ପିତୃପକ୍ଷରେ ଦୁର୍ଲଭ ସଂଯୋଗ, ୫ଟି ରାଶିର ଚମକିବ ଭାଗ୍ୟ

ହିନ୍ଦୁ ଧର୍ମରେ ପିତୃପକ୍ଷ ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ ବୋଲି ମନାଯାଏ । ଏହି ବର୍ଷ ୨୯ ସେପ୍ଟେମ୍ବର ୨୦୨୩ରୁ ପିତୃପକ୍ଷ ଆରମ୍ଭ ହେଉଛି । ଏହି ୧୫ ଦିନ କିଛି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ହେବାକୁ ଯାଉଛି ।

ପିତୃପକ୍ଷ କିମ୍ବା ଶ୍ରାଦ୍ଧପକ୍ଷ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ସମୟର ସ୍ୱତନ୍ତ୍ର ମାନ୍ୟତା ରହିଛି । ପିତୃପକ୍ଷ ଭାଦ୍ରବ ପୁର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟାରେ ସରିଥାଏ । ଏହି ବର୍ଷ ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଲୋକମାନେ ନିଜ ପୂର୍ବପୁରୁୁଷଙ୍କୁ ତର୍ପଣ ଏବଂ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପିଣ୍ଡଦାନ କରିଥାନ୍ତି । ଏହି ବର୍ଷର ପିତୃପକ୍ଷ ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ କାରଣ ଦୀର୍ଘ ୩୦ ବର୍ଷ ପରେ ସର୍ବାର୍ଥ ସିଦ୍ଧି ଏବଂ ଅମୃତ ସିଦ୍ଧି ଯୋଗ ଏକତ୍ର ହେଉଛନ୍ତି ।

ପିତୃପକ୍ଷ ଉପରେ ଏହି ଦୁଇ ଯୋଗ ୫ଟି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହେବ । ଏହି ରାଶିର ଲୋକମାନେ ପିତୃପକ୍ଷ ସମୟରେ ଧନ ଏବଂ ସଫଳତା ପାଇପାରନ୍ତି । ଅକ୍ଟୋବର ମାସ ଏହି ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ…

ମେଷ: ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟର ବିସ୍ତାର ଘଟିବ । ଲାଭ ବୃଦ୍ଧି ହେବ । ପରିବାର ଏବଂ ମିତ୍ରଙ୍କର ପ୍ରେମ ଓ ସମର୍ଥନ ପାଇବେ । ବଡରୁ ବଡ କାର୍ଯ୍ୟକୁ ମଧ୍ୟ ସହଜରେ କରିପାରିବେ ।

ମିଥୁନ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅକ୍ଟୋବର ମାସ ଲାଭଦାୟୀ ହେବ । ନୂଆ ଚାକିର ଅଫର ଆସିପାରେ । କାର୍ଯ୍ୟକୁଶଳତା ବୃଦ୍ଧି ପାଇବ । କ୍ୟାରିୟରରେ ଆଗକୁ ବଢିବାର ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନରେ ଶାନ୍ତି ରହିବ ।

କର୍କଟ: ଏହି ବ୍ୟକ୍ତିମାନେ ଚାକିରିରେ ଉଚ୍ଚ ପଦବୀ ପାଇପାରିବେ । ପ୍ରତିଷ୍ଠା ବୃଦ୍ଧି ପାଇବ । ଗାଡି କିମ୍ବା ସମ୍ପତ୍ତି କିଣିବାର ସ୍ୱପ୍ନ ପୂରଣ ହେବ । ଆପଣ ଏହି ଯୋଜନାଗୁଡିକ ଉପରେ କାର୍ଯ୍ୟ କରିବେ ଏବଂ ସଫଳ ହେବେ । ଆର୍ଥିକ ଲାଭ ହେବ ।

କନ୍ୟା: ଏହି ରାଶିର ଲୋକ ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ଟଙ୍କା ପାଇପାରନ୍ତି । ଚାକିରି ବଦଳାଇବା ପାଇଁ ଏହା ମଧ୍ୟ ଏକ ଭଲ ସମୟ । ଆପଣ ନିଜ ପସନ୍ଦର ଚାକିରି ପାଇପାରିବେ । ବିବାହିତ ଜୀବନ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ହେବ ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନଙ୍କର ପୁରୁଣା ସମସ୍ୟା ସମାପ୍ତ ହେବ । ଚିନ୍ତା ଦୂର ହେବ। ଆପଣ ବହୁତ ଆରାମ ଅନୁଭବ କରିବେ । ଆୟ ବୃଦ୍ଧି ପାଇବ । ଭଲ କାମ କରିବ ଏବଂ ପ୍ରଶଂସା ପାଇବ । ଦୀର୍ଘ ସମୟ ପରେ ଜୀବନରେ ଶାନ୍ତି ଅନୁଭବ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.