Below header

ଆସାଇନମେଣ୍ଟ ନାମରେ ଶିକ୍ଷକଙ୍କୁ ଧରାଇଦେଇଥିଲେ ଖାଲି କାଗଜ ଛାତ୍ର, କିନ୍ତୁ ପାଇଲେ ଏ ଗ୍ରେଡ

ଆପଣଙ୍କୁ ସ୍କୁଲ କିମ୍ବା କଲେଜ ଅନେକ ଆସାଇନମେଣ୍ଟ କରିବାକୁ ଦିଆହୋଇଥିବ ନିଶ୍ଚିତ। ଏହାକୁ ପୂରଣ କରିବା ପାଇଁ ଆପଣ ଦିନରାତି ଏକାଠି କରି ଦେଇଥିବେ ନିଶ୍ଚିତ। ଭଲ ନମ୍ବର ପାଇବା ପାଇଁ ଆପଣ ଏପରି କରିଥାଇପାରନ୍ତି। କିନ୍ତୁ ଆପଣ ଏହି ଘଟଣା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଛାତ୍ର ତାଙ୍କ ମ୍ୟାଡାମକୁ ଏପରି ଆସାଇନମେଣ୍ଟ କରିବା ଚକ୍କରରେ ଖାଲି କାଗଜ ଧରାଇଦେଇଛନ୍ତି । କିନ୍ତୁ ଛାତ୍ରଙ୍କୁ ଫୁଲ ନମ୍ବର ମିଳିଛି। ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଉଥିବେ ନିଶ୍ଚିତ। ଛାତ୍ର ଜଣକ ଖାଲି କାଗଜ ଦେବା ସତ୍ତ୍ୱେ କିପରି ତାଙ୍କୁ ସଂପୂର୍ଣ୍ଣ ନମ୍ବର କିପରି ମିଳିଲା।

ink

୧୯ ବର୍ଷୀୟ ଏମି ହାଗା ମି ୟୁନିର୍ଭସିଟି ନିଞ୍ଜା କ୍ଲବ ମେମ୍ବର ଅଟନ୍ତି। ଯାହାଙ୍କୁ ନିଞ୍ଜା କଲଚର ଉପରେ ଆସାଇନମେଣ୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ଭଲ ଆସାଇନମେଣ୍ଟ ପାଇଁ ଶିକ୍ଷକ ଭଲ ନମ୍ବର ମିଳିବ ବୋଲି ମଧ୍ୟ କହିଥିଲେ। ଏମିତିରେ ଏମି ନିଜର ଆସାଇନମେଣ୍ଟ ଲେଖିବା ପାଇଁ ଅଦୃଶ୍ୟ ସ୍ୟାହୀ ତିଆରି କରିଥିଲେ। ଏହି ଆସାଇନମେଣ୍ଟ ଏମି ଶିକ୍ଷକଙ୍କୁ ଦେବା ବେଳେ ତା ସହିତ ଏକ ମେସେଜ କାର୍ଡ ମଧ୍ୟ ଦେଇଥିଲେ, ଯେଉଁଥିରେ ଲେଖାଥିଲା ଏହାକୁ ପଢିବା ନିଆଁ ପାଖକୁ ନେଇଯାଆନ୍ତୁ। ନିକଟରେ ଏମି ଏବଂ ତାଙ୍କ ଶ୍ରେଣୀର ଛାତ୍ରମାନଙ୍କୁ ଫୁର୍ତିଲା ହତିଆର ଉପରେ ପାଠ୍ୟକ୍ରମ ପାଇଁ ମ୍ୟୁଜିୟମ ନିଆଯାଇଥିଲା। ଏହି ଆସାଇନମେଣ୍ଟରେ ଏହା ଉପରେ ନିବନ୍ଧ ଲେଖାଯାଇଥିଲା। ଏମିଙ୍କ ଶିକ୍ଷକ ନିଆଁରେ ରଖି ପଢିବା ପରେ ତାଙ୍କୁ ଏ ଗ୍ରେଡ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.