ପଶୁ ଡାକ୍ତରଖାନାରୁ ‘ଟ୍ୟାଙ୍କ୍‌’ ଫେରାର୍‌, କଇଁଛକୁ ଖୋଜି ଖୋଜି ନୟାନ୍ତ ହେଲେଣି କର୍ମଚାରୀ

ଆମେରିକାର ପେନ୍‌ସିଲଭାନିଆ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲିଟନ୍ ନାମକ ସହରରେ ଥିବା ଏକ ପଶୁ ଡାକ୍ତରଖାନାରୁ ‘ଟ୍ୟାଙ୍କ୍‌’ ନାମକ କଇଁଛ ଖସି ପଳାଇ ଯାଇଛି। ଖବର ମୁତାବକ, ଏହି କଇଁଛ ତୃତୀୟ ଥର ପାଇଁ ଏପରି କାଣ୍ଡ କରିଛି।

ଆମେରିକାର ପେନ୍‌ସିଲଭାନିଆ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲିଟନ୍ ନାମକ ସହରରେ ଥିବା ଏକ ପଶୁ ଡାକ୍ତରଖାନାରୁ ‘ଟ୍ୟାଙ୍କ୍‌’ ନାମକ କଇଁଛ ଖସି ପଳାଇ ଯାଇଛି। ଖବର ମୁତାବକ, ଏହି କଇଁଛ ତୃତୀୟ ଥର ପାଇଁ ଏପରି କାଣ୍ଡ କରିଛି।

ପୂର୍ବରୁ ମଧ୍ୟ ସେ ଦୁଇଥର ମାହୋନେଙ୍ଗ୍‌ ଭ୍ୟାଲି ଆନିମଲ ହସ୍ପିଟାଲରୁ ଖସି ପଳାଇଥିଲା। ଏବେ କଇଁଛଟି କେଉଁଆଡ଼େ ଚାଲିଯିବା ପରେ ଏହାକୁ ଖୋଜିବାରେ ସାହାଯ୍ୟ କରିବାକୁ ସହରବାସୀଙ୍କୁ କୁହାଯାଇଛି।

ମାହୋନେଙ୍ଗ୍‌ ଭ୍ୟାଲି ଆନିମଲ ହସ୍ପିଟାଲ ପକ୍ଷରୁ ଏ ନେଇ ଫେସବୁକରେ ଏକ ପୋଷ୍ଟ ସେୟାର କରାଯାଇଛି। ଏଥିରେ କୁହାଯାଉଛି ଯେ ଟ୍ୟାଙ୍କ ନାମକ କଇଁଛ ପ୍ରାଣୀ ଚିକିତ୍ସକ ମାଇକ ନେଲସନଙ୍କ ଦେଖାଶୁଣାରେ ଥିଲା। ଏବେ କଇଁଛଟି ତାଙ୍କ କ୍ଲିନିକରୁ ବାହାରକୁ କେଉଁଆଡ଼େ ଚାଲିଯାଇଛି।

ଡାକ୍ତରଖାନାର ଜଣେ ଟେକ୍ନିସିଆନ କହିଛନ୍ତି କି, ହୋଇପାରେ କଇଁଛଟି ଅନୁଭବ କରିଥିବ ଯେ ତାକୁ ପୁଣିଥରେ ଡାକ୍ତରଖାନା ଭିତରକୁ ନିଆଯିବ, ତେଣୁ ସେ ସୁଯୋଗ ଉଣ୍ଡି ଖସି ପଳାଇଯାଇଛି। ଅନୁମାନ କରାଯାଉଛି, ଟ୍ୟାଙ୍କ୍‌ ବିଳମ୍ବିତ ରାତି କିମ୍ବା ଭୋର୍‌ ସମୟରେ କେଉଁଆଡ଼େ ଗାଏବ ହୋଇଯାଇଛି।

ଟେକ୍ନିସିଆନ କହିଛନ୍ତି, ଆମେ ଟ୍ୟାଙ୍କ୍‌କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲୁ, କିନ୍ତୁ କେଉଁଠି ବି ପାଇଲୁ ନାହିଁ। ହସ୍ପିଟାଲ ନିକଟରେ ଲାଗିଥିବା ବାଡ଼ରେ ଏକ ଛୋଟିଆ କଣା ଅଛି, ଯେଉଁ ବାଟ ଦେଇ ସେ ବାହାରକୁ ପଳାଇ ଯାଇଥିବା ଅନୁମାନ କରାଯାଉଛି।

ତେବେ ଟେକ୍ନିସିଆନଙ୍କ କହିବା ହେଲା, ଟ୍ୟାଙ୍କ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ କରିସାରିଛି। ଦୁଇଥର ଯାକ ସେ ମିଳିଥିଲା, କିନ୍ତୁ ଏଥର କେଉଁଠି ବି ତା’ର ପତ୍ତା ମିଳୁନାହିଁ। ଶେଷ ଥର ସେ ପାଖାପାଖି ୨ ସପ୍ତାହ ପୂର୍ବରୁ ଫେରାର୍‌ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.