Below header

୧୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟି-ସାର୍ଟ ଟିଏ ପିନ୍ଧି ରହିପାରନ୍ତି ସୋନମ ! ଜାଣନ୍ତୁ କେମିତି

ଅମୀର ଖାନଙ୍କ ଥ୍ରୀ ଇଡିଆଟ୍ସ ମୁଭି ତ ଆପଣଙ୍କର ନିଶ୍ଚିନ୍ତ ରୂପେ ମନେଥିବ । ଯେଉଁଥିରେ ବଲିଉଡର ମିସ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାନ ରନଛୋଡ ଦାସ ଶ୍ୟାମଲ ଦାସ ଛାଂଚଡ ଭୂମିକାରେ ନଜର ଆସିଥିଲେ । ଖାଲି ଅମୀର ଖାଁ ନୁହନ୍ତି ତାଙ୍କ ସହିତ ଆର ମାଧବନ ଓ ସର୍ମନ ଯୋଶୀଙ୍କ ଦମଦାର ଅଭିନୟ ସମସ୍ତଙ୍କ ମନ ଜିଣି ନେଇଥିଲା । ଅମୀର ଖାନଙ୍କ ଭୂମିକା ଲେହର ବୈଜ୍ଞାନିକ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କ କାର୍ଯ୍ୟକଳାପ ସହ ଅନେକାଂଶରେ ମିଶିଥିଲା । ଖୁବ ସାଧାରଣ ଜିନିଷ ଗୁଡିକୁ ବ୍ୟବହାର କରି ବୈଜ୍ଞାନିକ ପ୍ରଣାଳିଲେ ଅସାଧାରଣ ରୂପ ଦେଇପାରନ୍ତି ସୋନମ । ସୋନମଙ୍କ ଏହି କାରନାମା ଗୁଡିକ ଅଧିକାଂଶ ସମୟରେ ଇଣ୍ଟରନେଟରେ ବି ଖୁବ ହଇଚଇ ସୃଷ୍ଟି କରିଥାଏ । ଏଇ ନିକଟରେ ସୋନମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

ଲେହର ମାଇନସ ୧୫  ଡିଗ୍ରୀ ତାପମାତ୍ରାରେ ବି ସୋନମ ସାଧାରଣ ଟି-ସାର୍ଟ ଟିଏ ପିନ୍ଧି ଫଟୋ ଉଠାଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାହାରେ ପାଣିକୁ ବରଫ କରିଦେବା ଭଳି ଥଣ୍ଡା ହେଉଥିବା ବେଳେ ସୋନମଙ୍କ କୋଠରୀର ତାପମାତ୍ରା କିନ୍ତୁ ୨୪ ଡିଗ୍ରୀ ରହିଥାଏ । ସେ ବି ପୁଣି ବିନା କୌଣସି ଇଲେକ୍ଟ୍ରୋନିକ୍ସ ଆପଲାଏନ୍ସ, କାଠ କିମ୍ବା କୋଇଲାର ଉପଯୋଗରେ । ସୋନମ ୱାଙ୍ଗଚୁକ ଟ୍ୱିଟରରେ ଫଟୋ ସେୟାର କରି ଲେଖିଛନ୍ତିକି “ଦିଲ୍ଲୀର ଥଂଡାରୁ ଲଦାଖସ୍ଥିତ ମୋ ରୁମର ତାପମାତ୍ରା ଗରମ ରହିଛି ।ଦିଲ୍ଲୀରୁ ଫେରି ମୋ ଘରକୁ ଫେରିଲେ ମୋତେ ନିର୍ବାଣ ପାଇବା ଭଳି ଲାଗୁଛି । ଆଉ ଏବେକା ପରିସ୍ଥିତିରେ ଦିଲ୍ଲୀରେ ମାତ୍ର ଗୋଟିଏ ଟି- ସାର୍ଟ ପିନ୍ଧି ରହିବା ଚିନ୍ତା ବି କରିହେଉନାହିଁ ।” ସୋନମ ଏହା ମଧ୍ୟ କହିଛନ୍ତିକି ଗୋଟେ ସମୟ ଥିଲା ଯେବେ ଲଦାଖବାସୀ ଶୀତଋତୁରେ ଦିଲ୍ଲୀରେ ବାସ କରିବାକୁ ଯାଉଥିଲେ ।

କିନ୍ତୁ ଏବେ ସ୍ଥିତି ବଦଳିଛି । ଏବେ କିନ୍ତୁ ଆଉ ଲୋକଙ୍କୁ ଲଦାଖର ହାଡଭଙ୍ଗା ଶୀତରେ ବି ଦିଲ୍ଲୀ ଯିବାକୁ ପଡ଼ିବନି । ଏସବୁ କେବଳ ସୋନମଙ୍କ Passive Solar ଓ Earth Building ଟେକନିକ ପାଇଁ ହିଁ ସମ୍ଭବ ହୋଇପାରିଛି । ଯାହାଫଳରେ ବାହାରର ତାପମାତ୍ରା ୧୫ ଡିଗ୍ରୀ ରହୁଥିବା ବେଳେ ଭିତରର ତାପମାତ୍ରା କିନ୍ତୁ ୨୪ ଡିଗ୍ରୀ ସେଲ୍ସିୟସ ରହିପାରୁଛି । ଖାଲି ସେତିକି ନୁହେଁ ଦୀର୍ଘ ସମୟ ହେବ ସୋନମ କେବଳ କାଠ ଆଉ ମାଟିରେ ଘର ତିଆରି କରିବା ନେଇ ଜୋର ଦେଇଆସୁଛନ୍ତି । ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ ପାଣିର ଉପଲବ୍ଧତା ବଢ଼ାଇବା ପାଇଁ ସ୍ନୋ ସ୍ତୁପ ପରି ପ୍ରୟୋଗ ପ୍ରାଧାନ୍ୟ ଦେଇଆସୁଛନ୍ତି ସୋନମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.