ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ସୈଫ୍‌ ଅଲ୍ଳୀ ଖାନ୍‌ ଏବଂ କରୀନା କପୁରଙ୍କ ବିବାହକୁ ୭ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କର ଗୋଟିଏ ପୁଅ ସନ୍ତାନ ମଧ୍ୟ ରହିଛି। ବଲିଉଡ୍‌ର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରେ କରୀନା ଏବଂ ସୈଫଙ୍କ ନାଁ ମଧ୍ୟ ସସାମିଲ ରହିଛି। ଏକ ସାକ୍ଷାତକାର ମାଧ୍ୟମରେ କରୀନା କହିଛନ୍ତି ସୈଫ୍‌ ତାଙ୍କୁ ଦୁଇ ଥର ବିବାହ କରିବା ପାଇଁ ପ୍ରପୋଜ୍‌ କରିଥିଲେ କିନ୍ତୁ ସେ ଦୁଇ ଥର ହିଁ ତାଙ୍କ ପ୍ରପୋଜ୍‌ ରେ ମନା କରିଦେଇଥିବା ବେଳେ ତୃତୀୟ ଥର ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ।

taimurକରୀନାଙ୍କ କହିବା ଅନୁଯାୟୀ ସୈଫ୍‌ ମତେ ଦୁଇ ଥର ବିବାହ କରିବା ପାଇଁ କହିଥିଲେ। ପ୍ରଥମେ ଗ୍ରୀସରେ କହିଥିଲେ ପୁଣି ଥରେ ଲଦାଖରେ। କିନ୍ତୁ ସେ ସମୟରେ ମୁଁ ତାଙ୍କ ବିଷୟରେ କିଛି ଜାଣିନଥିବାରୁ ବିବାହ ପାଇଁ ମନା କରିଦେଇଥିଲି। ମନା କରିବା ପଛର କାରଣ ଥିଲା ସୈଫ୍‌ ଙ୍କୁ ଆହୁରି ଭଲଭାବେ ଜାଣିବା। ଏହି ସାକ୍ଷାତକାରରେ କରୀନା ବିବାହ ପରେ ଫିଲ୍ମରୁ ବ୍ରେକ୍‌ ନେବା ବିଷୟରେ ମଧ୍ୟ କହିଥିଲେ। କରୀନା କହିଛନ୍ତି, ମତେ ଲାଗିଥିଲା ମୁଁ ଜୀବନରେ ସବୁଠାରୁ ଭଲ ନଷ୍ପେତି ନେଇଛି। ମତେ ଜଣାଥିଲା ମୋ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌ ବିଲକୁଲ୍‌ ଅଲଗା ହେବ। କିନ୍ତୁ ମୁଁ ସୈଫ୍‌ ଙ୍କୁ ପ୍ରଥମରୁ କାମ କେବେ ବନ୍ଦ କରିବିନି ବୋଲି କହିଦେଇଥିଲି ଏବଂ ସେ ଭି ମତେ କହିଥିଲେ ତୁମେ କାମ ଛାଡିବା ବି ଉଚିତ ନୁହେଁ।

ଏହାସହ ପଢନ୍ତୁ: Bigg Boss ହାଉସରେ ଅଚାନକ ରୋମାନ୍ସ କଲେ ସିର୍ଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ? ଘର ଲୋକଙ୍କ ସମେତ ଦର୍ଶକ ବି…

Kareenaକରୀନା ଏବଂ ସୈଫ୍‌ ‘ଓଁକାରା’, ‘ଏଲଓସି କାରଗିଲ’, ‘ଟସନ’, ‘କୁର୍ବାନ’ ଏବଂ ‘ଏଜେଣ୍ଟ ଓ୍ଵିନୋଦ’ରେ ଏକାଠି କାମ କରିଥିଲେ। ଫିଲ୍ମ ‘ଟସନ’ ଜରିଆରେ ଉଭୟଙ୍କ ଲଭ ଷ୍ଟୋରୀ ଆରମ୍ଭ ହୋଇଥିଲା। ଚାରି ବର୍ଷ ପର୍ଯ୍ୟନ୍ତ ଉଭୟ ଡେଟ୍‌ କରିବା ପରେ ବିବାହ କରିଥିଲେ। ଡେଟିଙ୍ଗ ଦିନର କଥା କହିବାକୁ ଗଲେ ସୈଫ୍‌ ନିଜ ହାତରେ ମଧ୍ୟ କରୀନାଙ୍କ ଟାଟୁ କରିଥିଲେ। ସୈଫ୍‌ କରୀନାଙ୍କ ଠାରୁ ୧୦ବ ର୍ଷ ବଡ। ଦୁଇ ଜଣ ପ୍ରଥମେ କୋର୍ଟ ମ୍ୟାରେଜ୍‌ କରିଥିଲେ। କରୀନା ନିଜ ବିବାହକୁ ନେଇ କହିଛନ୍ତି ପ୍ରଥମେ ସେ ଘର ଛାଡି ବିବାହ କରିବା ପାଇଁ ଚାହୁଁଥିଲେ କାରଣ ସେ ତାଙ୍କ ବିବାହକୁ ପ୍ରାଇଭେଟ୍‌ ରଖିବା ପାଇଁ ଚାହୁଁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.