କିପରି ତିଆରି ହୋଇଥାଏ ମାଛ ତେଲ, ଏଥିରୁ ମିଳିଥାଏ ଅନେକ ଲାଭ

ମାଛ ସହିତ ମାଛ ତେଲ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ କେବଳ ଶରୀରକୁ ମଜବୁତ କରେ ତାହା ନୁହେଁ ବରଂ ଏହା ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ ।

ସୁସ୍ଥ ରହିବା ପାଇଁ ମାଛ ଖାଇବା ବହୁତ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ । ଶରୀରକୁ ଶକ୍ତି ଯୋଗାଇବାରେ ଏହା ବହୁତ ଉପକାରୀ କୁହାଯାଏ ଏବଂ ଏହାର ବ୍ୟବହାର ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ମାଛ ସହିତ ମାଛ ତେଲ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ କେବଳ ଶରୀରକୁ ମଜବୁତ କରେ ତାହା ନୁହେଁ ବରଂ ଏହା ତ୍ୱଚା ପାଇଁ ମଧ୍ୟ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମାଛ ତେଲରୁ କଣ କଣ ଲାଭ ମିଳିଥାଏ ।

ମାଛ ତେଲର ଉପକାରିତା :
ମାଛ ତେଲ ମାଛର ଟିସ୍ୟୁରୁ ବାହାର କରାଯାଇଥାଏ । ମାଛ ତେଲରେ ଓମେଗା ୩ ଏବଂ ଫ୍ୟାଟି ଏସିଡ୍ ସହିତ ଅନେକ ପୋଷକ ତତ୍ତ୍ୱ ରହିଥାଏ । ମାଛ ତେଲ ହାର୍ଟ ପାଇଁ ବହୁତ ଭଲ ବୋଲି କୁହାଯାଏ । ଏହି ତେଲ ସାହାଯ୍ୟରେ ଶରୀରର କାର୍ଡିୟୋଭାସ୍କୁଲାର ସିଷ୍ଟମ ଭଲ କାମ କରେ । ଏହି ତେଲ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ ଏବଂ ଶିରାରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା କମିଯାଏ ।

ମାଛ ତେଲ ଖାଇବା ଦ୍ୱାରା ହାଡ ମଜବୁତ ହୁଏ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା କମିଯାଏ । ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଆର୍ଥ୍ରାଇଟିସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ଏବଂ ବୋନ ଡେନସିଟି ବଢ଼ିଥାଏ ।

ହେଲ୍ଥ ଏକ୍ସପର୍ଟ କହିଛନ୍ତି ଯେ ମାଛ ତେଲରେ ଇନସୁଲିନ୍ ସେନ୍ସେଭିଟିକୁ ବଢ଼ାଇଥାଏ ଯାହାଦ୍ୱାରା ଡାଇବେଟିଜରୁ ମୁକ୍ତି ମିଳିଥାଏ । ଡାଇବେଟିଜ ୨ରେ ପୀଡିତ ରୋଗୀଙ୍କ ପାଇଁ ଏହା ବହୁତ ଭଲ ବୋଲି କୁହାଯାଏ ଏବଂ ଏହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ ।

ଇମ୍ୟୁନ ସିଷ୍ଟମକୁ ମଜବୁତ କରିବାରେ ମାଛ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି । ଏହାର ବ୍ୟବହାର ମେଟାବୋଲିଜିମ୍ କୁ ବଢ଼ାଇଥାଏ ଏବଂ ଶରୀରର ଅଟୋଇମ୍ୟୁନ୍ ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ ।

ମାଛ ତେଲରେ ହାଇ ବ୍ଲଡ ପ୍ରେସର କମ କରିବାର ଗୁଣ ରହିଛି । ମାଛ ତେଲରେ ମିଳୁଥିବା ଇକୋସାପେଣ୍ଟାଏନିକ୍ ଏସିଡ୍ (ଇପିଏ) ଏବଂ ଡୋକୋସାହେକ୍ସେଏନିକ୍ ଏସିଡ୍ (DHA) ବ୍ଲଡ ପ୍ରେସର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

କ୍ୟାନ୍ସର ଠିକ କରିବାରେ ମାଛ ତେଲ ସହାୟକ ହୋଇଥାଏ । ଏଥିରୁ ମିଳୁଥିବା ଓମେଗା ୩ ଏସିଡ୍ ସାହାଯ୍ୟରେ ଏହା ଶରୀରରେ ସାଧାରଣ କୋଷଗୁଡ଼ିକର ବୃଦ୍ଧିରେ ସାହାଯ୍ୟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.