ପୁରୁଣା ଓ ଅତି ଗମ୍ଭୀର କ୍ଷତକୁ ଭଲ କରିବ ସ୍ମାର୍ଟ ବ୍ୟାଣ୍ଡେଜ, ରିମୋଟ ଦ୍ୱାରା କ୍ଷତରେ ଦିଆଯିବ ଔଷଧ

ଆମେରିକା ବୈଜ୍ଞାନିକମାନେ ଏକ ଏପରି ସ୍ମାର୍ଟ ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି ଯାହା ଅତି ପୁରୁଣା ଓ ଗମ୍ଭୀର କ୍ଷତକୁ ଭଲ ହେବାରେ ସାହାଯ୍ୟ କରିବ । ଏହି ବ୍ୟାଣ୍ଡେଜ ଭିତରେ ଏପରି ସୁତାର ବ୍ୟବହାର କରାଯାଇଛି ଯାହା ୱେୟାରଲେସ ଭାବେ ଔଷଧକୁ କ୍ଷତ ପାଖରେ ପହଞ୍ଚାଇବା ସହିତ ଏହାକୁ ଠିକ କରିଥାଏ । ତେବେ ଏହି ବ୍ୟାଣ୍ଡେଜର ବ୍ୟବହାର ଡାଇବେଟିସ ରୋଗୀମାନଙ୍କ ଠାରେ ମଧ୍ୟ କରାଯାଇପାରିବ ।

Image result for harvard-professor-ali-tamayol-create-smart-bandage-that-heal-chronic-wounds

ଆମେରିକାର ହାୱାର୍ଡ଼ ୟୁନିଭର୍ସିଟି ଓ କନେକ୍ଟିକଟ ୟୁନିଭର୍ସିଟି ମିଶି ଏହାକୁ ପ୍ରସ୍ତୁତ କରିଥିଲେ । ଏହି ସ୍ୱତନ୍ତ୍ର ପ୍ରକାରର ବ୍ୟାଣ୍ଡେଜ କ୍ଷତ ଉପରେ ଲଗାଇବା ପରେ ଡାକ୍ତରମାନଙ୍କ ହାତରେ ଏହାର ରିମୋଟ କଣ୍ଟ୍ରୋଲ ରହିଥାଏ ଯାହା ସାହାଯ୍ୟରେ ସେମାନେ ସମୟ ସମୟରେ କ୍ଷତର ଭିତର ଅଂଶ ପର୍ଯ୍ୟନ୍ତ ଔଷଧ ପହଞ୍ଚାଇଥାନ୍ତି । ଗବେଷକଙ୍କ କହିବା ଅନୁଯାୟୀ କ୍ଷତିଗ୍ରସ୍ତ ଟିସୁ ଯେତେ ମାତ୍ରାରେ ଠିକ ହୋଇଆସିବ ଔଷଧକୁ ସେହି ହିସାବରେ ରିଲିଜ କରାଯିବ । କ୍ଷତକୁ ଠିକ କରିବା ପାଇଁ ବାରମ୍ବାର ବ୍ୟାଣ୍ଡେଜ ବଦଳାଇବାର ଆବଶ୍ୟକତା ପଡିବ ନାହିଁ ଏବଂ ଏହାକୁ କ୍ଷତରେ ଲଗାଇବା ପରେ ବାରମ୍ବାର ଡାକ୍ତର ପାଖକୁ ମଧ୍ୟ ଯିବାର ଆବଶ୍ୟକତା ପଡିବ ନାହିଁ ।

Image result for harvard-professor-ali-tamayol-create-smart-bandage-that-heal-chronic-wounds

ସାଧାରଣ ଲୋକଙ୍କ ତୁଳନାରେ ଡାଇବେଟିସ ରୋଗୀଙ୍କ କ୍ଷତ ସୁଖିବାପାଇଁ ଅଧିକ ସମୟ ଲାଗିଥାଏ । ସେଥିପାଇଁ ତାଙ୍କର ଚିକିତ୍ସାରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ଏହାସହିତ ଡାଇବେଟିକ ଲୋକମାନଙ୍କର କ୍ଷତରେ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ ରହିଥାଏ ତେବେ ଏଭଳି ମାମଲାରେ ମଧ୍ୟ ଏହି ବ୍ୟାଣ୍ଡେଜ ସମାନ କାମ କରିବ ।

Image result for harvard-professor-ali-tamayol-create-smart-bandage-that-heal-chronic-wounds

ସ୍ମାର୍ଟ ବ୍ୟାଣ୍ଡେଜର ପ୍ରଥମ ବ୍ୟବହାର ମୂଷା ମାନଙ୍କ ଉପରେ କରାଯାଇଥିଲା । ତେବେ ଗବେଷଣାରେ ସାମିଲ ହୋଇଥିବା ମୂଷାମାନଙ୍କର କଷ୍ଟ ବହୁତ ଗମ୍ଭୀର ଥିବା ସହିତ ସେମାନଙ୍କର ଚର୍ମ ମଧ୍ୟ ଅଧିକ ମୋଟା ଥିଲା । ଏହିସବୁ ପରେ ମଧ୍ୟ ବ୍ୟାଣ୍ଡେଜର ବହୁତ ଭଲ ପ୍ରଭାବ ପଡିଥିଲା । ଏହି ବ୍ୟାଣ୍ଡେଜ ଦେଖିବା ପାଇଁ ବହୁତ ସରଳ କିନ୍ତୁ ଏହା ମଧ୍ୟରେ ଥିବା ସୁତା ଗୁଡିକରେ ଔଷଧ ଭରି ହୋଇ ରହିଥାଏ । ପ୍ରଥମେ ଛୁଂଚି ଦ୍ୱାରା କ୍ଷତକୁ ଖୋଳି ତାପରେ ଭିତରେ ଔଷଧ ଲଗାଯାଏ । ସାଧାରଣତଃ ଆମର କ୍ଷତ ଉପରେ ମେଡ଼ିସିନ ଲଗାଇବା ଦ୍ୱାରା ଏହା ଚର୍ମର ଭିତର ଲେୟାର ପର୍ଯ୍ୟନ୍ତ ପହଁଚିବା ଟିକିଏ ମୁସ୍କିଲ ହୋଇଥାଏ କିନ୍ତୁ ଏହି ଟେକନିକ ଦ୍ୱାରା ପୁରୁଣା ଓ ଗମ୍ଭୀର କ୍ଷତ ଗୁଡିକ ଅତି ସହଜରେ ଭଲ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.