ବିଉଟି ଆଉ ବ୍ରେନ୍‌ : ଏମାନେ ହେଉଛନ୍ତି ଭାରତୀୟ ରାଜନୀତିର ଗ୍ଲାମର୍‌ ଲେଡି

କଥାରେ ଅଛି ‘ବ୍ୟୁଟି ଆଣ୍ଡ୍‌ ବ୍ରେନ୍‌ସ ରେୟାର୍‌ଲି ମିଟ୍‌ ’, ଅର୍ଥାତ୍‌ ସୁନ୍ଦରତା ସହିତ ବୁଦ୍ଧିମତ୍ତା କ୍ୱଚିତଙ୍କ ଠାରେ ଏକତ୍ର ଦେଖାଯାଏ । ତେବେ ଭାରତର ରାଜନୀତିରେ ଏମିତି କିଛି ଗ୍ଲାମରସ୍‌ ମହିଳା ଅଛନ୍ତି ଯେଉଁମାନେ କେବଳ ତାଙ୍କର ସୈାନ୍ଦର୍ଯ୍ୟ ପାଇଁ ନୁହେଁ ବୁଦ୍ଧିମତା ପାଇଁ ମଧ୍ୟ ବହୁତ ନାମ କମାଇଛନ୍ତି । ଆସନ୍ତୁ ଜାଣିବା ଭାରତୀୟ ରାଜନୀତିରେ ନାମ କମାଇଥିବା ସେହି ସୁନ୍ଦରୀ ମହିଳାମାନଙ୍କ ସମ୍ପର୍କରେ….

Nusrat-Jahan-2

୧. ନୁସରତ୍‌ ଜହାଁ :

ନୁସରତ୍‌ ଜହାଁ ଜଣେ ବହୁତ ସୁନ୍ଦରୀ ଭାରତୀୟ ଫିଲ୍ମ ଅଭିନେତ୍ରୀ ତଥା ରାଜନେତା । ନୁସରତ୍‌ ବଙ୍ଗାଳୀ ଫିଲ୍ମରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମ ୮ ଜାନୁଆରୀ ୧୯୯୦ ମସିହାରେ କୋଲ୍‌କାତାରେ ହୋଇଛି । ୨୦୧୯ରେ ସେ ସକ୍ରିୟ ରାଜନୀତିରେ ପାଦ ଥାପି ତୃଣମୂଲ କଂଗ୍ରେସରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୧ରେ ରାଜ ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘ଶୋତ୍ରୁ’ରେ ଡେବ୍ୟୁ କରିଥିଲେ । ତା’ପରେ ଖୋକା, ଖିଲାଡି ଭଳି ଫିଲ୍ମରେ ଅଭିନୟ କରି ପ୍ରତିଷ୍ଠା ଅର୍ଜ୍ଜନ କରିପାରିଛନ୍ତି ।

dibya spandana

୨. ଦିବ୍ୟା ସ୍ଫନ୍ଦନା :

ଖୁବ୍‌ ଗ୍ଲାମରସ୍‌ ଦିବ୍ୟା ସ୍ପନ୍ଦନା ଫିଲ୍ମ ସିଟିରେ ରାମ୍ୟା ନାମରେ ପରିଚିତ । ଏ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ଯିଏ କି କନ୍ନଡ଼ ଫିଲ୍ମ ସହ ତାମିଲ ଓ ତେଲ୍‌ଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଦିବ୍ୟାଙ୍କର ଜନ୍ମ ୧୯୮୨ ମସିହା ନଭେମ୍ବର ୨୯ ରେ ବେଙ୍ଗାଲୁରରେ ହୋଇଛି । ତାଙ୍କର ପ୍ରଥମ କନ୍ନଡ ଫିଲ୍ମ ‘ମୁସଞ୍ଜଇମାତୁ’ । ଯାହାକି ୨୦୦୮ରେ ରିଲିଜ୍‌ ହୋଇଥିଲା । ଏହି ଫିଲ୍ମ ବହୁତ ହିଟ୍‌ ମଧ୍ୟ ହୋଇଥିଲା । ରାମ୍ୟା ୨୦୧୩ରେ କଂଗ୍ରେସ ଦଳ ପକ୍ଷରୁ ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇ ରାଜନୀତିରେ ପ୍ରବେଶ କରିଥିଲେ ।

alka lamba

୩. ଅଲ୍କା ଲାମ୍ବା :

ଅଲ୍କା ଲାମ୍ବା ଯେମିତି ଜଣେ ତେଜସ୍ୱୀ ରାଜନେତ୍ରୀ ସେପରି ତାଙ୍କର ଗ୍ଲାମର‌ ପାଇଁ ମଧ୍ୟ ସେ ପରିଚିତ । ମାତ୍ର ୧୯ ବର୍ଷ ବୟସରେ ସେ କଂଗ୍ରେସ ଛାତ୍ର ସଂଘ (ଏନ୍‌ଏସ୍‌ୟୁଆଇ)ରେ ଯୋଗ ଦେଇଥିଲେ । ଏହାଛଡା ସେ ଏକ ଏନ୍‌ଜିଓ ‘ଗୋ ଇଣ୍ଡିଆ ଫାଉଣ୍ଡେସନ୍‌’ ମଧ୍ୟ ଚଳାଉଥିଲେ । ୨୦୧୫ରେ ସେ ଆମ୍‌ ଆଦ୍‌ମୀ ଦଳରୁ ଦିଲ୍ଲୀ ଚାନ୍ଦିନିଚୈାକ ଆସନରୁ ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି ।

angurlata deka

୪. ଅଙ୍ଗୁରଲତା ଡେକା :

ଅଙ୍ଗୁରଲତା ଡେକା ଜଣେ ମଡେଲ୍‌ ସହିତ ଅଭିନେତ୍ରୀ ମଧ୍ୟ । ସେ ମୁଖ୍ୟତଃ ବଙ୍ଗାଳୀ ଓ ଅସମୀୟା ଫିଲ୍ମରେ କାମ କରିଛନ୍ତି । ଏହା ସହିତ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ କରନ୍ତି । ସେ ୨୦୧୬ ମସିହାରେ ଅସମର ବତଦ୍ରୋବା ଆସନରୁ ଭାରତୀୟ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

dimpal yadav

୫. ଡିମ୍ପଲ ଯାଦବ :

ବହୁତ ସୁନ୍ଦରୀ ଓ ସବୁବେଳେ ଶାଢ଼ିରେ ଦେଖା ଯାଉଥିବା ଡିମ୍ପଲ ଯାଦବ ଜଣେ ଗ୍ଲାମରସ୍‌ ରାଜନେତା । ସେ କନୈାଜରୁ ଦୁଇଥର ସମାଜବାଦୀ ପାର୍ଟିର ସାଂସଦ ରହି ଆସିଛନ୍ତି । ସେ ରାଜନୈତିକ ପରିବାରରୁ ଆସିଛନ୍ତି । ଡିମ୍ପଲ୍‌ଙ୍କ ସ୍ୱାମୀ ଅଖିଲେଶ ଯାଦବ ଓ ଶ୍ୱଶୁର ମୁଲାୟମ ସିଂ ଯାଦବ ଉତ୍ତର ପ୍ରଦେଶରୁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।

gul panna

୬. ଗୁଲ୍‌ ପନ୍ନାଗ :

ଗୁଲ୍‌ ପନ୍ନାଗ ପୂର୍ବତନ ବ୍ୟୁଟି କୁଇନ, ଭାରତୀୟ ଅଭିନେତ୍ରୀ ଓ ରାଜନେତା ଭାବେ ପରିଚିତ । ସେ ୨୦୦୩ରେ ଫିଲ୍ମ ‘ ଧୂପ’ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ । ଗୁଲ୍‌ ଅନେକ ଫିଲ୍ମ ଓ ଟିଭି ସିରିୟଲ୍‌ରେ ମଧ୍ୟ କାମ କରିଛନ୍ତି । ୨୦୧୪ରେ ସେ ଚଣ୍ଡିଗଡ଼ ଆସନରୁ ଆମ୍‌ ଆଦ୍‌ମୀ ପାର୍ଟି ତରଫରୁ ନିର୍ବାଚନ ଲଢ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.