ସୂର୍ଯ୍ୟ ଦେବ କନ୍ୟା ରାଶିରେ ଗୋଚର କରି ରାହୁଙ୍କ ସହ ଏକତ୍ର ହୋଇ ସବୁଠୁ ଅଶୁଭ ଯୋଗ ସୃଷ୍ଟି କରିବେ, ଜାଣନ୍ତୁ କାହାକୁ ହେବ ଫାଇଦା

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଙ୍କୁ ଶକ୍ତି, ସମ୍ମାନ,ପିତା, ଉଚ୍ଚ ପଦ, ଅଧିକାରର କାରକ ଗ୍ରହ ମନାଯାଇଥାଏ । ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି । ସୂର୍ଯ୍ୟ ନିଜ ରାଶି ସିଂହରୁ ବାହାରି ୧୭ ସେପ୍ଟେମ୍ବର ୨୦୨୨ ଶନିବାର ସକାଳ ୭ ଟା ୧୧ ମିନିଟରେ କନ୍ୟାରେ ପ୍ରବେଶ କରିବେ । ସୂର୍ଯ୍ୟ ଦେବ ଏଠାରେ ୧ ମାସ ଅବସ୍ଥାନ କରିବେ । ଏହାପରେ ୧୭ ଅକ୍ଟୋବରରେ ତୁଳା ରାଶିରେ ପ୍ରବେଶ କିରିବେ ।

ରାହୁ-ସୂର୍ଯ୍ୟଙ୍କ ସହ ମିଶି କରିବେ ଷଡାଷ୍ଟକ ଯୋଗ

ପଞ୍ଚାଙ୍ଗ ଅନୁଯାୟୀ ସୂର୍ଯ୍ୟ ଯେବେ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରନ୍ତି ତ ମେଷ ରାଶିରେ ବିରାଜମାନ ରାହୁଙ୍କ ସହ ମିଶି ମାରାତ୍ମକ ଷଡାଷ୍ଟକ ଯୋଗ ବନାନ୍ତି । ଏହାକୁ ସବୁଠୁ ଅଶୁଭ ଯୋଗ ମନାଯାଏ । ଏହି ଯୋଗରେ କୌଣସି ଦେଶରେ କୌଣସି ବଡ ନେତାଙ୍କ ମୃତ୍ୟୁ ହୋଇପାରେ କିମ୍ବା ବଡ଼ ପ୍ରାକୃତିକ ବିପଦ ଆସିପାରେ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ।

ଏହି ଅଶୁଭ ଯୋଗରେ ଏହି ରାଶିଙ୍କୁ ହେବ ଲାଭ

ମେଷ ରାଶି :

ସୂର୍ଯ୍ୟ ଗୋଚରରେ ଆପଣଙ୍କ କାର୍ଯ୍ୟ ସମ୍ପୁଣ୍ଣ ହେବ । ପ୍ରତିଯୋଗିତା ଦେଇଥିବା ଛାତ୍ର ଉପକୃତ ହେବେ । ଆପଣଙ୍କ ରାଶି ପାଇଁ ଏହା ଅନୂକୁଳ ହେବ ।

କର୍କଟ ରାଶି :

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ମାନସିକ ସମସ୍ୟା ଶେଷ ହେବ । କ୍ୟାରିଅରରେ ସଫଳତା ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ ।

ବିଚ୍ଛା ରାଶି :

ଏହି ଗୋଚର ଆପଣଙ୍କ ପାଇଁ ଶୁଭପ୍ରଦ ହେବ । ଏହାଯୋଗୁ ଆର୍ଥିକ ସ୍ଥିତି ଭଲ ହେବ । ଆର୍ଥିକ ସମସ୍ୟାର ଅନ୍ତ ଘଟିବ, ଆୟ ବଢ଼ିବ । ବିଭିନ୍ନ ଦିଗରୁ ଅର୍ଥ ଆଗମନ ହେବ । ପାରିବାରିକ ଜୀବନରେ ଶାନ୍ତି ମିଳିବ । ଆପଣଙ୍କ ଆଖପାଖ ମାହୋଲ ସୁଖଦ ଓ ଶାନ୍ତିପୂର୍ଣ୍ଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.