ଭୂମିରେ ନୁହେଁ ଏହି ସମ୍ପ୍ରଦାୟ ଆକାଶରେ କରନ୍ତି ଶବ ସତ୍କାର, ଜାଣନ୍ତୁ ପୂରା ଘଟଣା

ମଣିଷର ମୃତ୍ୟୁ ପରେ ସେମାନଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । ଭିନ୍ନ ଭିନ୍ନ ଧର୍ମ ମାନଙ୍କର ଏହି ନିୟମ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଏହି ଦୁନିଆରେ ଏମିତି କିଛି ସମ୍ପ୍ରଦାୟ ଅଛନ୍ତି ଯେଉଁ ମାନଙ୍କର ଅନ୍ତିମ ସଂସ୍କାର ପଦ୍ଦତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଏମିତି ହିଁ ଏକ ସମ୍ପ୍ରଦାୟ ହେଉଛି ତିବ୍ବତର ବୌଦ୍ଧ ସମ୍ପ୍ରଦାୟ । ଏହି ସମ୍ପ୍ରଦାୟ ଭିତରୁ ଯଦି କାହାର ମୃତ୍ୟୁ ହୁଏ ତେବେ ସେମାନଙ୍କ ଶବକୁ ଏକ ଅତ୍ୟନ୍ତ ଭିନ୍ନ ଶୈଳୀରେ ସତ୍କାର କରାଯାଏ । ତାଙ୍କୁ ଭୂମିରେ ପୋତିକି ନୁହେଁ କି ନିଆଁ ଜାଳିକି ବି ନୁହେଁ ଏମାନଙ୍କ ଶବକୁ ସିଧା ଆକାଶରେ ହିଁ ସତ୍କାର କରାଯାଇଥାଏ । ଏହି ପ୍ରକ୍ରିୟାରେ ପ୍ରଥମେ ଶବକୁ ଏକ ଉଚ୍ଚ ସ୍ଥାନରେ ଥିବା ଶ୍ମସାନକୁ ନିଆଯାଇଥାଏ । ସେଠାରେ ଜଣେ ବୌଦ୍ଧ ଭିକ୍ଷୁ ବା ଲମା ମନ୍ତ୍ର ପାଠ କରି ଶବ ଟିକୁ ଭଲ ଭାବେ ପୂଜା କରିଥାନ୍ତି ।

sky

ପରେ ଜଣେ ଶ୍ମସାନ କର୍ମଚାରୀ ଶବ ଟିକୁ ଛୋଟ ଛୋଟ ଖଣ୍ଡରେ କାଟିଥାନ୍ତି । ପରେ ଶ୍ମସାନର ଆଉ ଜଣେ କର୍ମଚାରୀ ଏହି ଖଣ୍ଡ ଗୁଡିକୁ ଅଟା ଘୋଳାରେ ବୁଡାଇ କାଉ କିମ୍ବା ଇଗଲ ପରି ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଥାନ୍ତି । ଏହି ପକ୍ଷୀ ଗୁଡିକ ଶବରୁ ମାଂସ ଗୁଡିକୁ ଖାଇଦେବା ପରେ ଶୁଖିଲା ହାଡ ଗୁଡିକୁ ଚୁର୍ଣ୍ଣ କରାଯାଇଥାଏ । ଏହି ଚୁର୍ଣ୍ଣକୁ ଅଟା ଓ ଲହୁଣୀ ସହିତ ମିଶା ଯାଇ ଛୋଟ ଛୋଟ ଗୁଳା କରି ବାଜ ପକ୍ଷୀକୁ ଖାଇବାକୁ ଦିଆଯାଇଥାଏ । ପକ୍ଷୀ ଗୁଡିକ ଶବ ଗୁଡିକୁ ଖାଇବାରୁ ବିଶ୍ୱାସ କରାଯାଏ କି ସେମାନେ ଆକାଶରେ ଉଡିବା ସହ ଶବ ମାନଙ୍କର ବି ଆକାଶରେ ହିଁ ସତ୍କାର ହୋଇଯିବ । ଏହା ବ୍ୟତୀତ ପାର୍ସି ସଂପ୍ରଦାୟରେ ବି ପକ୍ଷୀ ମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଏହି ସମୁଦାୟର ଲୋକେ ନିଜ ବନ୍ଧୁ ପରିଜଣଙ୍କ ଶବକୁ ଜୋରାଷ୍ଟ୍ରିୟାନରେ ନେଇ ରଖି ଦିଅନ୍ତି ।

sky

ଏହା ସହ ପଢନ୍ତୁ: ପକେଟ ମନି ପାଇଁ ବାର୍‌ ଟେଣ୍ଡର ଭାବେ କାମ କରୁଥିଲେ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା, ଜାଣନ୍ତୁ ତାଙ୍କ କାହାଣୀ

ସେହିଠାରେ ହିଁ ପକ୍ଷୀ ମାନେ ଶବ ଗୁଡିକୁ ନିଜର ଖାଦ୍ୟ କରିଦିଅନ୍ତି । ତିବ୍ବତୀୟ ମାନେ ମଧ୍ୟ ଭିନ୍ନ ଶୈଳୀରେ ନିଜ ସମ୍ପ୍ରଦାୟ ଲୋକଙ୍କ ଶବ ସତ୍କାର କରିଥାନ୍ତି । କିନ୍ତୁ ଏହା ପଛରେ ଏକ ଭିନ୍ନ କାରଣ ରହିଛି ଏହି ସମ୍ପ୍ରଦାୟ ବହୁ ଉଚ୍ଚ ପର୍ବତରେ ବାସ କରୁଥିବାରୁ ସେହି ସ୍ଥାନରେ ସହଜରେ କାଠ ମିଳି ନଥାଏ । ତେଣୁ କରି ସେଠାରେ ନିଆଁ ସାହାଯ୍ୟରେ ସତ୍କାର କରାଯାଇପାରେ ନାହିଁ । ଆଉ ମଧ୍ୟ ତାହାର ଜମି ବହୁ ପଥୁରିଆ ହୋଇଥିବାରୁ ତାକୁ ୨ ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ଖୋଲିବା ବି ଅସମ୍ଭବ ହୋଇପଡେ । ଏହି କାରଣରୁ ଭୂମିରେ ପୋତିକି ବି ସତ୍କାର କରିବା ସମ୍ଭବ ହୋଇପାରେ ନାହିଁ । ତିବ୍ବତର ଅଧିକାଂଶ ଲୋକ ବ୍ରଜୟାନ ବୌଦ୍ଧ ଧର୍ମ ପାଳନ କରିଥାନ୍ତି । ଆଉ ସେମାନଙ୍କର ବିଶ୍ୱାସ ରହିଛି କି ମୃତ୍ୟୁ ପରେ ମଧ୍ୟ ଶବକୁ କୀଟ ପତଙ୍ଗ ମାନେ ହିଁ ଖାଇଥାନ୍ତି ।

ତାଙ୍କର ଅଗାଢ ବିଶ୍ୱାସ ରହିଛି କି ଶରୀରରୁ ଆତ୍ମା ଅଲଗା ହେବା ପରେ ଶରୀର ଏକ ଫମ୍ପା ବାସନ ସଦୃଶ ହୋଇଯାଏ । ତେଣୁ କରି ତାକୁ ଆକାଶରେ ହିଁ ସତ୍କାର କରାଇଦେବା ଉଚିତ । ଯାହା ଦ୍ୱାରା ମନୁଷ୍ୟ ସହଜରେ ମୋକ୍ଷ ପ୍ରାପ୍ତି ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.