କ ମୁଣ୍ଡ ଫାଟିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ଏପଟେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅଠରବାଙ୍କି ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରଭାତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏ ନେଇ ପ୍ରଭାତଙ୍କ ପତ୍ନୀ ଲକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.