Below header

କୁନି ଭଉଣୀ ସୁକନ୍ୟା ପଠାଇଥିବା ରାକ୍ଷୀର ଉତ୍ତର ଦେଲେ ଭାବର ଠାକୁର ଶ୍ରୀଜଗନ୍ନାଥ

ଭାବର ଠାକୁର ଶ୍ରୀଜଗନ୍ନାଥ । ଭାବପ୍ରବଣ ମଣିଷ ମନର ବେଦନାକୁ ଶୁଣିବା ନିମନ୍ତେ ସର୍ବଦା ସେ ତତ୍ପର। କାହା ପାଇଁ ଭଗବାନ ତ କାହା ପାଇଁ ବନ୍ଧୁ, ଆଉ କାହାପାଇଁ ସେ ସୁନା ଭାଇ ।

ଚାନ୍ଦବାଲି(କେନ୍ୟୁଜ୍): ଭାବର ଠାକୁର ଶ୍ରୀଜଗନ୍ନାଥ । ଭାବପ୍ରବଣ ମଣିଷ ମନର ବେଦନାକୁ ଶୁଣିବା ନିମନ୍ତେ ସର୍ବଦା ସେ ତତ୍ପର। କାହା ପାଇଁ ଭଗବାନ ତ କାହା ପାଇଁ ବନ୍ଧୁ, ଆଉ କାହାପାଇଁ ସେ ସୁନା ଭାଇ । ବର୍ଷକୁ ଥରେ ଗହ୍ମା ପୂର୍ଣ୍ଣିମା ଅବସରରେ ଭଉଣୀ ସୁଭଦ୍ରା ମାଙ୍କ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ସେ ଅନେଇ ବସିଥାନ୍ତି । ହେଲେ ଚଳିତ ବର୍ଷ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାରେ ଭଦ୍ରକର କୁନି ଉଭଣୀ ସାଇ ସୁକନ୍ୟା ମହାନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥ ପାଇଁ ରାକ୍ଷୀ ପଠାଇବା ସହିତ ଏକ ଆବେଗଭରା ଚିଠି ଲେଖିଥିଲେ ସୁକନ୍ୟା ମହାନ୍ତି।

ତେବେ ସବୁଠୁ ବଡ କଥା କନି ଉଭଣୀ ପଠାଇଥିବା ଚିଠିର ପ୍ରତି ଉତ୍ତର ଜଗନ୍ନାଥ ମନ୍ଦିର ପ୍ରଶାସନ ପୁରୀରୁ ଆସି ପହଁଚିଛି କୁନି ଝିଅ ସାଇ ସୁକନ୍ୟାଙ୍କ ପାଖକୁ । ଯେଉଁ ଚିଠିରେ ଲେଖା ଅଛି ଆମେ ଚିଠି ପାଇଛୁ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଆପଣଙ୍କ ରାକ୍ଷୀ ଲାଗି କରାଯାଇଛି । ଏହା ସହିତ ରାକ୍ଷୀ ପାଉଣା ବାବଦକୁ ମହାପ୍ରଭୁଙ୍କ ରଥକନା, ନିର୍ମାଲ୍ୟ, ରଥଦଉଡି, ରଥକାଠ ସମ୍ବଳିତ ଏକ ପ୍ୟାକେଟ ମଧ୍ୟ ତାଙ୍କୁ ପଠାଯାଇଛି । ଜଣେ ଷଷ୍ଠ ଶ୍ରଣୀର ଛାତ୍ରୀଙ୍କର ଜଗତର ନାଥ ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ଏତେ ଭଲ ପାଇବା ଦେଖି ପାଠ ପଢୁଥୁବା ସ୍କୁଲର ସମସ୍ତ ଶିକ୍ଷକ, ଶକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସଭିଏଁ ସାଇ ସୁକନ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

sisiter

ସୂଚନା ଥାଉକି, ନିଜ ମାଆର ଦେହ ଭଲ କରିଦେବାକୁ ଜଗାକୁ ନିବେଦନ କରିବା ସହ ମାଆ ଦେହ ଭଲ ହୋଇଗଲେ ଜଗା ପାଖକୁ ରାକ୍ଷୀ ପଠାଇବାକୁ ମନ ଭିତରେ ସ୍ଥିର କରିଥିଲେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ । ଆଉ ମାଆର ଦେହ ଭଲ ହୋଇଗଲା ପରେ ଜଗା ପାଖକୁ ରାକ୍ଷୀ ସହ ୫ଶହ ଟଙ୍କା ପଠାଇ ଏକ ଚିଠି ଲେଖିପଠାଇଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାମନବିନ୍ଧା ଗାଁର ଷଷ୍ଠ ଶ୍ରେଣୀର ଛାତ୍ରୀ ସାଇ ସୁକନ୍ୟା ମହାନ୍ତି ।

ବାମନବିନ୍ଧା ଗାଁର ସଂଜୟ ମହାନ୍ତି ଓ ନିଳିମା ରାୟଙ୍କ କନ୍ୟା ହେଉଛନ୍ତି ସାଇ ସୁକନ୍ୟା ମହାନ୍ତି । ନିଜ ମାଆଙ୍କ ଦେହ ସୁସ୍ଥ ହେବା ପରେ ମାନସିକ ମୁତାବକ ସେ ଜଗନ୍ନାତଙ୍କ ନିଗଟକୁ ରାକ୍ଷୀ ସହିତ ଏକ ଚିଠି ପଠାଥିଲେ । ଚିଠିରେ ଲେଖା ଥିଲା ଅଙ୍କଲ ମହାଶୟ ମୋର ଭୂମିଷ୍ଠ ପ୍ରଣାନ ନେବେ, ଅନିତଦୂରରୁ ମୋର ଦୁଇ ଭାଇ ଜଗା ଓ ବଳିଆ ପାଇଁ ସହପ୍ରେମେ ମୁଁ ରାକ୍ଷୀ ପଠାଇଲି । ରାକ୍ଷୀ ପୂର୍ଣିମା ଦିନ ରାକ୍ଷୀ ବାନ୍ଧିବ । ଆଉ ୫ଶହ ଟଙ୍କା ପଠାଇଲି ମୋର ଦୁଇ ଭାଇଙ୍କୁ ଲଡୁ କିଣି ଖୁଆଇବେ।

ଏପଟେ ନିଜ ଦୁଇ ଭାଇ ଜଗା ଓ ବଳିଆଙ୍କ ପାଖକୁ ଚିଠିର ପ୍ରତି ଉତ୍ତର ପାଇ ବେଶ ଖୁସି ଅନୁଭବ କରିଛନ୍ତି ସାଇ ସୁକନ୍ୟାଙ୍କ ପରିବାର । କୁନିଝିଅର ଏଭଳି ମହାନ ଚିନ୍ତାଧାରା ପାଇଁ ଆଶିର୍ବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.