ବଦଳିଗଲାଣି କଙ୍କଡ଼ାଙ୍କ ଟେଷ୍ଟ, ପୋକ-ଜୋକ ଛାଡ଼ି ଏବେ ଖାଉଛନ୍ତି କୁରକୁରେ; ଦେଖନ୍ତୁ ଭିଡିଓ
କଙ୍କଡ଼ା ଖାଉଛି କୁରକୁରେ। ବିଶ୍ୱାସ ହେଉନି ନା। କିନ୍ତୁ ଏହା ସତ। ଆମେ ଆପଣଙ୍କୁ ପ୍ରମାଣ ସହ ଦେଖାଉଛୁ। ଦେଖନ୍ତୁ ଏହି ଭିଡିଓ। କଙ୍କଡ଼ାଟି ନିଜ କୁନି କୁନି ଗୋଡ଼ରେ କୁରୁକୁରେ ଧରି ଗାତ ଭିତରକୁ ଚାଲିଯାଉଛି। କୌଣସି ନିର୍ଦ୍ଦିଷ୍ଟ କଙ୍କଡ଼ା ନୁହେଁ, ବରଂ ସମସ୍ତ କଙ୍କଡ଼ାଙ୍କର କୁରକୁରେ ଖାଇବାରେ ରହିଛି ପ୍ରବଳ ଆଗ୍ରହ। ଗୋଟିଏ ଖାଇବା ପରେ ତାଙ୍କର ଖାଇବାର ଇଚ୍ଛା ଯେମିତି ବଢ଼ିଯାଉଛି ଧୀରେ ଧୀରେ। ସତର୍କତାର ସହ ଗାତରୁ ବାହାରି ଚାରିଆଡ଼େ ଦୃଷ୍ଟି ନିକ୍ଷେପ କରିବା ପରେ ନିଜ ପସନ୍ଦର କୁରୁକୁରେକୁ ଧରି ଚମ୍ପଟ ମାରୁଛି।
ଏଭଳି ଆଶ୍ଚର୍ଯ୍ୟ କରି ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସମୁଦ୍ରକୂଳରେ। ପୋକ-ଜୋକ ନାହାନ୍ତି, ଏ ଛୋଟ ଛୋଟ କଙ୍କଡ଼ା କଣ ଖାଇବେ ଭାବି ଆମେ ଖାଉଥିବା କୁରୁକୁରେକୁ କଙ୍କଡ଼ା ଗାତ ପାଖରେ ପକାଇ ଦେଇଥିଲୁ। କିଛି ସମୟ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ କଙ୍କଡ଼ା କୁରକୁରେକୁ ଗାତ ଭିତରକୁ ଭିଡ଼ି ନେଇଥିଲା। ଆମର କୌତୁହଳ ବଢ଼ିବାରୁ ଆମେ ଗାତ ପାଖରୁ କିଛି ଦୂରରେ କୁରୁକୁରେ ରଖିଥିଲୁ। ବାସ୍ନା ବାରି କଙ୍କଡ଼ା ଗାତରୁ ବାହାରି ଆସିଥିଲା। ଆଉ ଆଖି ବୁଲାଇ କୁରୁକୁରେ ଖୋଜିଥିଲା। ବିପଦ ନଥିବା ଅନୁଭବ କରିବା ପରେ କଙ୍କଡ଼ାଟି ଧୀରେ ଧୀରେ ଖାଦ୍ୟ ପାଖକୁ ଯାଇଥିଲା। ଖାଦ୍ୟକୁ ଗୋଡ଼ରେ ଧରି ଦ୍ରୁତ ଗତିରେ ଗାତକୁ ଫେରି ଯାଇଥିଲା।
ଏଭଳି ଆମେ ଅନ୍ୟସବୁ କଙ୍କଡ଼ା ଗାତ ପାଖରେ କୁରୁକୁରେ ରଖି ସେମାନଙ୍କର ଆଗ୍ରହ ପରୀକ୍ଷା କରିଥିଲୁ। ସେମାନେ ଗାତରୁ ବାହାରି କେବଳ ଖାଇ ନଥିଲେ, ବରଂ ଗୋଟିଏ ନେଇ ଗାତରେ ରଖିବା ପରେ ଆଉ ଖୋଜି ଥିଲେ। ପୋକଜୋକ, ମାଛ ଖାଉଥିବା କଙ୍କଡ଼ାଙ୍କର ଏଭଳି କୁରୁକୁରେ ଖାଇବା ଦେଖି ସେଠାରେ ଭିଡ଼ ଜମି ଯାଇଥିଲା।
ଦେଖନ୍ତୁ ଭିଡିଓ: