ବିଭିନ୍ନ ଦାବି ନେଇ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଶାସନ କାର୍ଯ୍ୟାଳୟ କଲେ ଘେରାଉ

ପୁରୀ(କେନ୍ୟୁଜ୍): ବିଭିନ୍ନ ଦାବି ନେଇ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘର ବିକ୍ଷୋଭ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଧିନରେ ଥିବା ୩ଟି ଭକ୍ତ ନିବାସର ଆଉଟସୋର୍ସିଂ କର୍ମଚାରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ, ଇଏସ୍‌ଆଇ ଓ ଇପିଏଫ୍‌ ବାବଦ ଅର୍ଥ ଦେବାକୁ ଦାବିକରି ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.