ଆର୍ଟିଫିସିଆଲ ବର୍ଷା ଓ ଇନ୍ଦ୍ରଧନୁରେ ଫଟୋ ସୁଟ କରି ଭାଇରାଲ ହେଲେ ଯୋଡି

ଆଜିକାଲି ବିବାହ ସମୟରେ ପ୍ରି ଫଟୋସୁଟ ଏବଂ ପୋଷ୍ଟ ଫଟୋସୁଟ ବହୁମାତ୍ରାରେ ଡିମାଣ୍ଡରେ ରହିଛି । ଏହାକୁ ନେଇ ଏକ ଅଜବ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି । ବ୍ରିଟେନର ଏକ ଯୋଡ଼ି ନିଜର ୱେଡିଂ ଫଟୋ ସୁଟ କରିଛନ୍ତି । କିନ୍ତୁୂ ସମସ୍ତଙ୍କଠୁ ଭିନ୍ନ କରିବା ପାଇଁ ଏମିତି ଉପାୟ ଆପଣାଇଛନ୍ତି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆର୍ଟିଫିସିଆଲ ବର୍ଷା କରି ନିଜ ଫଟୋ ସୁଟ କରି ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ଏହି ଯୋଡ଼ି।

କେବଳ ଆର୍ଟିଫିସିଆଲ ବର୍ଷା ନୁେହେଁ ବରଂ କୃତ୍ରିମ ଇନ୍ଦ୍ରଧନୁ କରି ମଧ୍ୟ ଫଟୋ ଉଠାଇଛନ୍ତି ଏହି ଯୋଡ଼ି । ତେବେ ଆର୍ଟିଫିସିଆଲ ବର୍ଷା ପାଇଁ ତାଙ୍କ ଉପରେ ୯୦୦ ଲିଟର ଥଣ୍ଡା ପାଣି ଢ଼ଳା ଯାଇଥିଲା । ଏହାପରେ କୃତ୍ରିମ ଇନ୍ଦ୍ରଧନୁ କରି ବେଷ୍ଟ ଫଟୋ ଉଠାଇଥିଲେ ।

rain
pc: one india hindi

ଏହି ଯୋଡିଙ୍କ ନାମ ପ୍ରିସିଲା ଓ ଏଲିସନ । ଏହାକୂୁ ପ୍ରସିଦ୍ଧ ଫଟୋଗ୍ରାଫର ବେଲିଟନ ବାରବୋସା ନିଜ କ୍ୟାମେରାରେ କଏଦ କରିଥିଲେ । ତେବେ ସମସ୍ତଙ୍କ ଠୁ ଅଲଗା ହୋଇ ୟୁନିକ ଫଟୋ ସୁଟ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏଭଳି ପ୍ରସ୍ତୁତି କରାଇଥିଲେ । ଏହାପାଇଁ ତାଙ୍କୁ ଅନେକ ଖର୍ଚ୍ଚ କରିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.