ଯୁବତୀଙ୍କ କାନରେ ପଶିଗଲା ସାପ, ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିଲେ ଆମକୁ ଭୟ ଲାଗେ। ଆଉ ଏହାକୁ ଦେଖିଦେଲେ ଲୋକେ ଧାଇଁ ପଳାନ୍ତି। ହେଲେ ଯଦି ଏହି ସାପ କାନରେ ପଶିଯାଏ, ତେବେ ଭୟ କେତେ ମାତ୍ରାରେ ଲାଗୁଥିବ, ତାହା ଆପଣ ଅନୁମାନ କରିପାରୁଥିବେ। ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଛି। ଯେଉଁଠି ମହିଳାଙ୍କ କାନରେ ସାପ ପଶିଯିବା ଦେଖିବାକୁ ମିଳିଛି। ସାପଟିକୁ କାନରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ଯାଇଛନ୍ତି। ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି କାନ ଭିତରେ ପଶି କଲବଲ ହେଉଛି। ଯାହାର ଭିଡିଓ ଭାଇରଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ହଳଦିଆ ରଙ୍ଗର ସାପ ଯୁବତୀଙ୍କ କାନରେ ପଶିଯାଇଛି। ଯୁବତୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସାପଟିକୁ କାନରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ଯାଇଛନ୍ତି। ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି କାନ ଭିତରେ ପଶି କଲବଲ ହେଉଛି। କିନ୍ତୁ ଆଁ କରି ଫଣା ଟେକୁଛି। ଡାକ୍ତର ଏହାକୁ ସତର୍କତାର ସହିତ କାଢିବାକୁ ଚେଷ୍ଟା କରୁଛନ୍ତି। ସାପକୁ ଡାକ୍ତର ଫୋରସେପ ମାଧ୍ୟମରେ କାଢିବାକୁ ଚେଷ୍ଟା କରୁଛନ୍ତି। ସାପର ଲମ୍ବା କେତେ ତାହା ଜଣାପଡିନାହିଁ। କାନ ଭଳି ଛୋଟ ଜାଗାରେ ସାପ କେମିତି ପଶିଲା, ତାହା ଜାଣି ହେଉନାହିଁ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓକୁ ଫେସବୁକରେ ଚନ୍ଦନ ସିଂହ ନାମକ ଆକାଉଣ୍ଟରେ ସେୟାର ହୋଇଛି। ଯେଉଁଥିରେ କେବଳ କ୍ୟାପସନ ଲେଖାଯାଇଛି, କାନରେ ପଶିଗଲା ସାପ। ତେବେ ଏହି ଭିଡିଓ କେଉଁଠାରର ତାହା ଜଣାପଡିନାହିଁ।ଆପଣ ସାପକୁ ନେଇ ଏପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ। ଏହାର ସତ୍ୟତା କେତେ ତାହା ଆମକୁ ଜଣାନାହିଁ। ଏହା କେବଳ ସୋସିଆଲ ମିଡିଆ ଭାଇରଲ ଭିଡିଓରୁ ଜଣାପଡିଛି।

ସୂଚନାଯୋଗ୍ୟ, ସାପ ଭୟଙ୍କର ଜନ୍ତୁ ମଧ୍ୟରେ ଅନ୍ୟତମ।WHO ର ରିପୋର୍ଟ ଅନୁଯାୟୀ, ୮୦ ହଜାରରୁ ୧୪୦ ହଜାର ଲୋକ ପ୍ରତିବର୍ଷ ସାପ କାମୁଡାରେ ମରନ୍ତି। ସାପ କମୁଡିବା ଦ୍ୱାରା ମଧ୍ୟ ଅନେକ ଲୋକ ନିଜର ଶରୀରର କିଛି ଅଂଶ ହରାଇବସନ୍ତି।

https://www.facebook.com/100078698452814/videos/3118940928417494/

 

Also Read : ଆର୍ମି କ୍ୟାମ୍ପ ହସପିଟାଲରେ ପଶି ଓ୍ଵାର୍ଡ ବୁଲୁଛି ହାତୀ, ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.