୧୩୭ ବର୍ଷ ଧରି ୩୨ଟି ଖମ୍ବରେ ବିରାଜମାନ ଅଛି ଦେବୀମାଙ୍କ ଏହି ମନ୍ଦିର, ବହୁତ ପ୍ରସିଦ୍ଧ ଏ ଶକ୍ତିପୀଠ

ଦାନ୍ତେଓ୍ଵାଡା ଜିଲ୍ଲାର ନକ୍ସଲୀ ଇଲାକାରେ ଘଞ୍ଚ ଜଙ୍ଗଲ ଏବଂ ପାହାଡ ମଧ୍ୟରେ ଥିବା ଏହି ମନ୍ଦିର ୧୩୭ ବର୍ଷ ଧରି ମାତ୍ର ୩୨ଟି ଖମ୍ବରେ ଛିଡା ହୋଇଛି। ଏମିତି ତ କୁହାଯାଏ ଯେ ରାଜା ଭୁଲରେ ଏହି ମନ୍ଦିରକୁ ଏମିତି ବନାଇଦେଇଛନ୍ତି। ସବୁଠୁ ବଡ କଥା ହେଉଛି ଏହି ମନ୍ଦିରକୁ ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରି ଯିବା ମନା। ଏଠାରେ ପୁରୁଷଙ୍କୁ ଧୋତି କିମ୍ବା ଲୁଙ୍ଗି ଲଗାଇ ପ୍ରବେଶ କରିବାକୁ ଦିଆଯାଏ।
କୁହାଯାଏ ଯେ ଦେବୀ ସତୀଙ୍କ ଏଠାରେ ଦାନ୍ତ ଖସିଥିଲା। ଏଥିପାଇଁ ତାଙ୍କୁ ଦାନ୍ତେଶ୍ୱରୀ ମାତା କୁହାଯାଏ। ରାଜଧାନୀରୁ ପ୍ରାୟ ୩୮୦ କିମି ଦୂର ଦାନ୍ତେଓ୍ଵାଡାରେ ଶଙ୍ଖିନୀ ଏବଂ ଡଙ୍କିନୀ ନଦୀର ସଙ୍ଗମରେ ସ୍ଥିତ ଏହି ମନ୍ଦିରର ନିର୍ମାଣର କାହାଣୀ ବହୁତ ରୋଚକପୂର୍ଣ୍ଣ। କୁହାଯାଏ ଯେ ଏହି ମନ୍ଦିରର ନିର୍ମାଣ ମହାରାଜା ଜନ୍ନମଦେବ କରିଥିଲେ। ପ୍ରତାପୀ ରାଜା ଅନ୍ନମଦେବ ଏଠାରେ ଆରାଧ୍ୟ ଦେବୀ ମା ଦାନ୍ତେଶ୍ୱରୀ ଏବଂ ମାଆ ଭୁବନେଶ୍ୱରୀ ଦେବୀଙ୍କ ସ୍ଥାପନା କରିଥିଲେ।
ଏକ ଦନ୍ତକଥା ମୁତାବକ ଅନ୍ନବଦେବ ଯେତେବେଳେ ମୋଗଲଙ୍କ ଠାରୁ ପରାଜିତ ହୋଇ ଜଙ୍ଗଲରେ ବୁଲୁଥିଲେ ସେତେବେଳେ କୁଳଦେବୀ ତାଙ୍କୁ ଦର୍ଶନ ଦେଇ କହିଲେ ଯେ ମାଘ ପୂର୍ଣ୍ଣିମା ଅବସରରେ ଘୋଡା ଉପରେ ବସି ବିଜୟ ଯାତ୍ରା ଆରମ୍ଭ କରିବାକୁ। ସେ ଯେଉଁଠାକୁ ଯିବେ ସେଠାରେ ସେଠାରେ ତାଙ୍କ ରାଜ୍ୟ ହୋଇ ହୋଇ ଯିବ ଏବଂ ସ୍ୱୟଂ ଦେବୀ ତାଙ୍କ ପଛରେ ଚାଲିବେ। କିନ୍ତୁ ଯେପରି ସେ ପଛକୁ ବୁଲି ଚାହିଁବେନାହିଁ।
ବରଦାନ ଅନୁଯାୟୀ ରାଜା ବାରଙ୍ଗଲର ଗୋଦାବରୀ ତଟରେ ଉତ୍ତର ଆଡକୁ ନିଜ ଯାତ୍ରା ଆରମ୍ଭ କଲେ। ରାଜା ନିଜ ପଛରେ ଆସୁଥିବା ମାତାଙ୍କ ଅନୁମାନ ମାତା ପିନ୍ଧିଥିବା ପାଉଁଜିର ଘୁଙ୍ଗୁର ଶବ୍ଦରେ କରୁଥିଲେ। ଶଙ୍ଖିନୀ ଏବଂ ଡଙ୍କିନୀର ତ୍ରିବେଣୀ ନଦୀ ସ୍ରୋତରେ ଦେବୀ ମାଆଙ୍କ ପାଉଁଜିର ଶବ୍ଦ ଶୁଭାଗଲାନାହିଁ। ଯେଉଁ କାରଣରୁ ରାଜା ପଛକୁ ବୁଲି ଦେଖିଦେଲେ। ଯାହାପରେ ସେହିଠାରେ ହିଁ ଅଟକିଗଲେ। ଏହାର କିଛି ସମୟ ପରେ ମାଆ ଦାନ୍ତେଶ୍ୱରୀ ରାଜାଙ୍କ ସ୍ୱପ୍ନାଦେଶ ଦେଇ କହିଲେ ସେ ଶଙ୍ଖିନୀ-ଡଙ୍କିନୀ ନଦୀ ସଙ୍ଗମରେ ସ୍ଥାପିତ ଅଛନ୍ତି। କୁହାଯାଏ ଯେ ମା ଦାନ୍ତେଶ୍ୱରୀଙ୍କ ପ୍ରତିମା ପ୍ରକଟ ହୋଇଥିବା ମୂର୍ତ୍ତି ଅଟେ ଏବଂ ଗର୍ଭଗୃହ ବିଶ୍ୱକର୍ମା ଦ୍ୱାରା ନିର୍ମିତ ହେଲା। ଶେଷ ମନ୍ଦିରର ନିମାଣ କାଳାନ୍ତରରେ ରାଜା କରିଥିଲେ।
ତେବେ ଏବେ ଆସନ୍ତୁ ଜାଣିବା ଏହି ମନ୍ଦିରକୁ ଆପଣ କେମିତି ଯିବେ?
ଏଠାକୁ ପହଁଚାଇବା ପାଇଁ ସଡକ ମାର୍ଗର ସାଧନ ସୁଗମ ରହିଛି। ରାୟପୁରରୁ ବସରେ ଜଗଦଲପୁର ପହଁଚି ଦାନ୍ତେଓ୍ଵାଡାରେ ପହଁଚିବେ। ମନ୍ଦିର ପ୍ରସିଦ୍ଧ ହେବା କାରଣରୁ ଭକ୍ତ ଏବଂ ସାଧୁ ମାନଙ୍କର ଅଭାବ ପଡିନଥାଏ।