Below header

ଆରମ୍ଭ ହୋଇଛି ୯ ତାପ : କିଛି କଥାକୁ ଧ୍ୟାନ ରଖିବା ଜରୁରୀ, ନଚେତ ହୋଇପାରେ ବଡ଼ କ୍ଷତି

ଆରମ୍ଭ ହୋଇଛି ନ ତାପ ଅର୍ଥାତ ୯ ଦିନ ଯାଏ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ପୃଥିବୀ ପୃଷ୍ଟକୁ ତତାଇବ । ଏହି ସମୟରେ କିଛି କଥା ଉପରେ ବିଶେଷ ଧ୍ୟାନ ରଖିବା କଥା । ନଚେତ ହୋଇପାରେ ବଡ଼ ଅସୁବିଧା ।

ନ ତାପ କ’ଣ : ମଇ ମାସର ଶେଷ ସପ୍ତାହରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା କମି ଯାଇଥାଏ । ଫଳରେ ତାପମାତ୍ରା ଆହୁରି ପ୍ରଖର ହୋଇଯାଇଥାଏ । ରୋହିଣି ନକ୍ଷତ୍ରରେ ନ ତାପ ଆରମ୍ଭ ହୋଇଥାଏ । ରୋହିଣୀ ନକ୍ଷତ୍ର ୨୫ ମଇରେ ଆରମ୍ଭ ହୋଇ ୩ ଜୁନ ପର୍ଯ୍ୟନ୍ତ ରହିବ । ରୋହିଣୀ ନକ୍ଷତ୍ର ଯେବେ ଲାଗିଥାଏ ସେତେବେଳେ ସୂର୍ଯ୍ୟଙ୍କ କିରଣ ପ୍ରଖର ହୋଇ ପୃଥିବୀ ପୃଷ୍ଟରେ ପଡ଼ିଥାଏ ।

ଏହି ବର୍ଷ ୨୫ ମଇ ସକାଳ ୧୦ ଟା ୩୩ ରେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରି ୩ ଜୁନ ଯାଏ ରହିବେ ଓ ଏହି ସମୟକୁ ୯ ତାପ କୁହାଯାଏ । ଏହାଛଡ଼ା ଏହି ସମୟରେ ସୂର୍ଯ୍ୟ, ମଙ୍ଗଳ,ବୁଧ ଓ ଶନି ସମସପ୍ତକ ଯୋଗ ବନିବେ ଓ ପୃଥିବୀ ପୃଷ୍ଟରେ ତାପମାତ୍ରା ଅଧିକ ହେବ । ବର୍ଷରେ ଥରୁଟିଏ ରୋହିଣୀ ନକ୍ଷତ୍ର ଦୃଷ୍ଟିରେ ସୂର୍ଯ୍ୟ ପଡ଼ିଥାନ୍ତି ।

ଜ୍ୟୋଷ୍ଠ ମାସରେ ରଖନ୍ତୁ ଏହି କଥା ପ୍ରତି ଧ୍ୟାନ :

ଧର୍ମ ଶାସ୍ତ୍ରରେ ୯ ତାପ ଦେଖି କିଛି ଜରୁରୀ ଉପଦେଶ ଦିଆଯାଇଥାଏ । ଏଥିପାଇଁ ଜଳ ପୂର୍ଣ୍ଣ କଳସ, ରସାଳ ଫଳ, ଜୋତା, ଛତା ଆଦି ଦାନ କରିବାକୁ କୁହାଯାଇଥାଏ । ସେହିପରି ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଦି ପହରରେ ଘରୁ ନ ବାହାରିବାକୁ ଉପଦେଶ ଦିଆଯାଇଥାଏ । ଯଦି ଖରାରେ ବାହାରକୁ ବାହାରିବାକୁ ପଡେ, ତେବେ ସୁତା କପଡ଼ା ମୁଣ୍ଡରେ ଭଲ କରି ଢ଼ାଙ୍କି କରି ବାହାରନ୍ତୁ ।

୯ ତାପ ହେଲେ ହୋଇଥାଏ ଭଲ ବର୍ଷା :

ମାନ୍ୟତା ଯେ ଯଦି ନ ତାପ ଯୋଗୁ ପ୍ରଖର ଗରମ ହୁଏ, ତେବେ ବର୍ଷା ଋତୁରେ ଭଲ ବର୍ଷା ହୋଇଥାଏ । ଏହାର ପଛର ବୈଜ୍ଞାନିକ କାରଣ ହେଉଛି ଗରମ କାରଣରୁ ସମୁଦ୍ରରୁ ବାସ୍ପୀକରଣ ପ୍ରକ୍ରିୟା ଭଲ ଭାବେ ହୋଇଥାଏ । ପ୍ରଖର ଗରମ ନହେଲେ ବାସ୍ପୀକରଣ ପ୍ରକ୍ରିୟା ଠିକ ହୋଇନଥାଏ । ଫଳରେ ଭଲ ବର୍ଷା ହୋଇ ନଥାଏ ଓ ଜଳ ସଂକଟ ଦେଖା ଦେଇଥାଏ । ଏହାଛଡ଼ା ନ ତାପ କାରଣରୁ ଶୁଭ କାମ ମଧ୍ୟ କରିବାକୁ ବାରଣ କରାଯାଇଥାଏ । ନଚେତ୍‌ ଅଶୁଭ ଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.