ହଜିଗଲା ମାନବିକତା, ୧୨ ବର୍ଷର ନାବାଳିକା ରକ୍ତାକ୍ତ ଅବସ୍ଥାରେ ବୁଲି ବୁଲି ମାଗିଲା ସାହାଯ୍ୟ, ହେଲେ କେହି ଶୁଣିଲେନି

ରକ୍ତ ଜୁଡୁବୁଡୁ ଅବସ୍ଥା ଅର୍ଦ୍ଧନଗ୍ନ ହୋଇ ବୁଲୁଛି ୧୨ ବର୍ଷର ନାବାଳିକା । ନାବାଳିକା ଜଣକ ସାହାଯ୍ୟ ପାଇଁ ୧୦-୧୨ କି ଚାଲିବା ପରେ ତାଙ୍କୁ କେହି ବି ସାହାଯ୍ୟ କରିନାହାନ୍ତି । ଏହା ପରେ ଆଶ୍ରମର ଜଣେ ଆଚାର୍ଯ୍ୟ ଆସି ଗାମୁଛା ଦେଇ ପୋଲିସକୁ ଖବର ଦେଇଥିଲେ ।

ମଧ୍ୟପ୍ରଦେଶ ଉଜୈନରେ ପୁଣି ଅମାନବୀୟ କାଣ୍ଡ । ରକ୍ତ ଜୁଡୁବୁଡୁ ଅବସ୍ଥା ଅର୍ଦ୍ଧନଗ୍ନ ହୋଇ ବୁଲୁଛି ୧୨ ବର୍ଷର ନାବାଳିକା । ନାବାଳିକା ଜଣକ ସାହାଯ୍ୟ ପାଇଁ ୧୦-୧୨ କି ଚାଲିବା ପରେ ତାଙ୍କୁ କେହି ବି ସାହାଯ୍ୟ କରିନାହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଯାହାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ମଧ୍ୟପ୍ରଦେଶ ଉଜୈନ ଠାରୁ ପାଖାପାଖି ୧୫ କିମି ଦୂର ବଡନଗର ରୋଡ ସ୍ଥିତ ଦଣ୍ଡି ଆଶ୍ରମ ନିକଟରେ ଜଣେ ୧୨ ବର୍ଷୀୟ ନାବାଳିକା ଲହୁଲୁହାଣ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଏକ ଛୋଟିଆ ପୋଷାକରେ ଶରୀରକୁ ଆବରଣ କରି ରାସ୍ତାରେ ବୁଲି ବୁଲି ସାହାଯ୍ୟ ମାଗୁଥିଲେ। ହେଲେ କେହି ସାହାଯ୍ୟ କରିନଥିଲେ।  ଏହା ପରେ ଆଶ୍ରମର ଜଣେ ଆଚାର୍ଯ୍ୟ ଆସି ଗାମୁଛା ଦେଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଇନ୍ଦୋରକୁ ରେଫର କରାଯାଇଥିଲା । ପୋଲିସ ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ତେବେ ପୁରା ଘଟଣାର ଯାଞ୍ଚ ଲାଗି ପୋଲିସ ଏସଆଇଟି ଗଠନ କରିଛି । ଏନେଇ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ମହାକାଳ ତିରୁପତି ଡ୍ରିମ୍ସ କଲୋନୀ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଏଥିରେ ଦେଖିବାକୁ ମିଳିଛି କି, ନାବାଳିକା ଜଣକ ଲହୁଲୁହାଣ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିବା ବେଳେ ତାଙ୍କୁ କେହି ବି ସହାୟତା କରିନଥିଲେ ।

ତେବେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ପୋଲିସ ଅନୁମାନ କରୁଛି । ନାବାଳିକା ଜଣକ ପ୍ରୟାଗରାଜର ବୋଲି ଜଣାପଡିଛି । ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗସ୍ତ ଥିବା ଅନୁମାନ କରାଯାଉଛି। ଖୁବଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.