ବିଳମ୍ବରେ ଖାଉଛନ୍ତି କି ସକାଳର ବ୍ରେକଫାଷ୍ଟ ହୋଇପାରନ୍ତି ଏଭଳି ଗମ୍ଭୀର ବେମାରୀର ଶିକାର

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ ନିଜ ଶରୀର ପ୍ରତି ଧ୍ୟାନ ଦେବା ପାଇଁ ଭୁଲି ଯାଉଛି । ଜୀବନଶୈଳୀ ପରିବର୍ତ୍ତନ ଭିତରେ ଲୋକେ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ସେତେଟା ଧାଏଁ ରଖୁନାହାନ୍ତି , ସାଧାରଣତଃ ଆପଣ ଦେଖିଥିବେ ଅଧିକାଂଶ ଲୋକ ସକାଳ ଜଳଖିଆକୁ ସ୍କିପ କରିଦେଇଥାନ୍ତି ନଚେତ ସେମାନେ ଖାଇବାକୁ ଭୁଲି ଯାଆନ୍ତି । ଯଦି ଆପଣ ବି ଏପରି କରୁଛନ୍ତି ତେବେ ସାବଧାନ, କାରଣ ଏଥିପାଇଁ ଆପଣଙ୍କୁ ଆଗକୁ ବହୁତ୍ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏକ ସର୍ଭେ ଅନୁଯାୟୀ ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି, ସେମାନଙ୍କ ମୃତ୍ୟୁ ଆଶଙ୍କା ୪ରୁ ୫ ଗୁଣା ବଢ଼ିଯାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ହୃଦ୍‌ଘାତ ଆଶଙ୍କା ମଧ୍ୟ ବଢ଼ିଯାଏ ।

Image result for if you skip breakfast what will happen

ବ୍ରେକଫାଷ୍ଟ ନକରିବା ଦ୍ବାରା ଆପଣଙ୍କ ଓଜନ ଓ ମୋଟାପଣ ଉଭୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ସକାଳ ଜଳଖିଆ ଖାଉଥିବା ୧୦.୦୯ ପ୍ରତିଶତ ବ୍ୟକ୍ତି ମୋଟାପଣର ଶିକାର ହେଉଥିବାବେଳେ ଜଳଖିଆ ଖାଉ ନ ଥିବା ୨୬.୭ ପ୍ରତିଶତ ବ୍ୟକ୍ତି ଅଧିକ ମୋଟାପଣର ଶିକାର ହୋଇଥାନ୍ତି । ଯାହାଦ୍ବାରା ହୃତ୍‌ପିଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ପ୍ରତ୍ୟେକ ଦିନ ବ୍ରେକ୍‌ଫାଷ୍ଟ କରିବା ଦ୍ବାରା ଶରୀରର ଓଜନ ଠିକ୍‌ ରହିଥାଏ । ବ୍ରେକ୍‌ଫାଷ୍ଟ କରୁନଥିବା ଲୋକେ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଇଥାନ୍ତି। ଫଳରେ ଓଜନ ବଢ଼ିବା ଆରମ୍ଭ ହୋଇଥାଏ। ସେହିପରି ଯେଉଁମାନେ ସକାଳ ଜଳଖିଆ ଖାଉନାହାନ୍ତି ସେମାନଙ୍କୁ ଟାଇପ୍‌ ୨ ମଧୁମେହ ହେବା ଆଶଙ୍କା ୩୩ ପ୍ରତିଶତ ବଢ଼ିଯାଏ। ତେଣୁ ନିଜ ଖାଦ୍ୟ ଖାଇବାର ଅଭ୍ୟାସକୁ ବଦଳାଇ ସ୍ବାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ସେବନ କରନ୍ତୁ ।

Leave A Reply

Your email address will not be published.