ଆପଣଙ୍କ ଖାତାକୁ ଆସୁଛି ତ ଏଲପିଜି ସବସିଡି, ଘରେ ବସି ଏପରି ସହଜରେ କରନ୍ତୁ ପତ୍ତା

ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ବର୍ଦ୍ଧିତ ଦାମ୍‌ ଉପରେ ସାମାନ୍ୟ ଆସ୍ୱସ୍ତି ଦେଇଛନ୍ତି ସରକାର। ସରକାର ନିକଟରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲର ଦାମକୁ ହ୍ରାସ କରିଛନ୍ତି। ସରକାର ପେଟ୍ରୋଲ-ଡିଜେଲ ଉପରେ ଏକସାଇଜ୍‌ ଡ୍ୟୁଟି କମ୍‌ କରିବା ସହିତ ଏଲପିଜି ଉପରେ ୨୦୦ ଟଙ୍କା ସବସିଡି ଘୋଷଣା କରିଛନ୍ତି। ତେଣୁ ଆପଣ ଘରେ ବସି ଚେକ କରିପାରିବେ ଆପଣଙ୍କ ଖାତାକୁ ସବସିଡି ଟଙ୍କା ଆସୁଛି ନା ନାହିଁ। ସହଜରେ ଘରେ ହିଁ ଆପଣ ଏହାର ପତ୍ତା ଲଗାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ମିନିଟରେ ଜାଣିବେ ଆପଣଙ୍କ ଖାତାକୁ ସବସିଡି ଆସୁଛି ନା ନାହିଁ।

  • ସର୍ବପ୍ରଥମେ www.mylpg.in ଓପନ କରନ୍ତୁ।
  • ଏବେ ଆପଣଙ୍କୁ ସ୍କ୍ରୀନରେ ଦିଆଯାଇଥିବା ଡାହାଣ ପାର୍ଶ୍ୱରେ ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡରର ଫଟୋ ନଜର ଆସିବ।
  • ଏଠାରେ ଆପଣ ନିଜର ସର୍ଭିସ ପ୍ରୋଭାଇଡରଙ୍କର ଗ୍ୟାସ ସିଲିଣ୍ଡରଙ୍କ ଫଟୋ ଉପରେ କ୍ଲିକ କରନ୍ତୁ।
  • ଏହାପରେ ସ୍କ୍ରୀନ ଉପରେ ଏକ ନୂଆ ଓ୍ଵିଣ୍ଡୋ ଓପନ ହୋଇଯିବ ଯାହା ଆପଣଙ୍କ ଗ୍ୟାସ ସର୍ଭିସ ପ୍ରୋଭଇଡରଙ୍କର ହୋଇଥିବ।
  • ଏବେ ପୂରା ଉପରେ ଡାହାଣ ଆଡକୁ ସାଇନ-ଇନ୍‌ ଏବଂ ନ୍ୟୁ ୟୁଜର ଅପ୍ସନ ଦେଖାଯିବ ତାହା ଉପରେ ଟ୍ୟାପ୍‌ କରନ୍ତୁ।
  • ଯଦି ଆପଣ ପୂର୍ବରୁ ଏଠାରେ ନିଜ ଆଇଡି ବନାଇଛନ୍ତି ତାହେଲେ ସାଇନ୍‌ ଇନ୍‌ କରନ୍ତୁ। ଆଉ ଯଦି ଆପଣଙ୍କର ଆଇଡି ନାହିଁ ତାହେଲେ ଆପଣ ନ୍ୟୁ ୟୁଜର ଉପରେ ଟ୍ୟାପ୍‌ କରି େଓ୍ଵବସାଇଟ ଉପରେ ଲଗଇନ୍‌ କରନ୍ତୁ।
  • ଏବେ ଆପଣଙ୍କ ସାମ୍ନାରେ ଓ୍ଵିଣ୍ଡୋ ଓପନ ହେବ, ତାହାର ଡାହାଣ ପାର୍ଶ୍ୱରେ ଭ୍ୟୁ ସିଲିଣ୍ଡର ବୁକିଙ୍ଗ ହିଷ୍ଟ୍ରୀ ଉପରେ ଟ୍ୟାପ୍‌ କରିଦିଅନ୍ତୁ।
  • ଏଠାରେ ଆପଣଙ୍କୁ ଏହା ସୂଚନା ମିଳିବ ଯେ ଆପଣ କେଉଁ ସିଲିଣ୍ଡର ଉପରେ କେତେ ସବସିଡି ଦିଆଯାଉଛି ଏବଂ କେତେ ଦିଆଯାଇଛି।
  • ଏହାସହିତ ଯଦି ଆପଣ ଗ୍ୟାସ୍‌ ବୁକ୍‌ କରିଛନ୍ତି ଏବଂ ଆପଣଙ୍କୁ ସବସିଡି ଟଙ୍କା ମିଳିନାହିଁ ତାହେଲେ ଆପଣ ଫିଡବ୍ୟାକ ବଟନ୍‌ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣ ସବସିଡି ଟଙ୍କା ନ ମିଳିବାର ଅଭିଯୋଗ ବି କରାଇପାରିବେ।
  • ଏହାବ୍ୟତୀତ ଆପଣ ଟୋଲ ଫି 18002333555 ନମ୍ବରରେ ଫ୍ରୀରେ ହିଁ କଲ୍‌ କରି ଅଭିଯୋଗ କରିପାରିବେ।

ଯଦି ଆପଣଙ୍କ ସବସିଡି ଆସିନାହିଁ ତାହେଲେ ଆପଣ ଏହା ଜାଣିବା ବହୁତ ଜରୁରୀ ଯେ ଆପଣଙ୍କ ସବସିଡି କାହିଁକି ଆସୁନାହିଁ। ଏଲପିଜି ଉପରେ ମିଳୁଥିବା ସବସିଡି ନଆସିବାର ସବୁଠାରୁ ବଡ କାରଣ ହୋଇପାରେ ଆଧାର ଲିଙ୍କ ନ ହେବା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ଲୋକଙ୍କର ବାର୍ଷିକ ଆୟ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ, ସେମାନଙ୍କୁ ମଧ୍ୟ ସବସିଡି ଦିଆଯାଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.