Below header

୩୭୦ ବର୍ଷ ବୟସ୍କ ଲାଲକିଲ୍ଲାର କାହାଣୀ : କେବେ କୋହିନୂର ଚମକୁ ଥିଲା ତ ଆଉ କେବେ ହୋଇଥିଲା ରକ୍ତ ରଞ୍ଜିତ

ରାତି ପାହିଲେ ଦେଶ ପାଳିବ ୭୨ ତମ ସ୍ବାଧୀନତା ଦିବସ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟରେ ଲାଲକିଲ୍ଲାରେ ଦେଶକୁ ସମ୍ବୋଧିତ କରନ୍ତି । ଏହି ସମ୍ବୋଧନ ପୂର୍ବରୁ ଯେତେବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେତେବେଳେ ଗର୍ବରେ ଦେଶବାସୀଙ୍କ ଛାତି ଚଉଡା ହୋଇଥାଏ । ଲାଲକିଲ୍ଲାର ଇତିହାସ ମଧ୍ୟ ଠିକ୍ ତାରି ପରି ଭବ୍ୟ ଏବଂ ନିଆରା । ମୋଗଲ ରାଜ ସମୟରେ ଏହା କିଲ୍ଲା ଏ ମୁବାରକ ନାରେ ପରିଚିତ ଥିଲା । ଲାଲକିଲ୍ଲା ମୋଗଲ ବାଦଶାହା ଶାହାଜାହାନଙ୍କ ରାଜଧାନୀ ଏବଂ ଶାହାଜାହାନାବାଦ ର ମହଲ ଥିଲା । ଏହା ଦିଲ୍ଲୀ ସହରର ସପ୍ତମ ମୁସଲମାନ୍ ନଗର । ଯେଉଁ ମୋଗଲ ସାମ୍ରାଜ୍ୟର ମୂଳଦୁଆ ମୋଗଲ ବାଦଶାହା ବାବର ୧୬ଶହ ଶତାବ୍ଦୀରେ ପକାଇଥିଲେ ତାହାର ଅନ୍ତ ମଧ୍ୟ ଲାଲକିଲ୍ଲାର ଦିୱାନ- ଏ -ଖାସରେ ହୋଇଥିଲା । ନିଜର ବାସ୍ତୁକଳା ଏବଂ ଭବ୍ୟତା ପାଇଁ ପୂରା ଦୁନିଆରେ ପ୍ରସିଦ୍ଧ ଲାଲକିଲ୍ଲା । ୨୦୦୭ରେ ଏହାକୁ ବିଶ୍ବ ଐତିହ୍ୟରେ ସାମିଲ୍ କରିଛି ୟୁନେସ୍କୋ ।

ଏବେ ନଜର ପକାନ୍ତୁ କାହିଁକି ଖାସ୍ ଲାଲକିଲ୍ଲା

ଉଦଘାଟନ ସମୟରେ ଚୀନର ରେଶମ୍ ଏବଂ ତୁର୍କୀର ମଖମଲରେ ହୋଇଥିଲା ସଜା :

ମୋଗଲ ଶାସକ ଶାହାଜାହାନ ୧୧ ବର୍ଷ ଯାଏଁ ଆଗ୍ରାରେ ଶାସନ କରିବା ପରେ ଦିଲ୍ଲୀକୁ ନିଜ ରାଜଧାନୀକୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୬୧୮ରେ ଲାଲକିଲ୍ଲାରେ ମୂଳଦୂଆ ରଖାଯାଇଥିଲା । ଯେଉଁଠାରେ ନିଜ ଶାସନର ପ୍ରତିଷ୍ଠା ବଢାଇବା ପାଇଁ ୧୬୪୭ରେ ଏହାର ଉଦଘାଟନ ପରେ ମହଲର ମୁଖ୍ୟ କକ୍ଷକୁ ଭାରି ପରଦାରେ ସଜା ଯାଇଥିଲା । ଯେଉଁଥିରେ ଲଗିଥିଲା ଚୀନର ରେଶମ ଏବଂ ତୁର୍କୀର ମଖମଲ ।

ଦିନରେ ପାଂଚ ଥର ବଜା ଯାଉଥିଲା ଶାହି ବ୍ୟାଣ୍ଡ୍ 

ପ୍ରାୟ ଦେଢ ମାଇଲ୍ ପରିଧିରେ ଏହି କିଲ୍ଲା ଏକ ଅଷ୍ଟଭୂଜାକାର । ଯାହାର ରହିଛି ଦୁଇଟି ପ୍ରବେଶ ଦ୍ବାର , ଲାହୋର ଏବଂ ଦିଲ୍ଲୀଗେଟ୍ । ଲାହୋର୍ ଗେଟ୍ ଦେଇ ଦର୍ଶକ ଛତ୍ରା ଚୌକରେ ପହଂଚୁଥିଲେ । ଯାହା ଗୋଟିଏ ସମୟରେ ଶାହି ବଜାର ଥିଲା । ଶାହି ବଜାରର ଗୋଟିଏ ସଡକ ନବାବର ଖାନା ଯାଏ ଯାଇଛି । ଯେଉଁଠାରେ ଦିନରେ ପାଂଚ ଥର ଶାହି ବ୍ୟାଣ୍ଡ ବଜାଯାଉଥିଲା ।

ଜନତାଙ୍କ ସମସ୍ୟା ଶୁଣିବା ପାଇଁ ବସୁଥିଲା ଦିୱାନ୍ ଏ ଆମ୍  

ଦିୱାନ୍ –  ଏ – ଆମ୍ ଲାଲକିଲ୍ଲାର ସାର୍ବଜନୀନ ପ୍ରତୀକ୍ଷାଗୃହ । ମୋଗଲ ଶାସକ ଏଠାରେ ଦରବାର କରି ଲୋକଙ୍କ ସମସ୍ୟା ଶୁଣୁଥିଲେ । ଏହା ସହ ବିଶେଷ ଏବଂ ବିଦେଶୀ ଅତିଥିଙ୍କୁ ସାକ୍ଷାତ କରୁଥିଲେ ।

ଅତିଥିଙ୍କ ସତ୍କାର ପାଇ ଲୋକପ୍ରିୟ ଥିଲା ଦିୱାନ – ଏ – ଖାସ୍ 

କିଲ୍ଲାର ଦିୱାନ୍ – ଏ – ଖାସ୍ ନିଜ ଅତିଥିଙ୍କ ପାଇଁ ଥିଲା । ଶାହାଜାହାନଙ୍କର ସବୁ ଭବନ ମଧ୍ୟରୁ ୯୦ X  ୬୭ ଫୁଟ ଥିବା ଦିୱାନ ଏ ଖାସ୍ ଧଳା ମଖମଲରେ ନିର୍ମିତ ମଣ୍ଡପ ଥିଲା । ଏହି ମଣ୍ଡପର ସୌନ୍ଦର୍ୟ୍ୟରେ ଅଭିଭୂତ ହୋଇ ବାଦଶାହା କହିଥିଲେ , ଯଦି ଏହି ଧରିତ୍ରୀରେ କେଉଁଠି ସ୍ବର୍ଗ ଅଛି ତେବେ ଏହିଠାରେ ହିଁ ଅଛି । ଆଗ୍ରାର ତାଜମହଲ ଏବଂ ଲାଲକିଲ୍ଲା ଉଭୟ ଯମୁନା ନଦୀ କୂଳରେ ଅବସ୍ଥିତ ।

ଏହି କିଲ୍ଲାରେ ଥିଲା କୋହିନୂର ହୀରା 

ମୋଗଲ ସାମ୍ରାଜ୍ୟର ପତନ ଏବଂ ୧୮୫୭ ପୂର୍ବରୁ ସ୍ବତନ୍ତ୍ରତା ସଂଗ୍ରାମ ପରେ ଇଂରେଜମାନେ ଏହାକୁ ଆର୍ମି ହେଡ୍ କ୍ବାର୍ଟର ବନାଇ ଦେଇଥିଲେ । ଏଠରେ ଥିବା ସମସ୍ତ ଦାମୀ ଜିନିଷକୁ ଲୁଟି ନେଇଥିଲେ ଇଂରେଜ । ଏପରିକି ଏଠାରେ ନିର୍ମିତ ଅଧିକାଂଶ ମହଲ ଏବଂ ବଗିଚାଗୁଡିକୁ ନଷ୍ଟ ମଧ୍ୟ କରିଦେଇଥିଲେ । ଦୁନିଆର ସବୁଠାରୁ ମୂଲ୍ୟବାନ୍ ହୀରା କୋହିନୂର ମଧ୍ୟ ଗୋଟିଏ ସମୟରେ ଏହିଠାରେ ଥିଲା । ଶାହାଜାହାନ ଯେଉଁ ସିଂହାସନରେ ବସୁଥିଲେ ହୀରା ସେଥିରେ ଲାଗିଥିଲା । ଏହି ସିଂହାସନ ସୁନାରେ ତିଆରି ହୋଇଥିଲା ଆଉ ଏଥିରେ ଅନେକ ଦାମୀ ପଥର ଲାଗିଥିଲା ।

କାହିଁକି କୁହାଗଲା ଲାଲକିଲ୍ଲା  

ଲାଲ୍ ରଙ୍ଗ କାରଣରୁ ଏହାକୁ ଲାଲକିଲ୍ଲା କୁହାଯାଏ । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଲାଲକିଲ୍ଲାର ଅସଲ ରଙ୍ଗ ଲାଲ୍ ବୋଲି । କିନ୍ତୁ ବାସ୍ତବତା କିଛି ଅଲଗା । ଲାଲକିଲ୍ଲାର ବର୍ତ୍ତମାନ ରଙ୍ଗ ଯଦିଓ ଲାଲ୍ କିନ୍ତୁ ପୂର୍ବରୁ ଏହାର ରଙ୍ଗ ଥିଲା ଧଳା । ଭାରତୀୟ ସର୍ବେକ୍ଷଣ ବିଭାଗ ଅନୁସାରେ ଏହି କିଲ୍ଲାର ଅନେକ ଅଂଶ ଚୂନ ପଥରରେ ତିଆରି କରାଯାଇଥିଲା । ଯେଉଁଥିପାଇଁ ଏହାର ରଙ୍ଗ ଥିଲା ଧଳା । କିନ୍ତୁ ସମୟ ସହ ଯେତେବେଳେ ଏହା ଖରାପ ହେବାରେ ଲାଗିଲା ସେତେବେଳେ ଇଂରେଜମାନେ ଏହାକୁ ଲାଲ ରଙ୍ଗ କରିଦେଇଥିଲେ । ଏହା ପରେ ଏହି କିଲ୍ଲା ଲାଲକିଲ୍ଲାରେ ନାଁରେ ପ୍ରସିଦ୍ଧ ହୋଇଥିଲା ।

ଲାଲକିଲ୍ଲା ବିନା ଅଧୁରା ସ୍ବାଧୀନତା ଦିବସ 

ପ୍ରଥମ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଉଡାଇଥିଲେ ତ୍ରିରଙ୍ଗା 

ଦିଲ୍ଲୀର ସବୁଠାରୁ ବଡ଼ ସ୍ମାରକ ହେଉଛି ଲାଲ୍ କିଲ୍ଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡାଇଥିଲେ । ଆଉ ସେବେଠାରୁ ଚାଲିଆସିଛି ଏହି ପ୍ରଥା ।

ଡିସେମ୍ବର ୨୦୦୦ରେ ଲସ୍କର–ଏ– ତୋଏବାର ଆତଙ୍କବାଦୀମାନେ ଏହି ଲାଲକିଲ୍ଲାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦୁଇ ଜଣ ସୈନିକ ଏବଂ ଜଣେ ନାଗରିକଙ୍କ ଜୀବନ ନେଇଥିଲା । ସମୟ ଥିଲା ଏଠାରେ ୩୦୦୦ ଲୋକ ବସିବାର ବ୍ୟବସ୍ଥା ଥିଲା । କିନ୍ତୁ ଏବେ ଏହା ପର୍ୟ୍ୟଟନସ୍ଥଳୀ ବନିଯାଇଛି , ଯାହାକୁ ଦେଖିବା ପାଇଁ ଦେଶବିଦେଶରୁ ଲୋକଙ୍କ ସୁଅ ଛୁଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.