Below header

ଭାରତକୁ ମିଳିବ ଆଉ ଏକ କରୋନା ଟିକା, କୋଭିସିଲ୍‌ଡ ପରେ କୋକଭାକ୍ସିନକୁ ମିଳିଲା ବିଶେଷଜ୍ଞ ଟିମ୍‌ର ସବୁଜ ସଂକେତ

କେନ୍ୟୁଜ୍(ବ୍ୟୁରୋ):  କୋଭିସିଲ୍‌ଡ ପରେ କୋକଭାକ୍ସିନ୍‌ । ଭାରତକୁ ମିଳିବ ଆଉ ଏକ କରୋନା ଟିକା । ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେବ ସ୍ୱଦେଶୀ ଟିକା କୋଭାକ୍ସିନ୍‌ । ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆରର ମିଳିତ ଉଦ୍ୟମରେ ବିକଶିତ ହୋଇଥିବା କୋଭାକ୍ସିନ୍‌କୁ ମିଳିଲା ବିଶେଷଜ୍ଞ ଟିମ୍‌ର ସବୁଜ ସଂକେତ। ଜରୁରୀ ବ୍ୟବହାର ପାଇଁ ଡିସିଜିଆଇକୁ ସୁପାରିଶ କଲା ସବ୍‌ଜେକ୍‌ଟ ଏକ୍ସପର୍ଟ କମିଟି । ଚୁଡ଼ାନ୍ତ ନିର୍ଣ୍ଣୟ ନେବ ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ।

ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସେମ୍ବର ୭ରେ ଅନୁମତି ଲୋଡ଼ିଥିଲା ଭାରତ ବାୟୋଟେକ୍‌ । ଦେଶରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲୁ ରହିଛି । ପରବର୍ତ୍ତୀ ବିଚାର ପାଇଁ ଏହାର ତଥ୍ୟ ଦାଖଲ କରିବାକୁ କମ୍ପାନୀକୁ କୁହାଯାଇଛି । ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ତାର ତଥ୍ୟ ଦେବାକୁ କୁହାଯାଇଛି। ଗତକାଲି ନୂଆ ବର୍ଷର ପ୍ରଥମ ଦିନରେ ସେରମ୍‌ ଟିକା କୋଭିସିଲ୍‌ଡକୁ ଅନୁମତି ଦେଇଥିଲା ସବ୍‌ଜେକ୍ଟ ଏକ୍ସପର୍ଟ କମିଟି । ବିଦେଶୀ ଟିକା ଫାଇଜର ମଧ୍ୟ ଭାରତରେ ଜରୁରୀ ଅନୁମତି ଆବେଦନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.