ଯୁବକଙ୍କ କୋଳରେ ଆସି ବସିଗଲା ବିଷାକ୍ତ ସାପ, ଉପସ୍ଥିତ ବୁଦ୍ଧି ଖଟାଇବାରୁ ବଞ୍ଚିଗଲା ଜୀବନ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଅଧିକାଂଶ ଲୋକଙ୍କର ପିଳେହି ପାଣି ହୋଇଯାଏ। ସାପ ଏକ ବିଷାକ୍ତ ଜୀବ ହୋଇଥିବାରୁ ଏହା କାମୁଡ଼ିଲେ ମୃତ୍ୟୁର ଭୟ ରହିଥାଏ। ଏଣୁ ସମସ୍ତେ ସାପ ଠାରୁ ଦୂରେଇ ରହିବାକୁ ହିଁ ପସନ୍ଦ କରନ୍ତି। ତେବେ ଲୋକମାନେ ଦୂରେଇ ରହୁଥିଲେ ବି ଯଦି ସାପ ଆସି କୋଳରେ ବସିଯାଏ ତେବେ ଆପଣ କ’ଣ କରିବେ? ନିଶ୍ଚୟ ଭାବେ ଭୟରେ ତାକୁ ଦୂରକୁ ଫିଙ୍ଗିଦେବେ। କିନ୍ତୁ ଏହି ସମୟରେ ସାପ କାମୁଡ଼ିବା ଭୟ ବି ରହିଥାଏ। ତେବେ ନିକଟରେ ଜଣେ ଯୁବକ ଏଭଳି ସ୍ଥିତିର ସାମ୍ନା କରିଥିଲେ। ତା’ ପରେ ସେ ଉପସ୍ଥିତ ବୁଦ୍ଧି ଖଟାଇ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଜଙ୍ଗଲରେ ବସିଛନ୍ତି। ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ନିକଟକୁ ଆସୁଛି। ପରେ ସାପଟି ବ୍ୟକ୍ତିଙ୍କ କୋଳକୁ ଚଢ଼ିଯାଉଛି। ସେ କୋଳରେ ବସି ରହି ବ୍ୟକ୍ତିଙ୍କ ମୁହଁକୁ ଚାହିଁ ରହୁଛି। ସାପକୁ ଏତେ ପାଖରେ ଦେଖି ବ୍ୟକ୍ତି ଜଣକ ପ୍ରଥମେ ତ କ’ଣ ରିଆକ୍ସନ୍‌ ଦେବେ ଜାଣିପାରୁନାହାନ୍ତି। ସେ ସାପକୁ ସେଠାରୁ ହଟାଇବାକୁ ପ୍ରଥମେ ଚୁପ୍‌ଚାପ୍‌ ବସୁଛନ୍ତି। ପରେ ଉପସ୍ଥିତ ବୁଦ୍ଧି ଖଟାଇ ଏକ ଛୋଟ କାଠି ଆଣି ସାପ ଦେହରେ ଲଗାଉଛନ୍ତି। କାଠି ଯୋଗୁ ସାପଟି ଅନ୍ୟ ପଟକୁ ଅନାଉଛି। ପରେ ସେ କାଠିକୁ ଆହୁରି ପାଖକୁ ଆଣି ସାପକୁ ସଲ୍‌ ସଲ୍‌ କରୁଛନ୍ତି। ଫଳରେ ସାପଟି ତାଙ୍କ କୋଳରୁ ଉଠି ପଛକୁ ଚାଲିଯାଉଛି। ସାପଟି କୋଳରୁ ଓହ୍ଲାଇବା ପରେ ବ୍ୟକ୍ତି ଜଣକ ଜୀବନ ବିକଳରେ ଖୁବ୍‌ ସ୍ପିଡ୍‌ରେ ସ୍ଥାନ ଛାଡ଼ି ଦୌଡ଼ି ପଳାଉଛନ୍ତି।

ଟ୍ଵିଟରରେ ଏହି ଭିଡିଓଟିକୁ Jamie24272184 ଆକାଉଣ୍ଟରୁ ସେୟାର କରାଯାଇଛି। ମାତ୍ର କିଛି ସମୟ ଭିତରେ ହିଁ ପାଖାପାଖି ୫୦୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି। ସେହିପରି ୧୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.