Below header

ଭଦ୍ରକ: ଡାକ୍ତରଙ୍କୁ ମିଳିଲାନି ଦରମା, ବାଧ୍ୟ ହୋଇ ଚାକିରି ଛାଡିଲେ ୩ ଡାକ୍ତର

ଚାନ୍ଦବାଲି(କେନ୍ୟୁଜ୍): ସ୍ବାସ୍ଥ୍ୟ ସେବାରୁ ଯେମିତି କେହି ବଞ୍ଚିତ ନହେବେ ସେଥିପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଦେଖିବାକୁ  ମିଳିଛି ଅଭାବନୀୟ ଘଟଣା।  ଦରମା ନମିଳିବାରୁ ଚାକିରି ଛାଡିଲେ ଡାକ୍ତର । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ହେଲେ ଆବଶ୍ୟକ ଅନୁସାରେ ଡାକ୍ତର ନାହାଁନ୍ତି । ତେଣୁ କିଛି ମାସ ତଳେ ୩ଜଣ ଯୁବ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । ହେଲେ ସେମାନଙ୍କୁ ଦରମା ମିଳିଲା ନାହିଁ । ଏନେଇ ୩ଜଣ ଡାକ୍ତର ଭଦ୍ରକ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଜଣାଇଥିଲେ । କିନ୍ତୁ ସମାଧାନ ନହେବାରୁ ନିଜର ଇସ୍ତଫା ପତ୍ର ଦେଇ ଚାକିରି ଛାଡି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.