Below header

କାହିଁକି ଅମାବାସ୍ୟାକୁ ନେଇ ଲୋକଙ୍କ ମନରେ ରହିଥାଏ ଡର? ଜାଣନ୍ତୁ ଏହା ପଛର କାରଣ

ପ୍ରତି ମାସରେ ଗୋଟିଏ ଥର ଅମାବାସ୍ୟା ପଡିଥାଏ । ଏହି ଦିନକୁ ପିତୃପୁରୁଷଙ୍କ ଦିନ ଭାବେ ବିଶ୍ୱାସ କରାଯାଏ । ଆଉ ମଧ୍ୟ କୁହାଯାଏ ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମିଳନ ହୋଇଥାଏ ଓ ଏମାନେ ମିଳିତ ଭାବେ ଗୋଟିଏ ରାଶିରେ ହିଁ ଅବସ୍ଥାନ କରନ୍ତି । ହିନ୍ଦୁ ଧର୍ମରେ ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତି ପରି ଦିନ ମାନଙ୍କର ବିଶେଷ ମହତ୍ୱ ଅଛି । କିନ୍ତୁ ହୁଏତ ସମସ୍ତେ ଜାଣିନଥିବେ ଏଗୁଡିକୁ କାହିଁକି ବିଶେଷ ଦିନ ଭାବେ ଧରାଯାଏ । ଆଉ ମଧ୍ୟ ଏହି ଦିନ ମାନଙ୍କର ମଣିଷ ମନ ଓ ଶରୀର ଉପରେ ଏକ ବିଶେଷ ପ୍ରଭାବ ପକାଇଥାଏ । ତେଣୁ ପୂର୍ଣ୍ଣମୀ ଓ ଅମାବାସ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ଭୟ ବସା କରିଥାଏ । ବିଶେଷ ଭାବେ ଅମାବାସ୍ୟା ଦିନ ଟିକୁ ଲୋକେ ଅଧିକ ଭୟ କରିଥାନ୍ତି । ଗୋଟେ ବର୍ଷରେ ସମୁଦାୟ ୧୨ ଟି ପୂର୍ଣ୍ଣମୀ ଓ ୧୨ ଟି ଅମାବାସ୍ୟା ପଡିଥାଏ । ଏସବୁ ପ୍ରତ୍ୟକ ଟିର ଭିନ୍ନ ଭିନ୍ନ ମହତ୍ୱ ରହିଛି ।

amabas

ପ୍ରକୃତରେ ଗୋଟିଏ ମାସକୁ ୧୫- ୧୫ କରି ଦୁଇଟି ପକ୍ଷ ରେ ବିଭକ୍ତ କରାଯାଇଥାଏ । ଗୋଟିଏ ପକ୍ଷକୁ ଶୁକ୍ଳ ପକ୍ଷ କୁହାଯାଉଥିବା ବେଳେ ଅନ୍ୟ ପକ୍ଷକୁ କୃଷ୍ଣ ପକ୍ଷ କୁହାଯାଏ । ଶୁକ୍ଳ ପକ୍ଷର ଅନ୍ତିମ ଦିନକୁ ପୂର୍ଣ୍ଣମୀ ଭାବେ ଧରାଯାଉଥିବା ବେଳେ କୃଷ୍ଣ ପକ୍ଷର ଶେଷ ଦିନକୁ ଅମାବାସ୍ୟା ଭାବେ ଧରାଯାଏ । ବର୍ଷ ଅନୁଯାୟୀ ଉତ୍ତରାୟଣ ଦିନରେ ଓ ମାସ ଅନୁସାରେ ଶୁକ୍ଳ ପକ୍ଷରେ ଦେଵାତ୍ମା ମାନେ ଅଧିକ ସକ୍ରିୟ ଥାନ୍ତି । ଦକ୍ଷିଣାୟନ ଓ କୃଷ୍ଣ ପକ୍ଷରେ ଦୈତ୍ୟ ଆତ୍ମାମାନେ ସକ୍ରିୟ ହୁଅନ୍ତି । ଯେତେବେଳେ ଦୈତ୍ୟ ଆତ୍ମା ମାନେ ସକ୍ରିୟ ହୁଅନ୍ତି ସେହି ସମୟରେ ମନୁଷ୍ୟର ଆସୁରିକ ଶକ୍ତି ଗୁଡିକ ମଧ୍ୟ ବଢିଥାଏ । ତେଣୁ କରି ଏସବୁରୁ ରକ୍ଷା ପାଇବା ପାଇଁ ହିଁ ମଣିଷର ମନ ଓ ମସ୍ତିଷ୍କକୁ ଧର୍ମ ଆଡକୁ କରାଯାଇଥାଏ । ଆଉ ମଧ୍ୟ ବିଶ୍ୱାସ କରାଯାଏ କି ଏହି ଦିନ ଭୁତ,ପ୍ରେତ,ପିତୃ, ପିଶାଚ,ନିଶାଚର ଜୀବ ଜନ୍ତୁ ଓ ଦୈତ୍ୟ ଅଧିକ ସକ୍ରିୟ ଓ ଉନ୍ମୁକ୍ତ ରହିଥାନ୍ତି ।

ଏହା ସହ ପଢନ୍ତୁ: ଏହି ରାଜ୍ୟରେ ରୁହନ୍ତି ରାକ୍ଷସୀ ହିଡିମ୍ବାର ବଂଶଜ, ଏହାସହ ରହିଛି ମହାଭାରତ ଯୁଗର ପଶାପାଲି ଗୋଟି

ତେଣୁ କରି ଏହି ଦିନ ସମସ୍ତେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି ବହୁ ବଡ ବଡ ଜ୍ୟୋତିଷ ମାନେ ମତ ଦେଇଛନ୍ତି । ଆହୁରି ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରକୁ ମନର ଦେବତା ଭାବେ ଧରା ଯାଇଥାଏ । ଅମାବାସ୍ୟା ଦିନ ଜମା ଚନ୍ଦ୍ର ଦେଖାଯାଇ ନଥାନ୍ତି । ତେଣୁ ଯେଉଁ ଲୋକେ ଅଧିକ ଭାବୁକ ହୋଇଥାନ୍ତି ସେମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ । ନକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଆସୁରିକ ଶକ୍ତି ମାନେ ନିଜ ବସ କରି ଦେଇ ଥାନ୍ତି । ଜଣାଶୁଣା ଲୋକଙ୍କ ମତରେ ପ୍ରତିପଦା, ଚତୁର୍ଦଶୀ ଓ ଅମାବାସ୍ୟା ତିଥି ମାନଙ୍କରେ ବିଶେଷ ଭାବେ ପବିତ୍ର ହୋଇ ରହିବା ନିହାତି ଆବଶ୍ୟକ । ଏହି ଦିନ କୌଣସି ପ୍ରକାରର ତାମସିକ ଖାଦ୍ୟ ଭକ୍ଷଣ କରିବା ଅନୁଚିତ । ଏହି ଦିନ ମାନଙ୍କରେ ମଦ ପରି ନିଶା ଦ୍ରବ୍ୟ ମାନଙ୍କ ଠାରୁ ଦୂରେଇ ରହିବା ବ୍ୟକ୍ତିର ଭବିଷ୍ୟତ ପାଇଁ ମଙ୍ଗଳ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.